ଶ୍ରୀମଦ୍ଭଗବତ ଗୀତାର ୪ର୍ଥ ଅଧ୍ୟାୟର ପଞ୍ଚମ ଶ୍ଳୋକରେ କୁହାଯାଇଛି -
ବହୂନି ମେ ବ୍ୟତୀତାନି ଜନ୍ମାନି ତଵ ଚାର୍ଜୁନ।
ତାନ୍ୟହଂ ବେଦ ସର୍ବାଣି ନ ତ୍ଵଂ ୱେତ୍ଥ ପରନ୍ତପ।।
ଏଥିରେ ଶ୍ରୀ ଭଗବାନ କହୁଛନ୍ତି, ହେ ପରନ୍ତପ ଅର୍ଜୁନ ! ତୁମର ଓ ମୋର ଅନେକ ଜନ୍ମ ବିତିଗଲାଣି। ସେ ସବୁକୁ ମୁଁ ଜାଣେ, କିନ୍ତୁ ତୁମେ ଜାଣ ନାହିଁ।
ଏହି ଶ୍ଳୋକ ପୁନର୍ଜନ୍ମ କଥାକୁ ସ୍ପଷ୍ଟ କରିଛି।
ସବୁ ଦେଶରେ ଓ ସବୁ ଯୁଗରେ ମନୁଷ୍ୟର ବୁଦ୍ଧିକୁ ବଣା କରୁଥିବା ଅନେକ ବିଷୟ ଭିତରୁ ସବୁଠୁ ଅଧିକ କଷ୍ଟକର କଥା ହେଉଛି ସ୍ବୟଂ ମନୁଷ୍ୟ ସମ୍ବନ୍ଧରେ ବିଚାର। ଇତିହାସର ଉଷା କାଳରୁ ଯେଉଁ ଲକ୍ଷ ଲକ୍ଷ ରହସ୍ୟର ଉଦ୍ଘାଟନ କରିବାରେ ମନୁଷ୍ୟର ବହୁତ ଶକ୍ତି ଖର୍ଚ୍ଚ ହୋଇଛି, ତା ଭିତରୁ ସବୁଠୁ ଅଧିକ ରହସ୍ୟମୟ ହେଉଛି ସ୍ବୟଂ ତାହାରି ପ୍ରକୃତି। ତା' ପାଇଁ ଅନ୍ୟ ସବୁ ପ୍ରଶ୍ନ ଠାରୁ ଏହା ମଧ୍ୟ ଏକ ବଡ଼ ପ୍ରଶ୍ନ। ଆମେ ଯାହା କିଛି ଜାଣୁଛନ୍ତି, ଅନୁଭବ କରୁଛନ୍ତି ଓ କାର୍ଯ୍ୟ କରୁଛନ୍ତି ଏ ସବୁର ପ୍ରାରମ୍ଭ ସ୍ଥାନ ହେଉଛି ମନୁଷ୍ୟର ପ୍ରକୃତି। ତେଣୁ ଏ ପ୍ରଶ୍ନ ଆଗରୁ ଥିଲା ଏବେ ଅଛି ଭବିଷ୍ୟତରେ ମଧ୍ୟ ରହିବ।
ମାନବ-ଅସ୍ତିତ୍ୱ ସହିତ ଅତି ନିକଟ ସମ୍ବନ୍ଧ ରଖୁଥିବା ଏହି ସତ୍ୟକୁ ପାଇବା ପାଇଁ, କିମ୍ବା ବାହ୍ୟ ସୃଷ୍ଟିକୁ ଆକଳନ କରିବାପାଇଁ, ଅଥବା ପରିବର୍ତ୍ତନଶୀଳ ସଂସାରରେ ଏକ ଶାଶ୍ୱତ ସତ୍ୟକୁ ପାଇବା ପାଇଁ ସ୍ୱାଭାବିକ ଆବଶ୍ୟକତା ଅନୁମେୟ ହେବା କାରଣରୁ ତଥା ପ୍ରବଳ ଇଚ୍ଛା ଜନ୍ମିବାରୁ ମନୁଷ୍ୟ ମୁଠେ ଧୂଳିକୁ ସୁନା ଭାବି ଗ୍ରହଣ କରିନିଏ ଏବଂ ତର୍କ ଓ ବୁଦ୍ଧିର ଶ୍ରେଷ୍ଠ ଆନ୍ତରିକ ଧ୍ୱନି ଦ୍ୱାରା ଅନ୍ତରାତ୍ମାରେ ଈଶ୍ୱରତ୍ୱର ସତ୍ୟତାକୁ ଠିକ ଭାବେ ବୁଝିବାରେ ବେଳେବେଳେ ଭୁଲ କରିଦେଇଥାଏ। ତଥାପି ଏହାର ଗୂଢ଼ାର୍ଥକୁ ଜାଣିବା ପାଇଁ ଯେତେବେଳେ ସେ ଗବେଷଣା କରିଛି, ଏପର୍ଯ୍ୟନ୍ତ ଏପରି ସମୟ ଆସି ନାହିଁ ଯେ କୌଣସି (ଜାତି ବା କିଛି)ବ୍ୟକ୍ତି ଏହି ସତ୍ୟର ଆଲୋକକୁ ପ୍ରକାଶିତ କରିବାରେ ଅସମର୍ଥ ହୋଇଛି।
କ୍ରମଶଃ...
୧. ୮. ୧୮

No comments:
Post a Comment