Sunday, 26 August 2018

*ଅଲଗା ହେବାର ନିଶା*

ଇକବାଲ ନିଜ ଶାୟରୀକୁ କୋମଳତା ତଥା ମଧୁରତାର ପ୍ରଭାବରୁ ଦୂରେଇ ରଖିଲେ। ହାଲୀଙ୍କଠାରୁ ଆଗକୁ ଯାଇ ମୁସଲମାନ ନବୋତ୍ଥାନର କାର୍ଯ୍ୟ ଆରମ୍ଭ କଲେ। ସେ ମୁସଲମାନଙ୍କୁ ପ୍ରଶ୍ନ କଲେ -

ୟୋ ତୋ ଶୟଦ ଭି ହୋ,
ମିର୍ଜା ଭି ହୋ, ଆଫଗାନ ଭି ହୋ,
ତୁମ ସଭି କୁଛ ହୋ, ବତାଓ ତୋ,
ମୁସଲମାନ ଭି ହୋ ?

ଔର ଖୁଦ ଜବାବ ଦିଆ -

ହାଥ ବେଜୌର ହୈ,
ଅଲହାଦ ସେ ଦିଲ ଖୁଗର ହୈ,
ବୁତଶିକନ ଉଠ ଗୟେ,
ବାକି ଜୋ ରହେ ବୁତଗର ହୈ,
କୌମ ମଜହବ ସେ ହୈ,
ମଜହବ ଜୋ ନହିଁ, ତୁମ ଭି ନହିଁ,
ଜଜମେ ବାହମ ଜୋ ନହିଁ,
ମହଫିଲେ ଅଞ୍ଜୁମ ଭି ନହିଁ।
ବଜେ ମେ ତୁମ ହୋ ନିସାରୀ ତୋ ତମଦଦୁନ ମେ ହନୁଦ,
ୟେ ମୁସଲମାନ ହୈ ?
ଜିହ୍ନେ ଦେଖକର ଶରମାୟେ ୟହୁଦ।

ଅର୍ଥାତ୍ ମୁସଲମାନଙ୍କ ହାତ କମ୍ ଜୋର ହୋଇଯାଇଛି। ସେମାନେ ନାସ୍ତିକତାରେ ଅଭ୍ୟସ୍ତ ହୋଇଗଲେଣି। ମୂର୍ତ୍ତି ଭଞ୍ଜକଙ୍କ ଶକ୍ତି ନଷ୍ଟ ହୋଇ ଯାଇଛି । ମୂର୍ତ୍ତିକାରମାନେ କେବଳ ଅବଶେଷ ରହିଯାଇଛନ୍ତି। ଜାତିର ଅସ୍ତିତ୍ୱ ସଂସ୍କୃତି ଉପରେ ନିର୍ଭରଶୀଳ। ଯଦି ମୁସଲମାନ ମାନଙ୍କର ଏକତାର ଉତ୍ସାହ ନାହିଁ ତେବେ ତାରକା ମାନଙ୍କର ସଭା ମଧ୍ୟ ହୋଇ ପାରିବ ନାହିଁ। ତୁମେ ରୀତି ନୀତିରେ ଖ୍ରୀଷ୍ଟିଆନ ହୋଇଯାଇଛ ଓ ସଂସ୍କୃତି ତୁମର ହିନ୍ଦୁ ହୋଇଯାଇଛି। ମୁସଲମାନ ଆଉ ମୁସଲମାନ ହୋଇକି ରହିନାହିଁ। ତୁମକୁ ଦେଖି ୟହୁଦୀ ମଧ୍ୟ ଲଜ୍ଜା ଅନୁଭବ କରିବେ।

କ୍ରମଶଃ...

୨୬. ୮. ୧୮

No comments: