Monday, 6 August 2018

*କବରରେ ଷଢୁଥିବା ଶବ ଭିତରେ ସୀମିତ*

ଯଦ୍ୟପି ଖାଲିଡିୟନ ଲୋକେ ଇଜିପ୍ଟବାସୀଙ୍କ ଭଳି ମୃତ୍ୟୁ ପରେ ଆତ୍ମାର ଆବସ୍ଥା କ'ଣ ହୁଏ ତାହାର ଏତେ ହିସାବ କରି ନ ଥିଲେ, ତଥାପି ତାଙ୍କ ଦୃଷ୍ଟିରେ ଆତ୍ମା ଶରୀରର ପ୍ରତିରୂପ ଅଟେ ଓ ଏହା ନିଜର କବର ଭିତରେ ହିଁ ବନ୍ଧା ପଡ଼ିଥାଏ। ସେମାନେ ମଧ୍ୟ ଆତ୍ମା ଭୌତିକ ଅବସ୍ଥାରୁ ଅଲଗା ବୋଲି ବିଚାର କରିପାରି ନ ଥିଲେ। ତେଣୁ ସେମାନେ ମଧ୍ୟ ଇଜିପ୍ଟବାସୀଙ୍କ ଭଳି ମୃତ ଶରୀର ପୁଣି ଥରେ ଜୀଇଁ ଉଠିବାର ଆଶା କରୁଥିଲେ।
ସେଠାରେ ଦେବୀ ଇସ୍ତର ବଡ଼ ବଡ଼ ବିପତ୍ତି ଭୋଗୀ ଦୁଃସାହସିକ କାର୍ଯ୍ୟ କରି ନିଜର ସ୍ୱାମୀ ଡୁମୁଜି ଇୟା ଓ ଡମକିନାର ପୁତ୍ରକୁ ଜଳାଇ ଦେଇଥିଲେ। କିନ୍ତୁ,  "ଅତ୍ୟନ୍ତ ଧାର୍ମିକ ଭକ୍ତଗଣ ନିଜର ମୃତ ମିତ୍ର ଓ ବନ୍ଧୁବାନ୍ଧବଙ୍କ ପୁନର୍ଜୀବନ ପ୍ରାପ୍ତି ପାଇଁ ଅନେକ ମନ୍ଦିରରେ ପ୍ରାର୍ଥନା କରୁଥିଲେ।"

ଏହିପରି ଆମେ ଦେଖିବା ଯେ ପୁରାତନ କାଳରେ ଇଜିପ୍ଟବାସୀ ବା ଖାଲିଡିୟନ ଲୋକେ ଆତ୍ମାର ବିଚାର ମୃତ ଲୋକର ଶରୀର ବା କବରରୁ ଅଲଗା କରି ପାରି ନାହାନ୍ତି। ଏଇ ପୃଥିବୀରେ ଭୋଗୁଥିବା ଜୀବନ ହିଁ ସର୍ବୋପରି। ମୃତ ପୁରୁଷ ପୁଣି ଥରେ ଏହି ଜୀବନ ପ୍ରାପ୍ତ କରିବାକୁ ଲାଳାୟିତ ହୁଏ ବୋଲି ସେମାନଙ୍କର ଧାରଣା ଥିଲା। ତେଣୁ ଜୀବିତ ଲୋକଟିଏ ସର୍ବଦା ଆଶା କରୁଥିଲା ଯେ ସେ ତା' ସମ୍ପର୍କୀୟଙ୍କ ଦୁଃଖୀ ଆତ୍ମା (ମୃତ ଶରୀର) ର ଅସ୍ତିତ୍ବକୁ ଅଧିକ କାଳ ପର୍ଯ୍ୟନ୍ତ ସୁରକ୍ଷିତ ରଖିବାରେ କିପରି ସହାୟତା କରିପାରିବ ଏବଂ ଏଥିପାଇଁ ସେ ବହୁତ ଚେଷ୍ଟା କରୁଥିଲା।

ମୋଟା ମୋଟି ଭାବେ ଦେଖିବାକୁଗଲେ ଏହା ମନର ସେପରି ଉଚ୍ଚତର ଅବସ୍ଥା ନ ଥିଲା, ଯେଉଁଠି ଆତ୍ମାର କୌଣସି ଉଚ୍ଚତର ଜ୍ଞାନ ଅଙ୍କୁରିତ ହୋଇପାରିବ। ପ୍ରଥମତଃ ଏହା ଅତ୍ୟନ୍ତ ଭୌତିକତାପୂର୍ଣ୍ଣ ଥିଲା ଦ୍ବିତୀୟତଃ ଏହା ଭୟ ଓ ଦୁଃଖରେ ପରିପୂର୍ଣ୍ଣ ଥିଲା। ଅନେକ ହିଂସ୍ର ଓ ଦୁଷ୍ଟ ଶକ୍ତିର ଭୟରେ ଡରିଯାଇ ଓ ନିରାଶ ହୋଇ ସେମାନଙ୍କ କବଳରୁ ବଞ୍ଚିବାର ଦୁଃଖମୟ ଚେଷ୍ଟା ହେଉଥିଲା। ଜୀବିତ ପୁରୁଷଙ୍କ ଆତ୍ମା ମଧ୍ୟ ମୃତ ପୁରୁଷର ଆତ୍ମା ଭଳି ସେଇ କବର ଓ କବର ଭିତରେ ଷଢୁଥିବା ମୁର୍ଦାର ଛଡ଼ା ଅଧିକ କିଛି ଭାବି ପାରି ନ ଥିଲା।

କ୍ରମଶଃ...

୬. ୮. ୧୮

No comments: