ଇକବାଲ ବିଶ୍ୱ ଇସଲାମବାଦ ଓ ଭାରତରେ ମୁସଲମାନ ରାଜନୀତିର ପ୍ରଗତିକୁ କେବଳ ଦର୍ଶନ ଓ କାବ୍ୟର ଆଧାର ଦେଲେ ନାହିଁ ବରଂ ସେ ନିଜେ ୧୯୨୭ ମସିହାରେ ରାଜନୀତି କରିବା ପାଇଁ ବାହାରି ପଡ଼ିଲେ। ୧୯୩୦ରେ ମୁସଲିମ ଲିଗର ଏଲହାବାଦ ଅଧିବେଶନରେ ଅଧ୍ୟକ୍ଷତା କଲେ। ଅଧ୍ୟକ୍ଷୀୟ ଭାଷଣରେ ମୁସଲମାନ ବହୁଳ ପଶ୍ଚିମ ଉତ୍ତରପ୍ରଦେଶରେ ମୁସଲିମ ସ୍ୱାୟତ ଶାସନ ଯୋଜନାର ଉତ୍ଥାପନ କଲେ। ୧୯୩୧-୩୨ ର ଗୋଲଟେବୁଲ ବୈଠକରେ ମୁସଲିମ ଲିଗ ପକ୍ଷରୁ ଯୋଗଦେଲେ ଓ ସାମ୍ପ୍ରଦାୟିକ ଆଧାରରେ ପ୍ରାନ୍ତଗୁଡ଼ିକର ପୁନର୍ରଚନା ବିଷୟରେ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କୁ ରାଜି କରାଇଦେଲେ।
ଧର୍ମାନ୍ତରିତ ବ୍ରାହ୍ମଣ ମସ୍ତିଷ୍କ, ଇସ୍ଲାମୀ ହୃଦୟ ଓ ଉର୍ଦୁ ଶାୟରୀ - ଏଇ ୩ଟିଯାକ ଏକାଠି ହୋଇ ଏକ ନୂତନ କବୀର, ଏକ ନୂତନ ଜାୟସୀ ଓ ଏକ ନୂତନ ଫକୀର ସରମଦ ସୃଷ୍ଟି କରିପାରିଲା ନାହିଁ। ବରଂ ଏହି ତିନିଟି ଏକତ୍ର ହେବା ପରେ ବିଶ୍ୱ ଇସଲାମବାଦ, ବିଚ୍ଛିନ୍ନତାବାଦ ଓ ଉଗ୍ରବାଦ ଶାୟରର ଏକ ଉଗ୍ରନେତା ତିଆରି କରିଦେଲା।
କ୍ରମଶଃ...
୨୫. ୮. ୧୮

No comments:
Post a Comment