ଅନନ୍ତ ଅସ୍ତିତ୍ୱ କେଉଁ କାଳରେ ଆରମ୍ଭ ହେଲା ତାକୁ ସିଦ୍ଧ କରିବାର ତର୍କ କେବେ ଖଣ୍ଡନ କରି ହେବ ନାହିଁ।
ଯଦିଓ ଏହି ସିଦ୍ଧାନ୍ତକୁ କାଟିବାର ପ୍ରଚେଷ୍ଟା ଏପରି କହି କରାଯାଏ ଯେ ଈଶ୍ୱର ସର୍ବଶକ୍ତିମାନ ଓ ସେ କିଛି ବି କାର୍ଯ୍ୟ କରିପାରନ୍ତି। ଆମକୁ ଏହା ଦେଖି କ୍ଷୋଭ ଆସେ ଯେ ବିଚାରବାନ ବ୍ୟକ୍ତି ମଧ୍ୟ ଏପରି ଭ୍ରମପୂର୍ଣ୍ଣ ବିବାଦ କରିଥାନ୍ତି।
ପ୍ରଥମ କଥା ହେଲା ଯେ ଈଶ୍ୱର ସବୁ ଘଟଣାର ଏକମାତ୍ର କାରଣ। ଏଥିପାଇଁ ପ୍ରଶ୍ନ ଉଠୁଛି ଯେ କିଛି ବିଶିଷ୍ଟ ଘଟଣାର ସ୍ୱାଭାବିକ କାରଣ ଜାଣିବା ପାଇଁ ମାନବାତ୍ମା ବିଷୟରେ ଜାଣିବାକୁ ହେବ। ଏଣୁ କର୍ତ୍ତା-ଧର୍ତ୍ତା ସବୁ କିଛି ଈଶ୍ୱର ଏହି ସିଦ୍ଧାନ୍ତ ପୂରାପୂରି ଅସଙ୍ଗତ। ଏହାର ଅର୍ଥ ହେଲା ଏହାଙ୍କ ଛଡ଼ା ଆଉ କିଛି ନାହିଁ। ଏହାଦ୍ୱାରା ଆମେ ଆମର ଅଜ୍ଞାନତାକୁ ସ୍ୱୀକାର କରିଥାଉ। ମାନବ ଜାତିର କୌଣସି ବିଭାଗରେ କିଛି ବି ପ୍ରଶ୍ନ କଲେ ଆମେ ଏହି ଉତ୍ତର ଦେଉ ଓ ସବୁ ପ୍ରକାର ପ୍ରଶ୍ନର ଓ ପରିଣାମର ଜ୍ଞାନକୁ ସମାପ୍ତ କରୁ।
ଦ୍ଵିତୀୟ କଥା ହେଲା ପ୍ରତ୍ୟେକ ସମୟରେ ଈଶ୍ବରଙ୍କ ଦ୍ୱାହି ଦେବା କେବଳ ଶବ୍ଦ ଜାଲ ଅଟେ। କାରଣର, କାରଣ ରୂପେ କାର୍ଯ୍ୟ ପାଇଁ ପର୍ଯ୍ୟାପ୍ତ ବିଷୟ ଆମକୁ ଜଣା ଥାଏ। ତଥାପି ସର୍ବଶକ୍ତିମାନ କାରଣ ବୋଲି କହିବା ଛଡ଼ା ଆମେ ଅଧିକ କିଛି ବିଚାର କରୁନା। ଏହା ଛଡ଼ା ଈଶ୍ୱର ସମ୍ବନ୍ଧୀୟ ଆମ ବିଚାର ସବୁ ସୀମିତ ଅଟେ। ତାଙ୍କୁ କାରଣ କହି ଆମେ ଏହି ବିଚାରକୁ ଆହୁରି ସୀମିତ କରିଦେଉ।
ତୃତୀୟ କଥା ହେଲା ଯେ ଆମେ ସେହି ସିଦ୍ଧାନ୍ତକୁ ସ୍ୱୀକାର ଯଦି କରି ନିଅନ୍ତି ତେବେ ଆମେ ଏପରି ଅସମ୍ଭବ ସିଦ୍ଧାନ୍ତ ଯଥା "ଶୁନ୍ୟରୁ କିଛି ଉତ୍ପନ୍ନ ହୋଇଛି" ବା "କିଛି ଅନନ୍ତ ପଦାର୍ଥର ଆଦି ବା ଆରମ୍ଭ କିଛି ବିଶିଷ୍ଟ କାଳରେ ହୋଇଥିଲା" ଆଦିକୁ ସେପର୍ଯ୍ୟନ୍ତ ମାନିବାକୁ ବାଧ୍ୟ ନୋହୁଁ
ଯେପର୍ଯ୍ୟନ୍ତ ଆମେ ଏହାକୁ ଭଲଭାବେ ବୁଝିନାହୁଁ।
କ୍ରମଶଃ....
୧୪.୮.୧୮

No comments:
Post a Comment