ସାର ମହମ୍ମଦ ଇକବାଲ ସେତେବେଳର ହିନ୍ଦୁ ଏବେ ହିନ୍ଦୁଙ୍କ ସମ୍ବନ୍ଧରେ ଅନ୍ୟ ଢଙ୍ଗରେ ବିଚାର କରିବାକୁ ଲାଗିଲେ। ହିନ୍ଦୁ ଓ ମୁସଲମାନଙ୍କୁ ଅଲଗା ଦୁଇଟି ଜାତି ବୋଲି ବିଚାର କଲେ। ସେମାନଙ୍କ ଭିତରେ ଥିବା ପାର୍ଥକ୍ୟ କେବଳ ତାଙ୍କ ନଜରକୁ ଆସିଲା।
ବାଂଗେଦରା କାବ୍ୟରେ ସେ ଲେଖିଲେ -
ଦେଖ ମସଜିଦ ମେ ଶିକସ୍ତେ
ରିସ୍ତା-ଏ-ତସବୀହ ଶେଖ
ବୁତକଦେ ମେ ବରହନ କୀ
ପୁଖ୍ତା ଜନ୍ନାରୀ ଭୀ ଦେଖ
କାଫିରୋ କୀ ମୁସଲିମ
ଆଇନୀ କା ଭୀ ନଜାରା କର
ଔର ଅପନେ ମୁସଲିମୋ କୀ
ମୁସଲିମ ଆଜାରୀ ଭୀ ଦେଖ।
ସେ ଅନୁଭବ କଲେ ମୋଗଲ ଶାସନ ସମାପ୍ତ ହେବା ଦ୍ୱାରା ସବୁ ମୂର୍ତ୍ତି ପୂଜକ(ହିନ୍ଦୁ) ଆନନ୍ଦିତ। ଏଥିପାଇଁ ସେ ଖୁଦାଙ୍କ ପାଖରେ ଅଭିଯୋଗ କଲେ -
ବୁତସନମଖାନୋ ମେ କହତେ ହେଁ
ମୁସଲମାନ ଗୟେ
ହୈ ଖୁସୀ ଉନକୋ କୀ
କାବେ ମେ ନିଗହବାନ ଗୟେ।
ତାଙ୍କୁ ଅନୁଭବ ହେଲା ଯେ ଭାରତରେ ମୁସଲମାନ ସଙ୍ଗଠନ ଦୁର୍ବଳ ହୋଇ ଯାଇଛି। ଏହା ମୁସଲମାନଙ୍କ ପତନର କାରଣ। ତେଣୁ ସେ ଚେତାବନୀ ଦେଲେ -
ଆବାରୂ ବାକୀ ତେରୀ ମିଲ୍ଲତ୍ କୀ
ଜମୈୟତ ସେ ଥୀ
ଜବ ୟେ ଜମୈୟତ ଗଇ
ଦୁନିଆ ମେ ରୁସବା ତୁ ହୁଆ।
କ୍ରମଶଃ...
୨୭. ୮. ୧୮

No comments:
Post a Comment