Monday, 2 July 2018

*ପରିବାର ବିଘଟନ...- ୮*

ଷାଠିଏ ଦଶକ ପରେ ଭାରତୀୟ ସଂସ୍କୃତିରେ କିଛି ଗତିରୋଧର ସ୍ଥିତି ଉତ୍ପନ୍ନ ହେଲା। ଭାରତୀୟ ପରିବାର ମୂଳତଃ ଏକ ସାଂସ୍କୃତିକ ଏକକ ବୋଲି ସମସ୍ତେ ଜାଣନ୍ତି। କିନ୍ତୁ ପାଶ୍ଚାତ୍ୟ ବ୍ୟକ୍ତିସ୍ୱାର୍ଥର ପ୍ରସାର ଦ୍ୱାରା ଏହି ଚଳି ଆସିଥିବା ସଂସ୍କୃତି ଉପରେ ପ୍ରଚଣ୍ଡ ଆଘାତ ଲାଗିଛି। ସ୍ୱକେନ୍ଦ୍ରିତ ସ୍ୱାର୍ଥଲାଳସାର  ପୂର୍ତ୍ତି ପାଇଁ ମନୁଷ୍ୟ ନିଜ ପିତା-ମାତା, ଜେଜେବାପା-ଜେଜେମାଆ ଆଦି ବୟୋଜ୍ୟେଷ୍ଠ ମାନଙ୍କୁ ବାଧକ ବୋଲି ମାନି ବସିଲା ଏବଂ ଏକକ ପରିବାରରେ ରହିବାକୁ ଭଲ ପାଇଲା। ଏଥିରେ ସମକାଳୀନ କବି ଭାଙ୍ଗି ଯାଉଥିବା ଯୌଥ ପରିବାରର ସ୍ଥିତିକୁ ଦେଖି ବ୍ୟଥିତ ହୋଇଛନ୍ତି। କବି ରାଜେଶଙ୍କ "ସଂଯୁକ୍ତ ପରିବାର", "ଖୋଇ ହୁଈ ଚିଜେ", "ଘର କୀ ୟାଦ' ଆଦି କବିତା ପାରିବାରିକ ସୌହାର୍ଦ୍ଦ୍ୟ ଏବଂ ସାମୂହିକତାର ଭଗ୍ନ ସ୍ଥିତିରୁ ଉତ୍ପନ୍ନ ହୋଇଛି। କବି କହିଛନ୍ତି -

"ଅଵ ସିର୍ଫ ଏଲବମ ମେ ରହତେ ହେଁ
ପରିବାର କେ ସାରେ ଲୋଗ ଏକ ସାଥ
ଦୁଃଖ କି ପ୍ରକ୍ରିୟା ମେ କ୍ୟା କ୍ୟା ଟୁଟା ହୈ
କୋଇ ନହିଁ ସୋଚତା ।"

ଯୌଥ ପରିବାର ଭାଙ୍ଗି ଯିବାର ପୀଡ଼ା ସହିତ କବି ଅତୀତ ହୋଇ ଯାଉଥିବା ଯୌଥ ପରିବାରର ସାର୍ଥକତାକୁ ମଧ୍ୟ ମନେ ନ ପକାଇ ରହିପାରି ନାହାନ୍ତି। ଯେମିତିକି କିଛି ବସ୍ତୁର ପ୍ରଭାବ ତାହାରି ଅନୁପସ୍ଥିତି ବା ଅଭାବରୁ ହିଁ ଜାଣିହୁଏ, ଯଥା -

"ୱାହାଁ ବାବା ଥେ, ଦାଦୀ ଥୀ,
ମାଁ ଔର ପିତା ଥେ
ଲଡ଼ତେ-ଝଗଡ଼ତେ ଭୀ
ସାଥ ସାଥ ରହତେ ଥେ ଭାଇ ବହନ।

କୋଇ ନ କୋଇ ହର ବକତ୍
ବନା ହୀ ରହତା ଥା ଘର ମେ
ପଲ ଦୋ ପଲ କୋ ବିଠା ହୀ ଲିୟା ଜାତା ଥା
ହର ଆନେ ବାଲେ କୋ
ପୁଚ୍ଛ ଲିୟା ଜାତା ଥା
ଗୁଡ଼ ଔର ପାନୀ କୋ।"

କ୍ରମଶଃ.....

୨.୭.୧୮

No comments: