Monday, 9 July 2018

*ବୀରତ୍ବର ଭାବନା - ୬*

ତା' ପରେ ପୁରୁଷୋତ୍ତମ ଦେବଙ୍କ ପୁତ୍ର ପ୍ରତାପରୁଦ୍ର ଗଜପତି ହେଲେ। ତାଙ୍କ ଶାସନ ସମୟରେ ସାହିତ୍ୟ ଓ ସଂସ୍କୃତିର ବିକାଶ ହୋଇଥିଲା। ପ୍ରତାପରୁଦ୍ର ଦେବଙ୍କ ଶାସନର ବର୍ଣ୍ଣନା 'ଜଗନ୍ନାଥ ବଲ୍ଲଭ ନାଟକ', 'କୃଷ୍ଣା ବେଣୀରେ ସନ୍ଧ୍ୟା', 'ଭକ୍ତି ବିଜୟ' ନାଟକ, 'ସରସ୍ୱତୀ ବିଳାସ', ସ୍ମୃତି ଶାସ୍ତ୍ର ମାନଙ୍କରେ ହୋଇଅଛି। 'ଦଶଗ୍ରୀବ ବଧ ମହାକାବ୍ୟ', 'ପ୍ରାକୃତ ସର୍ବସ୍ବ', 'ମୁକୁନ୍ଦ ଦେବ' ନାଟକରେ ତାଙ୍କ ପରବର୍ତ୍ତୀ ସମୟର ଶୌର୍ଯ୍ୟ ଗାଥାର ବର୍ଣ୍ଣନା ଦେଖିବାକୁ ମିଳେ। ଗଜପତି ମୁକୁନ୍ଦଦେବଙ୍କୁ ହତ୍ୟା କରି ଆଫଗାନ ମାନେ ଓଡ଼ିଶା ଶାସନ ନିଜ ହାତକୁ ନେଇଗଲେ। ତାଙ୍କ ଠାରୁ ଓଡ଼ିଶା ଶାସନ ମୋଗଲ ହାତକୁ ଯାଇଥିଲା। ସେ ସମୟରେ ମଧ୍ୟ ଓଡ଼ିଆ ଜାତି ପରାଧୀନତାକୁ ସ୍ୱୀକାର କରି ନ ଥିଲା। ସତତ ସଂଘର୍ଷ କରିଥିଲା। ସେ ସମୟର ଓଡ଼ିଆ ମାନଙ୍କ ବୀରତ୍ବର ଗାଥା 'ସମର ତରଙ୍ଗ', 'ପାଇକ ଖେଦା', ଓ ମାଦଳା ପାଞ୍ଜିରୁ ମିଳିଥାଏ।

କ୍ରମଶଃ...

୯.୭.୧୮

No comments: