Friday, 24 August 2018

*ଅନିଶ୍ବରବାଦ*

ଇକବାଲ ଗୋଟିଏ ପଟେ ଜର୍ମାନ ଦାର୍ଶନିକ Friedrich Wilhelm Nietzsche ଙ୍କ ଅନିଶ୍ବରବାଦକୁ ସମାଲୋଚନା କଲେ ଅନ୍ୟ ପଟେ ସେ ନିତ୍ଶେଙ୍କ ଅତିମାନବ ଚିନ୍ତନ ଆଧାରିତ "ମର୍ଦେ ମୋମିନ" ସ୍ଥାପିତ କରିଥିଲେ। ସେ ଜଲାଲୁଦ୍ଦିନ ରୂମୀ ଓ ଜର୍ମାନ ଦାର୍ଶନିକ  Nietzsche ଙ୍କ କ୍ରମଶଃ ବ୍ୟକ୍ତିଗତ ତଥା ଅତିମାନବ ସିଦ୍ଧାନ୍ତକୁ ଆପଣେଇ ନିଜକୁ ଦୃଢ଼ କଲେ। ତେଣୁ ଇସ୍ଲାମ ଅନୁଯାୟୀମାନଙ୍କୁ ଆଲ୍ଲାଙ୍କ ସିଂହ ଏବଂ ସାହାୱାନର ଦୁର୍ଦାନ୍ତ ଚିନ୍ତାଧାରାର ଆଦର୍ଶ ପ୍ରଦାନ କଲେ। ହାଲୀ "ମୁସଦ୍ଦଶ" ରେ ଭାରତୀୟ ମୁସଲମାନଙ୍କ ପତନ ପାଇଁ ଦୁଃଖ ପ୍ରକାଶ କରିଥିଲେ। ପୁଣିଥରେ ମୁସଲମାନ ସମାଜକୁ ପତନରୁ ଉଠିବା ପାଇଁ ଆହ୍ୱାନ କରିଥଲେ। କିନ୍ତୁ ଇକବାଲ ଇସ୍ଲାମୀ ଉତ୍ଥାନର ଆଦର୍ଶକୁ ଚିନ୍ତନ ଭାବନା ଏବଂ କଳା ଏଭଳି ତିନୋଟି ଦିଗରେ ପ୍ରତିଷ୍ଠିତ କଲେ। ତେଣୁ ଭାରତୀୟ ରାଷ୍ଟ୍ରୀୟ ଆନ୍ଦୋଳନ ସମୟରେ ଭାରତୀୟ ମୁସଲିମ ସମୁଦାୟ ଇସ୍ଲାମୀୟ ଶାସନର ପୁନରୁତ୍ଥାନ ପାଇଁ ଖୁବ ଜୋରରେ ଲାଗିଥିଲେ। ତାର ବଳିଷ୍ଠ ପ୍ରମାଣ ହେଉଛି ମୁସଲିମ ଲିଗର ବିଛିନ୍ନତାବାଦୀ ଆନ୍ଦୋଳନ।

ରାଷ୍ଟ୍ରକବି ଦିନକର ତାଙ୍କର "ଅର୍ଦ୍ଧନାରୀଶ୍ବର" ଶୀର୍ଷକ ଏକ ଲେଖାରେ ଇକବାଲଙ୍କ କାବ୍ୟର ବିଶ୍ଳେଷଣ କରି କହିଛନ୍ତି ଯେ ଏଥିରେ ଜ୍ୱଳନ୍ତ ପୌରୁଷ, ଅହଂକାର ଏବଂ ଆତ୍ମାଭିମାନର ଅଭିବ୍ୟକ୍ତି ହୋଇଛି। ଏଭଳି ପୌରୁଷପୂର୍ଣ୍ଣ ମୁସଲମାନଙ୍କୁ କବି ଇକବାଲ ଆଲ୍ଲାଙ୍କ ସିଂହ ବୋଲି ବିବେଚନା କରିଛନ୍ତି--"ଆଲ୍ଲା କେ ଶେରୋ କୋ ଆତୀ ନହିଁ ରୁବାହୀ" ଅର୍ଥାତ୍ ଆଲ୍ଲାଙ୍କ ସିଂହ ଡରୁଆ ନୁହନ୍ତି, ଆକ୍ରମଣକାରୀ ଓ ମର୍ଦେ ମମିନକୁ ଶାହୀନ(ଶିକାରି) ବୋଲି ପ୍ରମାଣିତ କରିଛନ୍ତି।

ସେ ଲେଖିଛନ୍ତି --

ଉକାବୀ ରୂହ ଜବ ବେଦାର ହୋତୀ ହୈ ଜବାନୋ ମେ
ନଜର ଆତୀ ଉସ କୋ ଅପନି ମଞ୍ଜଲି ଆସମାନୋ ମେ
ନହିଁ ତେରା ନଶେମନ କସରେ ସୁଲତାନୀ କୀ ଗୁମ୍ବଦ ପର,
ତୂ ଶାହୀ ହୈ ବସେରା କର୍ ପହାଡ଼ୋଙ୍କି ଚଟ୍ଟାନୋ ମେ।

ଏ ସାହାବଜ ଏକ ଭୟାନକ ଶିକାରୀ।
ତାର ପରିଚୟ -

ହମାମୋ-କବୁତର କା ଭୁଖା ନହିଁ ମେ,
କୀ ହୈ ଜିନଦେଗୀ ବାଜ କା ଜାହିଦାନା;
ଝପଟନା, ପଲଟନା, ପଲଟକର୍ ଝପଟନା
ଲହୁ ଗର୍ମ ରଖନେ କା ହୈ ଏକ ବହାନା।

ଭାରତର ମୁସଲିମ ସମାଜ ଭିତରେ ଆକ୍ରମଣକାରୀ ପୌରୁଷତାର ଜାଗରଣ କାର୍ଯ୍ୟ କରିବା ଇକବାଲଙ୍କ ଉଦ୍ଦେଶ୍ୟ ହୋଇଯାଇଥିଲା। ତେଣୁ ସେ ତାକୁ ଦର୍ଶନ ଏବଂ କାବ୍ୟରେ ଆଧାର ପ୍ରଦାନ କଲେ।

କ୍ରମଶଃ...

୨୪. ୮. ୧୮

No comments: