ମୁସଲିମ ସମୁଦାୟଙ୍କୁ ପ୍ରସ୍ତୁତ କରିବା ପାଇଁ ସେ ଆଲ୍ଲାହଙ୍କ ପାଖରେ "ଶିକବା-ଏ-ଖୁଦା" ଓ "ଜୱାବେ ଶିକବା" କବିତାରେ ଅଭିଯୋଗ କଲେ -
ବସ ରହେ ଥେ ଯହିଁ
ସଲଜୁକ ଭୀ ତୂରାନୀ ଭୀ,
ଅହଲେ-ଚୀନ ମେ,
ଇରାନ ମେ ସାସାନୀ ଭୀ,
ଇସୀ ମାମୁରେ ମେ
ଆବାଦ ଥେ ୟୁନାନୀ ଭୀ,
ଇସ ଦୁନିଆ ମେ ୟହୁଦୀ ଭୀ ଥେ,
ନସରାନୀ ଭୀ,
ପର, ତେରେ ନାମ ପର
ତଲୱାର ଉଠାଈ କିସନେ ?
ବାତ ଜୋ ବିଗଡ଼ୀ ହୁଈ ଥୀ
ୱହ ବନାଈ କିସନେ ?
ଅର୍ଥାତ୍ କେବଳ ମୁସଲମାନମାନେ ହିଁ ତଲୱାର ଉଠାଇ ମୂର୍ତ୍ତିପୂଜକଙ୍କୁ ଶେଷ କରି ତୌହୀଦ ( ଏକେଶ୍ୱରବାଦ) ରେ ବିଶ୍ୱାସ କରୁଥିବା ଲୋକଙ୍କ ସଂଖ୍ୟା ବଢ଼ାଇଛନ୍ତି। ଏହି ଯୁଦ୍ଧ ସେମାନେ ନିଜ ଶାସନ କରିବା ପାଇଁ ନୁହେଁ, ଆଲ୍ଲାହଙ୍କ ସମ୍ମାନ ପାଇଁ କରିଛନ୍ତି। ଆଲ୍ଲାହଙ୍କ ପାଇଁ ସେମାନେ ଯୁଦ୍ଧରେ ବଳିଦାନ ଦେଇଛନ୍ତି।
ହମ ତୋ ଜୀତେ ଥେ ତୋ
ଜଂଗୋ କୀ ମୁସିବତ କେ ଲିଏ,
ଔର ମରତେ ଥେ
ତେରେ ନାମ କୀ ଇଜ୍ଜତ କେ ଲିଏ,
ଏଇଭଳି ଇକବାଲ ଗାନ୍ଧିଜୀଙ୍କ ରାଷ୍ଟ୍ରୀୟତା ତଥା ଅହିଂସାର ବିପରୀତ ଖଡ୍ଗର ଆଦର୍ଶକୁ ମୁସଲମାନଙ୍କ ସମ୍ମୁଖରେ ରଖିଲେ।
କ୍ରମଶଃ...
୨୮. ୮. ୧୮

No comments:
Post a Comment