ଜଣେ(ଇକବାଲ) କାଶ୍ମୀରୀ ବିଦ୍ୱାନ ବ୍ରାହ୍ମଣ ମତାନ୍ତରିତ ହେବା ପରେ ନିଜର ଭିତ୍ତିଭୂମି(ଭାରତ ଓ ଭରତୀୟତା)କୁ ସମ୍ପୂର୍ଣ୍ଣ ଭୁଲିଗଲେ। ସେ ବିଶ୍ୱ ଇସଲାମବାଦକୁ ନିଜ ଶାୟରୀର ଆଧାର କରିଦେଲେ।
ଅୟ ଆବେ-ମୌଜ ଗଙ୍ଗା!
ୱହ ଦିନ ହୈ ୟାଦ ତୁଝକୋ
ଉତ୍ତରା ତେରେ କିନାରେ
ଜବ କାରୱା ହମାରା ?
ଚୀନୋ ଅରବ ହମାରା
ହିନ୍ଦୁସ୍ଥାନ ହମାରା,
ମୁସଲିମ ହୈ ହମ,
ବତନ ହୈ ସାରା ଜହାଁ ହମାରା
ଯେଉଁ ବ୍ୟକ୍ତି ଲେଖିଥିଲେ -
'ସାରେ ଜହାଁ ସେ ଅଚ୍ଛା
ହିନ୍ଦୁସ୍ଥାନ ହମାରା'
ସେହି ବ୍ୟକ୍ତି ଏମିତି ଲେଖିଥିବେ ବୋଲି କିଏ ବିଶ୍ୱାସ କରିବ ? କିନ୍ତୁ ଏହା ହିଁ ସତ୍ୟ।
ସାହିତ୍ୟରେ ନୋବେଲ ପୁରସ୍କାର ପାଇଥିବା ଭାରତୀୟ ବଂଶଜ ଶ୍ରୀ ନାୟପାଲ ନିଜର ଦୁଇଟି ଭ୍ରମଣ ବୃତ୍ତାନ୍ତରେ ମତାନ୍ତରିତ ମୁସଲମାନଙ୍କ ମାନସିକତା, ସଂସ୍କାର ଓ ବିଛିନ୍ନତାବାଦୀ ଚେତନାକୁ ବିଶ୍ଳେଷଣ କରିଛନ୍ତି। ସେ ସେଥିରେ ବର୍ଣ୍ଣନା କରିଛନ୍ତି ଯେ ହିନ୍ଦୁ, ବୌଦ୍ଧ ତଥା ପାର୍ସିରୁ ଇସଲାମ ମତକୁ ମତାନ୍ତରିତ ହେଲେ କିପରି ସେମାନଙ୍କୁ ବିଛିନ୍ନତାବାଦୀ, ଉଗ୍ରବାଦୀ କରିଦିଆଯାଏ। ଏହାର ପ୍ରମାଣ ହେଉଛି ଇକବାଲଙ୍କ ୧୯୦୮ ରୁ ୧୯୩୮ ପର୍ଯ୍ୟନ୍ତ ଜୀବନ ଏବଂ କାବ୍ୟ। ଏହାର ପରିଣାମ ସ୍ୱରୂପ ୧୯୪୬ ରୁ ୧୯୪୭ ପର୍ଯ୍ୟନ୍ତ ମୁସଲିମ ଲିଗ ର
ଆକ୍ରମଣ, ରକ୍ତପାତ, ଦେଶ ବିଭାଜନ ଓ ଲକ୍ଷ ଲକ୍ଷ ଲୋକଙ୍କୁ ରାତାରାତି ଶରଣାର୍ଥୀ କରିଦେବା। ଆଜିର କାଶ୍ମୀରୀ ମଧ୍ୟ ସେହି ମାନସିକତାର ଶିକାର ହୋଇଛି।
୩୦. ୮. ୧୮

No comments:
Post a Comment