ଯେଉଁ ଅଞ୍ଚଳରେ ଆତ୍ମା ଶବ ଭିତରେ ପଡ଼ି ରହିଛି, କୌଣସି ପ୍ରକାର ଆନନ୍ଦରୁ ବଞ୍ଚିତ ରହୁଛି, ସେହି ଅଞ୍ଚଳ ପାଇଁ ସବୁବେଳେ ଶୋକ କରି କରି ମୃତ ବ୍ୟକ୍ତିର ଦୁଃଖ ଓ ପୀଡ଼ା ବହୁତ ବଢ଼ି ଯାଏ।
Etudes Egyptiennes ଭାଗ - ୧ରେ ଲେଖାଯାଇଛି -
ମୃତ ପୁରୁଷ ଚିତ୍କାର କରି କହେ, "ଆରେ ଭାଇ ! ଖାଦ୍ୟ, ପାନୀୟ, ନିଶା କିଛି ଛାଡ଼ ନାହିଁ, ପ୍ରେମ ଓ ସୁଖ ଉପଭୋଗରୁ ବି ଅଲଗା ହୁଅ ନାହିଁ, ରାତି ହେଉ ବା ଦିନ ନିଜ ବାସନା ତୃପ୍ତି କର, ନିଜ ହୃଦୟରେ ଦୁଃଖ ରଖ ନାହିଁ, କାରଣ କେତେ ଦିନ ବଞ୍ଚିବ କି ?
ଆମ ପାଶ୍ଚାତ୍ୟ ଦୁନିଆ ତ ଘୋର ନିଦ୍ରା ଓ ଗଭୀର ଛାଇର ସ୍ଥାନ, ଯେଉଁଠି ନିବାସ କରୁଥିବା ବ୍ୟକ୍ତି ଥରେ ମୃତ୍ୟୁ ହେଲେ ମମୀ ରୂପେ ସବୁବେଳେ ସୁପ୍ତ ରହେ। ନିଜ ଭାଇମାନଙ୍କୁ ଦେଖିବାକୁ ସେ କେବେ ବି ଉଠେ ନାହିଁ, ନିଜ ପିତା-ମାତାଙ୍କୁ ଚିହ୍ନି ପାରେ ନାହିଁ, ନିଜ ସ୍ତ୍ରୀ ଓ ଛୁଆ ପିଲାଙ୍କୁ ଅନ୍ତଃକରଣରୁ ପୂରା ଭୁଲିଯାଏ। ଜଳରୂପୀ ଅମୃତ ଯାହା ବସୁମତୀ ସଚରାଚର ପ୍ରାଣୀ ମାନଙ୍କୁ ଯୋଗାଇଛି, ଏହା ତା ପାଇଁ ଦୂଷିତ ଓ ପ୍ରାଣହୀନ ହୋଇଯାଏ। ଯେବେଠୁ ସେ ଶ୍ମଶାନ ଘାଟୀରେ ପହଞ୍ଚିଛି, ସେ କେଉଁଠି ଅଛି ଓ ତା'ର ଅବସ୍ଥା କଣ ହୋଇଛି, ଏହା ସେ ଜାଣିପାରେ ନାହିଁ।
ଶେଷରେ ସେ କହେ ମୋତେ ଶୁଦ୍ଧ ଝରଣା ପାଣି ଆଣି ଦିଅ, ଝରଣାର କୂଳରେ ମୋ ମୁହଁକୁ ଉତ୍ତର ଦିଗ କରି ରଖିଦିଅ ଯଦ୍ୱାରା ମୋତେ ଶୀତଳ ବାୟୁର ସ୍ପର୍ଶ ହେବ। ମୋତେ ସୁଖ ପ୍ରାପ୍ତ ହେବ ଓ ମୋ ହୃଦୟ ଦୁଃଖ ଭୁଲି ଆନନ୍ଦିତ ହେବ।"
କ୍ରମଶଃ....
୪. ୮. ୧୮

No comments:
Post a Comment