ଜର୍ମାନ ଦାର୍ଶନିକ Immanuel Hermann Fichte ଆତ୍ମାର ଅମରତ୍ୱ ବିଷୟରେ ବକୃତା ଦେଇ କହିଛନ୍ତି, "ଏହା ସତ୍ୟ ଯେ, ପ୍ରାକୃତିକ ଜଗତରେ ଏକ ଦୃଷ୍ଟାନ୍ତ ଅଛି ଯାହା ଦଲିଲ ରୂପେ ଅବିଚ୍ଛିନ୍ନ ଅସ୍ତିତ୍ୱ ବିରୋଧରେ ସାମନାକୁ ଅଣା ଯାଇପାରିବ। ସେହି ପ୍ରସିଦ୍ଧ ତର୍କ ହେଉଛି ଯେଉଁ ବସ୍ତୁର ଆରମ୍ଭ କୌଣସି ସମୟରେ ହୋଇଛି ତାହାର ଅନ୍ତ ମଧ୍ୟ କୌଣସି ସମୟରେ ହେବା ନିଶ୍ଚିତ। ଏଣୁ ଆତ୍ମା ଅତୀତରେ ଥିଲା ଏହି ବିବାଦ ପକ୍ଷରେ ତାହାର ପୂର୍ବ ଅସ୍ତିତ୍ୱ ତ ମାନି ନିଆଗଲା। ଏହା ଯୁକ୍ତି ସଙ୍ଗତ ସିଦ୍ଧାନ୍ତ ଅଟେ କିନ୍ତୁ ଏହା ତ ତାହାର ଅବିଚ୍ଛିନ୍ନ ଅସ୍ତିତ୍ୱ ବିରୋଧରେ ନ ଯାଇ ତାହାର ପକ୍ଷରେ ଆଉ ଏକ ଯୁକ୍ତି ହୋଇଗଲା। ଯଥାର୍ଥରେ ଆବଶ୍ୟକତା ହେଉଛି ଯେ ଦର୍ଶନ ଶାସ୍ତ୍ର ବିଷୟକ ଶରୀର ବିଜ୍ଞାନର ଏହି ସତ୍ୟର ସମ୍ପୂର୍ଣ୍ଣ ଅର୍ଥକୁ ବୁଝିବା ପାଇଁ କୌଣସି ବସ୍ତୁ ସୃଷ୍ଟି କରା ଯାଇପାରିବ ନାହିଁ ଓ କୌଣସି ବସ୍ତୁକୁ ନାଶ କରାଯାଇ ପାରିବ ନାହିଁ। ଏହାକୁ ବୁଝିଲେ ଭୌତିକ ଶରୀରରେ ଦୃଷ୍ଟିଗୋଚର ହେବା ପୂର୍ବରୁ ଆତ୍ମାର ଅସ୍ତିତ୍ୱ ଅବଶ୍ୟ କେଉଁଠି ଥିବ, ଏହା ଉପଲବ୍ଧି କରି ହେଉଛି।"
ଆଉ ଜଣେ ଜର୍ମାନ ଦାର୍ଶନିକ Arthur Schopenhauer ନିଜ ପୁସ୍ତକ "Die Welt als Wille und Vorstellung" ରେ କହିଛନ୍ତି - " ବ୍ୟକ୍ତିଙ୍କ ପାଇଁ ନିଦ ଯେପରି ସେହିପରି ଇଚ୍ଛାଶକ୍ତି ପାଇଁ ମୃତ୍ୟୁ ରହିଛି। ଯଦି ସ୍ମରଣ ଓ ବ୍ୟକ୍ତିତ୍ୱ ବଜାୟ ରହେ ତେବେ ସେହି କର୍ମକୁ କରିବା ଓ ସେହି ଦୁଃଖକୁ ଭୋଗିବା, ଏହା ସର୍ବଦା ଅନନ୍ତକାଳ ପର୍ଯ୍ୟନ୍ତ ବିନା ଲାଭରେ କରି ଚାଲିବା ସମ୍ଭବ ନୁହେଁ। ସେ ଏହାକୁ ଦୂରକୁ ଫିଙ୍ଗି ଦିଏ ଏବଂ ଏହା ହିଁ ଲେଥୀ(ମୃତ୍ୟୁ) ଅଟେ। ଏହି ମୃତ୍ୟୁ ରୂପୀ ନିଦ ଭିତରେ ନୂଆ ପ୍ରାଣୀ ହୋଇ ଅନ୍ୟ ବୁଦ୍ଧି ଇନ୍ଦ୍ରିୟକୁ ସାଙ୍ଗରେ ନେଇ ପୁଣି ପ୍ରକଟ ହୋଇଯାଏ। ନୂଆ ଦିବସ ତାକୁ ନୂଆ ପ୍ରଦେଶ ଆଡ଼କୁ ଆକୃଷ୍ଟ କରେ। ତେବେ ସବୁବେଳେ ହେଉଥିବା ନୂଆ ଜନ୍ମ ସେହି ଅବିନାଶୀ ଇଚ୍ଛା ଶକ୍ତିର ଜୀବନ ସ୍ୱପ୍ନର କ୍ରମାଗତ ଶ୍ରେଣୀରୂପ ଅଟେ। ଏହା ସେ ପର୍ଯ୍ୟନ୍ତ ଚାଲେ, ଯେ ପର୍ଯ୍ୟନ୍ତ ବାରମ୍ବାର ନୂଆ ଶରୀରରେ ଅଧିକାଧିକ ଓ ଭିନ୍ନ ଭିନ୍ନ ପ୍ରକାର ଜ୍ଞାନ ଦ୍ୱାରା ଶିକ୍ଷିତ ଓ ଉନ୍ନତ ହୋଇ ନିଜକୁ ଅଭାବ କରି ନିଜକୁ ବିଲୁପ୍ତ କରି ନ ଦିଏ। ଏଇଭଳି ପୁନର୍ଜନ୍ମର ଅନୁଭବ ଦ୍ୱାରା ପ୍ରମାଣ ମିଳିଥାଏ - ଏହା ଭୁଲିବା ଉଚିତ ନୁହେଁ। ଯଥାର୍ଥରେ ତ ନୂଆ ପ୍ରକଟ ହେଉଥିବା ପ୍ରାଣୀ ମାନଙ୍କର ଜନ୍ମ ସହିତ ଓ ଜୀର୍ଣ୍ଣ ହେଉଥିବା ମୃତ୍ୟୁ ସହିତ ସମ୍ବନ୍ଧ ରହିଥାଏ। ଏ କଥା ସେତେବେଳେ ଦେଖାଯାଏ ଯେତେବେଳେ ନିସ୍ୱ କରିଦେଉଥିବା ଭୟଙ୍କର ରୋଗର ପରିଣାମ ଭଳି ପ୍ରତୀତ ହେଉଥିବା ମନୁଷ୍ୟ ଜନ୍ମ ସଂଖ୍ୟା ନଈ ବଢ଼ି ଭଳି ଉଛୁଳିଥାଏ। ଚୌଦଶ ଶତାବ୍ଦୀରେ ଯେତେବେଳେ ବ୍ଲାକ ଡେଥ ବୋଲି ଏକ ବେମାରୀ ବ୍ୟାପିଲା ଏବଂ ସେ ସମୟର ଅଧିକାଂଶ ଲୋକଙ୍କ ଜୀବନ ନେଇଥିଲା ସେତିକିବେଳେ ମାନବଜାତିରେ ବହୁତ ଅସାଧାରଣ ରୂପେ ଉତ୍ପତ୍ତି ଶକ୍ତି ବଢ଼ି ଗଲା। ଯମଜ ସନ୍ତାନ ଅଧିକ ସଂଖ୍ୟାରେ ଜନ୍ମ ହେଲେ। ଆଉ ଏକ କଥା ଉଲ୍ଲେଖନୀୟ ଯେ, ସେ ସମୟରେ ଜନ୍ମିଥିବା ପ୍ରତ୍ୟେକ ଶିଶୁଙ୍କ ଦାନ୍ତ ପୂରା ସଂଖ୍ୟାରେ ଉଠୁ ନଥିଲା। ଏଇଭଳି ପ୍ରକୃତି ତାର କାମ କରୁଥିଲା। ପରନ୍ତୁ ସୂକ୍ଷ୍ମ ଅଙ୍ଗ ସୃଷ୍ଟି କରିବାରେ କୃପାଣତା କରିଥିଲେ। ଏ ବିବରଣୀ ଏଫ ନୁରର(F. Schnurrer) ନିଜ ବହି Chronic set Senchen ୧୮୨୫ରେ କହିଛନ୍ତି।
କ୍ରମଶଃ...
୧୧. ୮. ୧୮

No comments:
Post a Comment