ଅଶୋକଙ୍କ ପରେ ଖାରବେଳଙ୍କ ଶିଳା ଲେଖରୁ କଳିଙ୍ଗବାସୀଙ୍କ ବୀରତ୍ବର ବର୍ଣ୍ଣନା ମିଳିଥାଏ। ଖାରବେଳ ଦାକ୍ଷିଣାତ୍ୟ ବିଜୟ କରି ମଗଧକୁ ଅବରୋଧ କରିଥିଲେ। ମହାପଦ୍ମାନନ୍ଦ ଯେଉଁ କଳିଙ୍ଗ ଜୀନ ମୂର୍ତ୍ତିକୁ ନେଇ ଯାଇଥିଲେ ସେ ତାକୁ ଉଦ୍ଧାର କଲେ। ପରନ୍ତୁ, ଯେତେବେଳେ ତାଙ୍କୁ ଏ କଥା ଜଣା ଗଲା ଯେ ବିଦେଶୀ ଯବନମାନେ ମଥୁରା ଯାଏ ମାଡ଼ି ଆସିଲେଣି, ସେ ମଗଧ ଛାଡ଼ି ମଥୁରା ଉପରେ ଆକ୍ରମଣ କଲେ ଓ ଯବନଙ୍କୁ ଦେଶ ବାହାରକୁ ତଡ଼ିଦେଲେ। ପୁଣି ମଗଧରୁ ଜୀନ ମୂର୍ତ୍ତି ନେଇ ନିଜ ରାଜ୍ୟକୁ ଫେରି ଆସିଲେ। ଏହାର ଉଲ୍ଲେଖ 'ଖଣ୍ଡାଚଳ' କାବ୍ୟ ଓ ବିଭିନ୍ନ ସଂସ୍କୃତ ଗ୍ରନ୍ଥରେ ହୋଇଛି। ଉପନ୍ୟାସ 'ଖାରବେଳ'ରେ ଲେଖକ ନୃସିଂହ ଚରଣ ପଣ୍ଡା ଏହାର ବିସ୍ତୃତ ବର୍ଣ୍ଣନା କରିଛନ୍ତି।
ତା'ପରେ ଆସିଛି ଭୌମକର ବଂଶର ଶାସନ। ଏହି ବଂଶର ଚାରିଜଣ ମହାରାଣୀ ଭାରତ ବର୍ଷର ବିସ୍ତୃତ ଅଞ୍ଚଳରେ ଶାସନ କରିଛନ୍ତି। ଏମାନେ ପ୍ରାରମ୍ଭିକ ମହିଳା ଶାସିକା ଥିଲେ। ପୃଥ୍ବୀ ମହାଦେବୀ, ଦଣ୍ଡି ମହାଦେବୀ, ବକୁଳ ମହାଦେବୀ ଓ ତ୍ରିଭୁବନ ମହାଦେବୀଙ୍କ ବୀରତ୍ୱର ଗାଥା ବିଭିନ୍ନ ଶିଳାଲେଖ ଓ ଦାନପତ୍ରରୁ ମିଳୁଛି।
କ୍ରମଶଃ...
୫.୭.୧୮

No comments:
Post a Comment