ଅସ୍ତ୍ର, ଶସ୍ତ୍ର, ବିଦ୍ୟା, ବୁଦ୍ଧି, ସୁଦୃଢ଼ ଶରୀର ଓ ସୁନ୍ଦର ସ୍ୱାସ୍ଥ୍ୟଥିବା ବ୍ୟକ୍ତି କୌଣସି ବି ସମୂହର ଗୌରବ ବୃଦ୍ଧି କରିଥାନ୍ତି। ବ୍ରାହ୍ମଣକ ଗଣ ରାଜ୍ୟର ଯୁବକ ଆନନ୍ଦ ଏଇଭଳି ଜଣେ ବ୍ୟକ୍ତି ଥିଲେ ଯାହାଙ୍କ ଖ୍ୟାତି ସାରା ବାହିକ ପ୍ରଦେଶରେ ବ୍ୟାପୀ ଯାଇଥିଲା। ଦୀପ ନିର୍ବାଣ ଉପନ୍ୟାସର ଆରମ୍ଭରେ ଏଇ ବ୍ରାହ୍ମଣକ ଗଣ ରାଜ୍ୟର ଯୁବକ ଆନନ୍ଦ ବିଦ୍ୟା ଲାଭ ପାଇଁ ମାଳବକ ଗଣ ରାଜ୍ୟର ମହର୍ଷି ମହାକାଶ୍ୟପଙ୍କ ପାଖକୁ ଯିବାର ବର୍ଣ୍ଣନା କରାଯାଇଛି। ସେହି ସମୟରେ ସେ ନିଜ ବାପା-ମାଆଙ୍କ ବିଷୟରେ ଅନେକ ହୃଦୟବିଦାରକ ତଥ୍ୟ ଜାଣିବାକୁ ପାଇଛନ୍ତି ଯାହା ତାଙ୍କୁ ଘରେ ଥିବା ବେଳେ ଜଣା ନ ଥିଲା। ସେହି ଦୁଃଖରେ ବିଚଳିତ ହୋଇ ସେ ସ୍ନାନ କରିବାକୁ ଜଳସ୍ରୋତକୁ ଚାଲିଯାଇଛନ୍ତି। ତାଙ୍କୁ ଜଣା ଅଛି ଯେ ସେହି ଜଳସ୍ରୋତରେ କୁମ୍ଭୀର ଅଛି। ତଥାପି ସେ ସେଥିରେ ପ୍ରବେଶ କରିଛନ୍ତି। କୁମ୍ଭୀର ସହ ଲଢ଼େଇ ହୋଇଛି। ସୁନ୍ଦର ଶାରୀରିକ ସ୍ୱାସ୍ଥ୍ୟ, ବିଦ୍ୟା ବୁଦ୍ଧି କାରଣରୁ ପ୍ରବଳ ଲଢ଼େଇ ଭିତରେ ସେ କୁମ୍ଭୀରକୁ ମୃତ୍ୟୁ ମୁଖକୁ ପଠାଇଦେବା ସହ ସମସ୍ତ ଆଘାତ ସହି ନେଇଛନ୍ତି। ବାହିକ ପ୍ରଦେଶରେ ଯେତେ ଶସ୍ତ୍ର ପ୍ରତିଯୋଗିତା ହୋଇଛି ସେ ସବୁଠି ଆଗରେ ରହିଛନ୍ତି। ଏହାକୁ ନେଇ 'ଦର୍ଶକ' ଦୀପ ନିର୍ବାଣ ଉପନ୍ୟାସ ଆରମ୍ଭ କରିଛନ୍ତି। ପରେ ପରେ ଅନେକ ଯୋଦ୍ଧାଙ୍କର ପରାକ୍ରମ ମଧ୍ୟ ଏହି ଉପନ୍ୟାସରେ ଦେଖିବାକୁ ମିଳେ।
୨୨. ୭. ୧୮

No comments:
Post a Comment