Wednesday, 15 August 2018

*ହିନ୍ଦୁ ସିଦ୍ଧାନ୍ତ*

ପୂର୍ବରୁ ଆତ୍ମା ଥିଲା, ଏହି ସିଦ୍ଧାନ୍ତର ବିରୋଧରେ ଏକ ବହୁତ ବଡ଼ ଦୃଷ୍ଟାନ୍ତ ଦିଆଯାଏ ଯେ ମନୁଷ୍ୟକୁ ଏ ବିଷୟରେ ଜ୍ଞାନ ନାହିଁ। ଏହାକୁ ପ୍ରମାଣିତ କରିବାପାଇଁ ଏହା ସିଦ୍ଧ କରିବାକୁ ହେବ ଯେ ମାନବାତ୍ମାର ସମ୍ପୂର୍ଣ୍ଣ ଅଂଶ ସ୍ମରଣ ଶକ୍ତି ଦ୍ୱାରା ଆବଦ୍ଧ। ଯଦି ସ୍ମୃତି ହିଁ ଅସ୍ତିତ୍ୱର କଷଟି ପଥର ତେବେ ଆମ ଜୀବନର ସେହି ଅଂଶ ଯାହା ଏବେ ଆମ ପାଖରେ ନାଇଁ, ତାହାର ତ ଅସ୍ତିତ୍ୱ ନ ହେବା ଉଚିତ। ପ୍ରତ୍ୟେକ ମନୁଷ୍ୟ ଯିଏ ବେହୋସ ଅବସ୍ଥାରେ ବା ଅନ୍ୟ କୌଣସି ଅବସ୍ଥାରେ ନିଜ ସ୍ମରଣ ଶକ୍ତି ହରାଇ ଦିଏ, ତେବେ ସେ ଅସ୍ତିତ୍ୱ ବିହୀନ ହେବା ଉଚିତ।
ଯେଉଁ ତର୍କ ବଳରେ ଏପରି ନିଷ୍କର୍ଷ ବାହାର କରାଯାଇଛି ଯେ ପୂର୍ବ ଅସ୍ତିତ୍ୱ ଅଛି ଓ ତାହା ମଧ୍ୟ ସଜ୍ଞାନ କର୍ମ ଭୂମିକାରେ ଅଛି, ଯାହାକୁ ହିନ୍ଦୁ ଦାର୍ଶନିକ ବିଦ୍ୱାନମାନେ ସିଦ୍ଧ କରିଛନ୍ତି ସେ ତର୍କ ଗୁଡ଼ିକ କ'ଣ ?

କ୍ରମଶଃ...

୧୫. ୮. ୧୮

No comments: