Friday, 17 August 2018

*ହିନ୍ଦୁ ସିଦ୍ଧାନ୍ତ..*

ମାନବ-ଆତ୍ମାର ଗରିମା ଓ ସ୍ୱତନ୍ତ୍ରତାକୁ ପ୍ରତିଷ୍ଠିତ କରିବା ପାଇଁ, ଏଇ ସଂସାରରେ ବିଦ୍ୟମାନ ଅସମାନତା ଓ ଭୟାନକ ଦୁଃଖର ଅସ୍ତିତ୍ୱକୁ ବୁଝିବାପାଇଁ କଣ କରିବାକୁ ହେବ ? ଏହାର ଯଥାର୍ଥ କାରଣ ଖୋଜିଲେ ଆମ ନିଜ 'କର୍ମ' ଛଡ଼ା ଆଉ କିଛି ଉତ୍ତର ମିଳିବ ନାହିଁ।

କେବଳ ଏତିକି ନୁହେଁ, ଯଦି ଆମେ ଆତ୍ମାର ଅସ୍ତିତ୍ୱ ବିହୀନ ସିଦ୍ଧାନ୍ତକୁ ଗ୍ରହଣ କରିବା ତେବେ ଦୈଵ ବାଦ ଆଡ଼କୁ ଆମକୁ ଯିବାକୁ ପଡ଼ିବ। ଏହା ଦ୍ୱାରା ଦୟାନିଧାନ ପରମ ପିତା ଈଶ୍ୱର ଆମ ପାଇଁ ପୂଜ୍ୟ ନ ହୋଇ ଭୟଙ୍କର ନିର୍ଦ୍ଦୟୀ ଋକ୍ଷ ଈଶ୍ୱର ହୋଇ ଆମ ଆଗରେ ଦେଖାଦେବେ।

ମତ ପନ୍ଥର ଭଲ ଖରାପ ଶକ୍ତିର ସମ୍ବନ୍ଧ ଭିତରେ ଥିବା ଆତ୍ମାର ସିଦ୍ଧାନ୍ତ ଦୈଵ ଓ ପ୍ରାରବ୍ଧ ଆଡ଼କୁ ନେଇଯାଇ ବ୍ୟକ୍ତି ମନରେ ଭୟଙ୍କର ଧାରଣା ମାନ ତିଆରି କରିବ, ଯାହା ଇସାଇ ଓ ଇସଲାମ ମତରେ ପ୍ରଚଳିତ ଅଛି। ସେମାନଙ୍କ ମତ କହୁଛି ମୂର୍ତ୍ତି ପୂଜକଙ୍କୁ ମୃତ୍ୟୁ ଦଣ୍ଡ ହିଁ ନ୍ୟାୟସଙ୍ଗତ। ସେଥିପାଇଁ ସେମାନେ ଆଜି ପର୍ଯ୍ୟନ୍ତ ଏ ବିଭତ୍ସ କୁକୃତ୍ୟ କରିଚାଲିଛନ୍ତି।

କ୍ରମଶଃ.....

୧୭.  ୮. ୧୮

No comments: