ଇଂରେଜ ବିଦ୍ୱାନ ହ୍ୟୁମ, ଶୁନ୍ୟବାଦୀ ହୋଇ ମଧ୍ୟ ଅମରତ୍ୱ ଉପରେ ନିଜ ସନ୍ଦେହବାଦୀ ପ୍ରବନ୍ଧରେ କହିଛନ୍ତି - "ଆତ୍ମାର ଦେହାନ୍ତର ପ୍ରାପ୍ତି ଏମିତି ଏକ ମତ, ଯାହା ଉପରେ ଦର୍ଶନ ଶାସ୍ତ୍ର ଧ୍ୟାନ ଦେଇପାରିବ।"
ଜଣେ ଉଚ୍ଚକୋଟୀର ଇଂରେଜ କବି ଲେସିଙ୍ଗ କବିର ଅନ୍ତର୍ଦୃଷ୍ଟି ନେଇ ପଚାରିଛନ୍ତି ଯେ "ହ୍ୟୁମଙ୍କର ମତ ବା କଳ୍ପନା ବହୁତ ପୁରୁଣା ବୋଲି ଏହା କଣ ଏତେ ହାସ୍ୟାସ୍ପଦ ବିଷୟ କି ? ମାନବ ବୁଦ୍ଧି ବିଭିନ୍ନ ପନ୍ଥର ମିଥ୍ୟାବାଦ ଦ୍ୱାରା ନଷ୍ଟ ବା ଦୁର୍ବଳ ହେବା ପୂର୍ବରୁ ସମ୍ପୂର୍ଣ୍ଣ ରୂପେ ସେହି କଳ୍ପନା ଉପରେ ପର୍ଯ୍ୟବେସିତ ଥିଲା। ଯେମିତି ମୁଁ ନୂଆ ଜ୍ଞାନ ନୂଆ ଅନୁଭବ ଅନେକ ଥର ପାଇ ପାରୁଛି ସେହିପରି ଅନେକ ଥର ମୁଁ କାହିଁକି ଏ ଦୁନିଆକୁ ଫେରି ଆସିବି ନାହିଁ ? କଣ ମୁଁ ଥରକରେ ଏତେ ନେଇ ଆସିବି ଯେ ଦ୍ଵିତୀୟ ଥର ଆଉ ଆଣିବାକୁ ପଡ଼ିବ ନାହିଁ ?"
ଆତ୍ମାର ଅସ୍ତିତ୍ୱ ପୂର୍ବରୁ ରହିଥାଏ ଓ ସେ ଅନେକ ଜନ୍ମ ପ୍ରାପ୍ତ କରିଥାଏ। ଏହି ସିଦ୍ଧାନ୍ତର ପକ୍ଷ ଓ ବିପକ୍ଷରେ ଅନେକ ଦୃଷ୍ଟାନ୍ତ ଦିଆ ଯାଇଛି। ସବୁ କାଳାବଧିରେ କୌଣସି ବିଚାରବନ୍ତ ମନୁଷ୍ୟ ଏହି ସିଦ୍ଧାନ୍ତର ପକ୍ଷ ନେଇ ବିରୋଧୀଙ୍କ ମତବାଦକୁ ଖଣ୍ଡନ କରି ଆସିଛନ୍ତି।
ଆମେ ବୁଝିବା ବିଷୟ ହେଲା ଯଦି କୌଣସି ମନୁଷ୍ୟର ଆତ୍ମା ଅଛି ତେବେ ତାହାର ଅସ୍ତିତ୍ୱ ପୂର୍ବରୁ ନିଶ୍ଚିତ ଥିବ। ଯଦି ବ୍ୟକ୍ତିର ସ୍ୱତନ୍ତ୍ର ଆତ୍ମା ନାହିଁ, ଯଦି ଏହା କେବଳ ବିଚାରର ବିଷୟ ହୋଇଥାଏ, ଯେପରି ବୌଦ୍ଧ ସମ୍ପ୍ରଦାୟର ତତ୍ତ୍ୱଜ୍ଞାନ କହେ, ସେଠି ମଧ୍ୟ ନିଜର ମତକୁ ସିଦ୍ଧ କରିବା ପାଇଁ ପୂର୍ବ ଅସ୍ତିତ୍ୱକୁ ସ୍ୱୀକାର କରିବା ଅତ୍ୟନ୍ତ ଆବଶ୍ୟକ ହୋଇଥାଏ।
କ୍ରମଶଃ...
୧୩. ୮. ୧୮

No comments:
Post a Comment