Saturday, 21 July 2018

*ଦୀପ ନିର୍ବାଣ*

"ଦୀପ ନିର୍ବାଣ" ଉପନ୍ୟାସର ଭୌଗୋଳିକ ଫଳକ ମଗଧରୁ ଆରମ୍ଭ ହୋଇ ପଞ୍ଚସରିତ ବା ପଞ୍ଜାଵ ପ୍ରଦେଶ ଓ ତକ୍ଷଶିଳା-ପୁରୁଷପୁର (ପେଶାବର) ପର୍ଯ୍ୟନ୍ତ ବିସ୍ତୃତ ଥିଲା। ସେ ସମୟର ରାଜନୈତିକ ପରିସ୍ଥିତି ସଙ୍କଟଜନକ ଥିଲା। ସିକନ୍ଦର ସୀମାବର୍ତ୍ତୀ ପ୍ରଦେଶମାନଙ୍କରେ ପ୍ରଚଣ୍ଡ ଆକ୍ରମଣ କରି ସେଠିକାର ଅଧିକାଂଶ ବିଦ୍ୟାଳୟ, ମଠ, ମନ୍ଦିର, କଳା, ସଂସ୍କୃତିର କେନ୍ଦ୍ରଗୁଡ଼ିକୁ ଭଗ୍ନସ୍ତୁପରେ ପରିଣତ କରିଦେଇଥିଲା। ସେତେବେଳେ ଗଣରାଜ୍ୟ ପକ୍ଷରୁ ପ୍ରଜାଙ୍କ ଉଦ୍ଦେଶ୍ୟରେ କୁହାଯାଇଥିଲା ନିଜ ସମ୍ପତ୍ତିକୁ ସମ୍ଭାଳ ଓ ସାମ୍ରାଜ୍ୟବାଦୀଙ୍କ କବଳରୁ ଦେଶକୁ ରକ୍ଷାକର। ଏଣୁ ସାମ୍ରାଜ୍ୟବାଦର ଧାର ଧାରୁ ନ ଥିବା ଏଇ ଗଣ ରାଜ୍ୟ ମାନଙ୍କୁ ଯଥେଷ୍ଟ ସତର୍କ ରହିବାକୁ ପଡୁଥିଲା।

ଉପନ୍ୟାସର ଆରମ୍ଭରେ ଗଣ ରାଜ୍ୟର ଯୋଦ୍ଧା ମାନଙ୍କର ପ୍ରଶିକ୍ଷଣର ଆୟୋଜନ ଓ ତାଙ୍କ ପାଇଁ ଆବଶ୍ୟକ ସରଞ୍ଜାମର ବ୍ୟବସ୍ଥା ଆଦିର ଚିତ୍ରଣ କରାଯାଇଛି।

ସିକନ୍ଦର ସହ ଯୁଦ୍ଧର ବର୍ଣ୍ଣନା ପରେ ଶକ ସେନାପତି ମିନିନ୍ଦର କଥା ବର୍ଣ୍ଣିତ ହୋଇଛି। ସେ ପ୍ରଚଣ୍ଡ ସେନାସହିତ ଆସି ଭାରତ ଉପରେ ଆକ୍ରମଣ କରିଛି। ଏ ଖବର ସୀମାବର୍ତ୍ତୀ ରାଜ୍ୟମାନଙ୍କୁ ଚିନ୍ତିତ କରିଛି। ମଗଧ ଏଇ ପରିସ୍ଥିତିର ଲାଭ ଉଠାଇଛି।

ଏଥିରେ ମୁଖ୍ୟ କଥୋପକଥନ ଆନନ୍ଦ, ସୁଚରିତା, ସୁଦତ୍ତ, ମହାକାଶ୍ୟପ ଆଦି ଚରିତ୍ରଙ୍କ ସହ ହୋଇଛି।
ଏଥି ସହିତ ଅନେକ ଉପକଥା ମଧ୍ୟ ରହିଛି। ମହର୍ଷି ଏଲ, କୈକେୟ କନ୍ୟା, ମନିନ୍ଦର ଗଣ ନାୟକ ଅନ୍ୟତ୍ର, ଆସଙ୍ଗ, ସାଧୁ, ଚାରୁଦତ୍ତ, କଠ କନ୍ୟା, ଯୁବରାଜ ଇନ୍ଦୁକୁମାର ଆଦି ଚରିତ୍ର ଏଥିରେ ସ୍ଥାନ ପାଇଛନ୍ତି। ପ୍ରତ୍ୟେକ ଚରିତ୍ର ଖୁଵ କମ୍ ଶବ୍ଦରେ ପ୍ରକଟ ହେବା ସହ ଶୌର୍ଯ୍ୟ ଓ ପ୍ରଣୟର ବିବିଧ ରୂପର ଚିତ୍ରଣ ଏଥିରେ ଦେଖିବାକୁ ମିଳେ। ବୌଦ୍ଧ ଧର୍ମର ଧର୍ମ ରଙ୍ଗ ସହ ସିକନ୍ଦର ହାତରେ ଜୀର୍ଣ୍ଣ ଶୀର୍ଣ୍ଣ ହୋଇଥିବା ତକ୍ଷଶିଳା ଭଳି ପ୍ରାଚୀନ ସାରସ୍ୱତ ଭଣ୍ଡାରକୁ ବଞ୍ଚାଇବା ପାଇଁ ଅହରହ ଲାଗିଥିବା ତପସ୍ୱୀ ଏଲଙ୍କ ଉଜ୍ଜ୍ୱଳ ସାରସ୍ୱତ ରଙ୍ଗ ମଧ୍ୟ ଏଥିରେ ବର୍ଣ୍ଣିତ। ଭାରତରେ ଅସ୍ତାଚଳଗାମୀ ଗଣ ରାଜ୍ୟର ଅସ୍ମିତାକୁ ବଜାୟ ରଖିବା ପାଇଁ ହୋଇଥିବା ବୀରତ୍ବର ଗାଥା ଦୁଇ ଭାଗରେ ଏଥିରେ ରଚିତ । ପ୍ରଥମରେ ବ୍ୟକ୍ତିଗତ ଶୌର୍ଯ୍ୟ ରତ୍ନଙ୍କ ରଙ୍ଗ ଛଟା ଓ ଦ୍ଵିତୀୟରେ ସାମୂହିକ।

୨୦. ୭. ୧୮

No comments: