ଭିନ୍ନ ଭିନ୍ନ ଦେଶରେ ସେଠାକାର ବିଶେଷ ପରିସ୍ଥିତି କାରଣରୁ ଭିନ୍ନ ଭିନ୍ନ ମତ ଉତ୍ପନ୍ନ ହୋଇଥାଏ। ମୃତ୍ୟୁ ପରେ ଶରୀରର କୌଣସି ଅଂଶ ଜୀବିତ ରହିପାରେ ଏହା ବୁଝିବା ପାଇଁ ପୁରାତନ ରାଷ୍ଟ୍ର ଗୁଡ଼ିକୁ ଅନେକ ଯୁଗ ବିତି ଯାଇଛି। ଶରୀରରୁ ଅଲଗା ଏପରି କୌଣସି ବସ୍ତୁ ଅଛି ଯାହା ସ୍ଥାୟୀ ଓ ଜୀବିତ, ଏ ପ୍ରକାର ଯୁକ୍ତିସଙ୍ଗତ ମତ ନିଶ୍ଚିତ କରିବାକୁ ସେମାନଙ୍କ ପାଇଁ ଆଉ କିଛି ଅଧିକ ଯୁଗ ଲାଗି ଯାଇଛି। ଯେତେବେଳେ ଏହି ମତ ନିଶ୍ଚିତ ହୋଇଗଲା ଯେ ଶରୀର ଭିତରେ କୌଣସି ଏକ ବସ୍ତୁର ଅଲଗା ଅସ୍ତିତ୍ବ ଅଛି, ସେତେବେଳେ ସେହି ରାଷ୍ଟ୍ରମାନଙ୍କ ସମ୍ମୁଖରେ ଆଉ ଏକ ପ୍ରଶ୍ନ ଆସି ପହଞ୍ଚିଲା ଯେ ଏ ବସ୍ତୁ ଆସେ କେଉଁଠୁ ଓ ଯାଏ କୁଆଡ଼େ ?
ପୁରାତନ ହିବ୍ରୁ ଲୋକେ ଆତ୍ମା ବିଷୟରେ କୌଣସି ବିଚାର କରି ନ ଥିଲେ। ସେମାନଙ୍କ ଦୃଷ୍ଟିରେ ମୃତ୍ୟୁ ହିଁ ଜୀବନର ଶେଷ କଥା। କାର୍ଲ ହେକେଲ କହିଛନ୍ତି, "ଯଦ୍ୟପି ଏହା ସତ୍ୟ ଯେ ଓଲ୍ଡ଼ ଟେଷ୍ଟାମେଣ୍ଟରେ ନିର୍ବାସନ ଦଣ୍ଡ ଭୋଗିବା ପୂର୍ବରୁ ହିବ୍ରୁ ଲୋକେ ଶରୀରଠୁ ଭିନ୍ନ ଏକ ଜୀବନ ତତ୍ତ୍ୱକୁ ଚିହ୍ନଟ କରିଛନ୍ତି ଯାହାକୁ ସେମାନେ ନେଫେସ, ରୁଆଖ ଓ ନେଶାମା ବୋଲି କହିଛନ୍ତି, କିନ୍ତୁ ଏହି ଶବ୍ଦ ଆତ୍ମା ଅପେକ୍ଷା ପ୍ରାଣବାୟୁ କଥା ବେଶି ବୋଧ କରାଉଛି। ନିର୍ବାସନ ପରେ ମଧ୍ୟ ସେମାନଙ୍କ ଲେଖାରେ ଆତ୍ମାର ଚର୍ଚ୍ଚା ଦେଖିବାକୁ ମିଳେ ନାହିଁ। ବରଂ ଈଶ୍ୱରଙ୍କ ଠାରୁ ଆସିଥିବା ପ୍ରାଣବାୟୁ ମୃତ୍ୟୁ ପରେ ଈଶ୍ୱରୀ "ରୁଆଖ" ଙ୍କ ଠାରେ ପୁଣି ମିଶିଯାଏ ବୋଲି କୁହାଯାଇଛି।
ପୁରାତନ ମିଶରବାସୀ ଓ ଖାଲଡିୟନ ଲୋକଙ୍କର ଆତ୍ମା ସମ୍ବନ୍ଧରେ ଏକ ବିଶେଷ ପ୍ରକାରର ବିଚିତ୍ର ମତ ଥିଲା, କିନ୍ତୁ ମୃତ୍ୟୁ ପର ଏହି ଜୀବିତ ରହୁଥିବା ଅଂଶ ସମ୍ବନ୍ଧରେ ସେହି ମତ ଓ ପୁରାତନ ହିନ୍ଦୁ, ଇରାନୀ, ୟୁନାନୀ ମତ ପ୍ରାୟ ସମାନ ଥିଲା। ଯେଉଁମାନେ ସଂସ୍କୃତ ଜାଣୁ ନଥିଲେ କିମ୍ବା ବୁଝୁ ନଥିଲେ ସେପରି ନିମ୍ନ ସ୍ତରର ଲୋକଙ୍କ ବିଚାର ମଧ୍ୟ ଏମାନଙ୍କ ଠାରୁ ଅଲଗା ଥିଲା। ସେହି ବିଚାରର ବାହ୍ୟ ସ୍ୱରୂପ, ମୃତ ଶରୀର ପ୍ରତି କରା ଯାଉଥିବା ବ୍ୟବସ୍ଥାରୁ ଜାଣିହୁଏ। ସେମାନେ ମୃତ ଶରୀରକୁ ମସଲା ଦେଇ ସୁରକ୍ଷିତ ରଖୁଥିଲେ। ସେମାନେ ଚାହୁଁଥିଲେ ଏ ଶରୀର ନଷ୍ଟ ନ ହେଉ। କିନ୍ତୁ ହିନ୍ଦୁମାନେ ତାହାର ବିପରୀତ ମୃତ ଶରୀରକୁ ଅଗ୍ନିରେ ଜଳାଇ ଦେଉଥିଲେ।
ଏମାନେ ହିନ୍ଦୁଙ୍କର ସହାୟତା ବିନା ଏହି ସିଦ୍ଧାନ୍ତରେ ପହଞ୍ଚି ପାରିଲେ ନାହିଁ ଯେ ଆତ୍ମାର ଏକ ଅଲଗା ଅସ୍ତିତ୍ୱ ଅଛି। ଏହା ଶରୀରଠାରୁ ସ୍ବତନ୍ତ୍ର ଓ ଜୀବନ୍ତ ।
କ୍ରମଶଃ...
୩. ୮. ୧୮

No comments:
Post a Comment