Thursday, 9 August 2018

*ପାଶ୍ଚାତ୍ୟ ଚିନ୍ତକଙ୍କ ସ୍ବୀକାରୋକ୍ତି*

କାର୍ଲ ହେକେଲ କହିଛନ୍ତି, ଯେତେବେଳେ ମୁଁ ବଡ଼ ଗମ୍ଭୀରତାର ସହ ଇଜିପ୍ଟବାସୀଙ୍କ ଧର୍ମର ଅଧ୍ୟୟନ କଲି, ସେତେବେଳେ ମୁଁ ସ୍ଥିର ନିଶ୍ଚିତ ହୋଇଗଲି ଯେ ଆତ୍ମାର ଦେହାନ୍ତର ପ୍ରାପ୍ତି ସମ୍ବନ୍ଧରେ ସେମାନଙ୍କର ଧାରଣା କିଛି ନ ଥିଲା ଏବଂ ଯାହା ବି କିଛି ସେମାନଙ୍କ ରହସ୍ୟ ଗ୍ରନ୍ଥରେ ଅଛି, ସେ ସବୁ ସେମାନେ ହିନ୍ଦୁ ଗ୍ରନ୍ଥରୁ ପ୍ରାପ୍ତ କରିଛନ୍ତି।

ତା'ପରେ ଆମେ ଆଲେକ୍ଜାଣ୍ଡରିଆରେ  ଇହୁଦୀମାନଙ୍କର ଆତ୍ମା ସମ୍ବନ୍ଧରେ ସିଦ୍ଧାନ୍ତ ଦେଖିବାକୁ ପାଇବା। ଈଶା ମସିହାଙ୍କ ସମୟରେ ଫୈରିଶ ଲୋକେ ମଧ୍ୟ ଆତ୍ମାର ସ୍ବତନ୍ତ୍ର ଅସ୍ତିତ୍ୱ ଉପରେ କେବଳ ବିଶ୍ୱାସ କରୁ ନଥିଲେ ବରଂ ଆତ୍ମା ଭିନ୍ନ ଭିନ୍ନ ଶରୀର ଧାରଣ କରେ ବୋଲି ସେମାନେ ସ୍ୱୀକାର କରୁଥିଲେ। ଜଣେ ପୁରୁଣା ପୈଗମ୍ବରଙ୍କ ଅବତାରକୁ ଈଶା ମସିହା ସ୍ୱୀକାର କରିଥିଲେ ଏବଂ ଗୁରୁତ୍ୱ ଦେଇ କହିଥିଲେ ଯେ ପୈଗମ୍ବର ଇଲିୟସ ହିଁ ଜନ ବ୍ୟାପ୍ଟିଷ୍ଟ ହୋଇ ପୁଣି ଆସିଛନ୍ତି, ଯାହାଙ୍କ ଅାସିବାର ଥିଲା।   --ମୈଥିୟୁ ୧୧-୧୪

ଆତ୍ମା ଓ ତାହାର ସ୍ବତନ୍ତ୍ର ବ୍ୟକ୍ତିତ୍ୱର ବିଚାର ହିବ୍ରୁମାନଙ୍କ ଭିତରେ ମିଶର ଲୋକମାନଙ୍କ ଉଚ୍ଚତର ରହସ୍ୟମୟ ଉପଦେଶ ଦ୍ବାରା ପହଞ୍ଚିଲା ଓ ଇଜିପ୍ଟ ଲୋକେ ତାହାକୁ ଭାରତବର୍ଷରୁ ଗ୍ରହଣ କଲେ। ସେହି ବିଚାର ଆଲେକ୍ଜାଣ୍ଡରିଆ ରାସ୍ତା ଦେଇ ଆସିଲା। ଏହି ବିଷୟ ବହୁତ ଗୁରୁତ୍ୱପୂର୍ଣ୍ଣ, କାରଣ ବୌଦ୍ଧ ଗ୍ରନ୍ଥରେ ଏହା ସ୍ପଷ୍ଟ ଜଣାପଡ଼େ ଯେ ବୌଦ୍ଧ ଧର୍ମ ପ୍ରଚାରକ ମାନଙ୍କ କାର୍ଯ୍ୟକ୍ଷେତ୍ର ଆଲେକ୍ଜାଣ୍ଡରିଆ ଓ ଏସିଆ ମାଇନର ଥିଲା।

କୁହାଯାଏ ଯେ ପିଥାଗୋରସ ହେଉଛନ୍ତି ପ୍ରଥମ ୟୁନାନୀ, ଯିଏ ଗ୍ରୀସ (ୟୁନାନ) ଦେଶର ହେଲେନ୍ସ ଲୋକଙ୍କୁ ପୁନର୍ଜନ୍ମର ସିଦ୍ଧାନ୍ତ ଶିଖାଇଲେ। ସେମାନେ ପ୍ରଥମରୁ ହିଁ ନିଜର ମୃତକଙ୍କୁ ଜଳାଇ ଦେଉଥିଲେ ଓ ଆତ୍ମାର ସିଦ୍ଧାନ୍ତକୁ ମାନୁଥିଲେ। ଏଣୁ, ସେହି ୟୁନାନୀମାନଙ୍କୁ ପିଥାଗୋରସଙ୍କ ପୁନର୍ଜନ୍ମ ସମ୍ବନ୍ଧୀୟ ଉପଦେଶକୁ ଗ୍ରହଣ କରିବା ସୁବିଧାଜନକ ହୋଇଗଲା। ଆପୁଲିୟସଙ୍କ କଥନ ଅନୁସାରେ ପିଥାଗୋରସ ଭାରତବର୍ଷ ଯାଇଥିଲେ ଓ ସେଠାର ବ୍ରାହ୍ମଣଙ୍କ ଠାରୁ ଶିକ୍ଷା ଗ୍ରହଣ କରୁଥିଲେ।

ଏ ପର୍ଯ୍ୟନ୍ତ ଆମେ ଜାଣିଲେ ଯେ ଆତ୍ମା ଶରୀରକୁ କେବଳ ଜୀବିତ ରଖେ ନାହିଁ ବରଂ ପୃଥକ ଯଥାର୍ଥ ମନୁଷ୍ୟ ବୋଲି ଗଣା ଯାଏ। ଏହାର ପୂର୍ବ ଅସ୍ତିତ୍ୱର ସିଦ୍ଧାନ୍ତ ନିଶ୍ଚିତ ହୋଇଥାଏ। ଯେଉଁ ରାଷ୍ଟ୍ରମାନେ ଆତ୍ମାର ପୃଥକ ଅସ୍ତିତ୍ୱକୁ ମାନିଲେ, ସେମାନେ ମୃତକ ଶରୀରକୁ ଜଳାଇ ଦେଇ ନିଜର ସେହି ବିଶ୍ୱାସକୁ ବଶେଷରୂପେ ମଧ୍ୟ ପ୍ରକଟ କରିଛନ୍ତି। ପର୍ଶିଆ ନିବାସୀମାନେ ତାଙ୍କ ମୃତକଙ୍କୁ ଅଲଗା ରଖିବାର ଏକ ଅଦ୍ଭୁତ ପଦ୍ଧତି ପ୍ରଚଳନ କରିଥିଲେ। ସେ ତାଙ୍କ 'ଶାନ୍ତି ମୀନାର' ଜ୍ଜ୍ଵଳନଶୀଳ ଧାତୁରେ ନିର୍ମାଣ କରିଛନ୍ତି।

ସଂକ୍ଷେପରେ ଏତିକି କହିହେବ ଯେ ଯେଉଁ ଜାତି ନିଜ ପ୍ରକୃତିର ବିଶ୍ଳେଷଣ ଉପରେ ବିଶେଷ ଧ୍ୟାନ ଦେଲେ ନାହିଁ, ସେ ଜାତି ସର୍ବସ୍ୱରୂପୀ ଏଇ ଭୌତିକ ଶରୀରର ଊର୍ଦ୍ଧ୍ବକୁ ଯାଇ ପାରିଲେ ନାହିଁ, ଯଦି କେବେ ସେପରି ଚିନ୍ତା କଲେ, ତେବେ କେବଳ ଏଇ ଆଶାରେ ରହିଲେ ଯେ ସୁଦୂର ଭବିଷ୍ୟତରେ ଏଇ ଶରୀର ଅବିନାଶୀ ହୋଇଯିବ।

କ୍ରମଶଃ...

୯. ୮. ୧୮

No comments: