ସେହି ଖେଳ ଖେଳିବା ସମୟରେ ବହୁତ ଅଧିକ ଭୟଙ୍କର ପରିଣାମକାରୀ ଏଇ ମାନସିକ ପରିଶ୍ରମ ଓ ବ୍ୟଥା ପଛରେ ଏକ ଯଥାର୍ଥ ବସ୍ତୁ ଅଛି, ତାକୁ ମଧ୍ୟ ଜାଣିବାକୁ ପଡ଼ିବ। ଯାହାର ପ୍ରତିବାଦ ହୋଇ ନାହିଁ ଏବଂ ହେଇ ପାରିବ ନାହିଁ। ସେହି ସତ୍ୟ ବା ସେହି ଆଶ୍ଚର୍ଯ୍ୟକର ବିଷୟକୁ ମହାଭାରତ କହୁଛି ଯେ ନିଜର ନାଶ (ମୃତ୍ୟୁ) କଥା ଭାବିବାକୁ ଆମେ ମାନସିକ ରୂପେ ଅସମର୍ଥ। ଏହାକୁ ସେଥିରେ କୁହାଯାଇଛି ମାନସିକ ଅସମର୍ଥତା। ଯଦି ମୁଁ ନିଜର ନାଶ ( ମୃତ୍ୟୁ) ର କଳ୍ପନା କରିବି, ତେବେ ମଧ୍ୟ ମୋତେ ସାକ୍ଷୀ ରୂପେ ଛିଡ଼ା ହୋଇ ତାକୁ ଦେଖିବାକୁ ହେବ।
ଏଇ ଅଦ୍ଭୁତ ବିଷୟର ଅର୍ଥ ବୁଝିବା ପୂର୍ବରୁ ଆମେ ଜାଣିବା ଉଚିତ ଯେ ଏଇ ତଥ୍ୟ ଉପରେ ସାରା ସଂସାର ଛିଡ଼ା ହୋଇଛି। ବାହ୍ୟଜଗତର ନିତ୍ୟତାର ଅତୁଟ ସମ୍ପର୍କ ଅନ୍ତର୍ଜଗତର ନିତ୍ୟତା ସହିତ ରହିଛି। ବିଶ୍ୱର ଏଇ ସିଦ୍ଧାନ୍ତକୁ ଯଦିଓ କେହି ଗୋଟିଏକୁ ନିତ୍ୟ ଅନ୍ୟଟିକୁ ଅନିତ୍ୟ କହିଛନ୍ତି, ତାହା ଯେତେ ଯୁକ୍ତି ସଙ୍ଗତ ହେଲେ ମଧ୍ୟ ଆମର ପିଣ୍ଡ ବା ଶରୀରରୂପୀ ଯନ୍ତ୍ର ଦ୍ୱାରା ଏ କଥା ଜଣା ପଡ଼ିଯାଏ ଯେ ଜ୍ଞାନପୂର୍ବକ କରାଯାଇଥିବା ଏପରି ଏକ କାର୍ଯ୍ୟ କରିବା ସମ୍ଭବ ନୁହେଁ ଯାହା ଭିତରେ ଆନ୍ତରିକ ଓ ବାହ୍ୟ ସଂସାର ଉଭୟର ନିତ୍ୟତା ସେହି କାର୍ଯ୍ୟର ପ୍ରେରକ କାରଣର ଏକ ଅଂଶ ହୋଇ ନ ଥିବ। ଯଦ୍ୟପି ଏହା ସତ୍ୟ ଯେ ମନୁଷ୍ୟର ମନ ଯେତେବେଳେ ନିଜର ସୀମା ଟପିଯାଏ ସେତେବେଳେ ସେ ଏହି ଦ୍ବନ୍ଦକୁ ଅଖଣ୍ଡ ଐକ୍ୟରେ ପରିଣତ ହୋଇଥିବା ଦେଖେ। ସେଇ ଅସୀମ ସତ୍ତାର ଏପଟେ ସମ୍ପୂର୍ଣ୍ଣ ବାହ୍ୟ ସଂସାର ଆର୍ଥତ୍ ସେହି ସଂସାର ଯାହା ଅନୁଭବର ବିଷୟ ଅଟେ, ଯାହାର ଅସ୍ତିତ୍ବ ବିଷୟୀ(ଜ୍ଞାତା)କୁ ଜଣା ପଡ଼ିଥାଏ। ଏଠାରେ କଥା ଆସୁଛି ଯେ ଆମେ ବିଷୟର ବିନାଶ କଥା ଚିନ୍ତା କରିବା ନା ବିଷୟୀର ?
ଏତେ ବାଟ ପର୍ଯ୍ୟନ୍ତ ତ ବୁଝି ହେଉଛି। ପରନ୍ତୁ ଏହା ପରେ ବିଷୟ କଠିନ ହୋଇଯାଏ। ସାଧାରଣତଃ ଆମେ ସ୍ୱୟଂ ନିଜକୁ ନିଜ ଶରୀର (ଦେହ) ଛଡ଼ା ଆଉ କିଛି ଅଟୁ, ଏ କଥା ଭାବି ପାରୁ ନାହୁଁ। ଆମର ଏଇ ଦେହ ଭାବନା ନିତ୍ୟତା ଅନ୍ତର୍ଗତ ଅଟେ। ପରନ୍ତୁ ଦେହ ତ ସ୍ପଷ୍ଟ ଅନିତ୍ୟ ସେହିଭଳି ଯେଉଁଭଳି ସଦା ପରିବର୍ତ୍ତନଶୀଳ ସ୍ୱଭାବର ସମସ୍ତ ପ୍ରକୃତି। ତେବେ ଏ ନିତ୍ୟତା ଅଛି କେଉଁଠି ?
କ୍ରମଶଃ...
୨୯. ୭. ୧୮

No comments:
Post a Comment