Wednesday, 4 July 2018

*ବୀରତ୍ୱର ଭାବନା - ୧*

ଅନ୍ୟକୁ ପରାଜିତ କରିବାରେ ବୀରତ୍ୱ ନ ଥାଏ। ଅନ୍ୟକୁ ପରାଜିତ ଅବା ଅନ୍ୟକୁ ଆକ୍ରମଣ କରି ନିଜ ସାମ୍ରାଜ୍ୟ ବିସ୍ତାର କରିବା ବା ନିଜକୁ ବିଶ୍ୱର ସର୍ବଶ୍ରେଷ୍ଠ ବଳବାନ ବୋଲି ଘୋଷଣା କରିବାରେ ବୀରତ୍ୱ ନ ଥାଏ। ଅନ୍ୟାୟ ବିରୋଧରେ ଲଢ଼ିବା ଓ ଧର୍ମ ରକ୍ଷା ପାଇଁ ଲଢ଼ିବା ହେଉଛି ବୀରତା ଓ ଶୁଦ୍ଧତା। ଅସ୍ତ୍ର ନ ଧରି ଯିଏ ରାଷ୍ଟ୍ର ପାଇଁ ବଞ୍ଚେ ଓ ରାଷ୍ଟ୍ର ରକ୍ଷା ପାଇଁ ଲୋକଙ୍କୁ ପ୍ରେରିତ କରେ ସେ ହେଉଛି ଧର୍ମବୀର। ଏଥିପାଇଁ କୁହାଯାଏ ସାହିତ୍ୟିକମାନେ ହେଉଛନ୍ତି ଧର୍ମବୀର।

ଓଡ଼ିଆ ସାହିତ୍ୟରେ ଅଶୋକଙ୍କ ଶିଳାଲେଖରେ କଳିଙ୍ଗବାସୀଙ୍କ ବୀରତ୍ୱର ପ୍ରଥମ ପରିଚୟ ମିଳିଥାଏ। ନିଜ ଭୂମିର ରକ୍ଷା ପାଇଁ ଲକ୍ଷ ଲକ୍ଷ ଓଡ଼ିଆ ପ୍ରାଣବଳି ଦେଲେ ଲକ୍ଷ ଲକ୍ଷ ଓଡ଼ିଆ ନିର୍ବାସିତ ହେଲେ ପରନ୍ତୁ ପରାଜୟ ସ୍ୱୀକାର କଲେ ନାହିଁ। ଅଶୋକଙ୍କୁ ଚଣ୍ଡାଶୋକରୁ ଧର୍ମାଶୋକ ହେବାକୁ ପଡ଼ିଲା। ପ୍ରଜାନୁରଞ୍ଜନ ରାଜାର ଧର୍ମ ବୋଲି ହୃଦୟଙ୍ଗମ କରି ସେ ନିଜ ଜୀବନ ପ୍ରଜାଙ୍କ ହିତ ସାଧନାରେ ବିତାଇଲେ। ଏହି ଘଟଣା ଓଡ଼ିଆ ସାହିତ୍ୟର ବିଭିନ୍ନ କାବ୍ୟରେ ବର୍ଣ୍ଣିତ।

କ୍ରମଶଃ...

୪. ୭. ୧୮

No comments: