Monday, 20 August 2018

*ଇକବାଲ*

ମହମ୍ମଦ ଇକବାଲଙ୍କ କାବ୍ୟ ଚେତନାରେ ଇସଲାମ୍

ଇସ୍ଲାମୀ ଉଗ୍ର ଜାଗରଣର ମହାନ ଶାୟର ମହମ୍ମଦ ଇକବାଲ ତିନି ପୁରୁଷ ପୁର୍ବରୁ ହିନ୍ଦୁ ଥିଲେ। କାଶ୍ମୀରୀ ବ୍ରାହ୍ମଣଙ୍କ ସପ୍ରୁ ଶାଖାରେ ତାଙ୍କ ବଂଶ ପରମ୍ପରା ବଢ଼ି ଆସିଥିଲା। ସେ ୧୮୭୩ ମସିହାରେ ପଞ୍ଜାବର ସିୟାଲକୋଟରେ ଜନ୍ମ ହୋଇଥିଲେ। ତାଙ୍କୁ ଜଣାଥିଲା ଯେ ସେ ମୂଳତଃ କାଶ୍ମୀର ବ୍ରାହ୍ମଣ। ଏଣୁ ସେ ସବୁବେଳେ କହୁଥିଲେ ଯେ ମୋ ପାଖରେ ଅଛି  କାଶ୍ମୀର ବ୍ରାହାଣର ମସ୍ତିଷ୍କ ଓ ଇସ୍ଲାମର ହୃଦୟ। ସେ ସେତେବେଳେ ଚାଲିଥିବା ରାଷ୍ଟ୍ରୀୟ ଆନ୍ଦୋଳନର ପରିବେଶରୁ ଶିକ୍ଷା ଲାଭ କରିଥିଲେ। ଲାହୌରରୁ ଦର୍ଶନ ଶାସ୍ତ୍ରରେ ସ୍ନାତକୋତ୍ତର ପଢ଼ିଥିଲେ। ଛାତ୍ର ବେଳୁ ସେ ଉଭୟ ଚିନ୍ତକ ଓ ଶାୟର ଥିଲେ। ଲାହୌରରେ ତାଙ୍କର ସାଙ୍ଗ ଥିଲେ ତିରଥରାମ (ସ୍ୱାମୀ ରାମତୀର୍ଥ) ଓ ମହାନ କ୍ରାନ୍ତିକାରୀ ହରଦୟାଲ। ତେଣୁ ସ୍ୱାଭାବିକ ଭାବରେ ତାଙ୍କ ଭାବ ଭାବନାରେ ରାଷ୍ଟ୍ରୀୟ ବିଚାରର ଉନ୍ମେଷ ହେଉଥିଲା। ସେ ମଧ୍ୟ ସେହି ଭାବଭୂମିର କବିତାମାନ ରଚନା କଲେ। 'ତରାନା-ଏ-ହିନ୍ଦ' ଭଳି ପ୍ରସିଦ୍ଧ କବିତା ସେ ରଚନା କଲେ। ତାଙ୍କ ଲିଖିତ 'ସାରେ ଜହାଁ ସେ ଅଚ୍ଛା ହିନ୍ଦୋସ୍ତାଂ ହମାରା' ଶୀର୍ଷକ ଗୀତ ସାରା ଦେଶରେ ପ୍ରସିଦ୍ଧି ଅର୍ଜନ କଲା। ପରବର୍ତ୍ତୀ ସମୟରେ ଏହି ଗୀତ ରାଷ୍ଟ୍ରଗୀତ ରୂପେ ପ୍ରତିଷ୍ଠିତ ହୋଇଛି। 'ନୟା ଶିବାଲା' ରେ ସେ ଲେଖିଛନ୍ତି -

ମିଟ୍ଟୀ କୀ ମୂରତୋ ମେ ସମଝା ହୈ ତୁ ଖୁଦା ହୈ।
ଖୋକେ-ବତନ କା ମୁଝକୋ ହର ଜର୍ରା ଦେବତା ହୈ।।

ଅର୍ଥାତ୍ ୧୯୦୨-୧୯୦୫ ପର୍ଯ୍ୟନ୍ତ ତାଙ୍କର ସମସ୍ତ ଶାୟାରୀରେ ରାଷ୍ଟ୍ରୀୟ ଚେତନାର ଝଲକ ରହିଛି।

କ୍ରମଶଃ...

୨୦. ୮. ୧୮

No comments: