Thursday, 23 August 2018

*ଇକବାଲ...*

ମହମ୍ମଦ ଇକବାଲ ୧୯୦୮ରେ ଇଂଲଣ୍ଡରୁ ଲହୋର ଫେରି ସରକାରୀ ମହାବିଦ୍ୟାଳୟରେ ଦର୍ଶନ ଶାସ୍ତ୍ରର ପ୍ରାଧ୍ୟାପକ ଭାବେ ଯୋଗ ଦେଲେ। ତାଙ୍କୁ ଓକିଲାତି କରିବାକୁ ମଧ୍ୟ ଅନୁମତି ମିଳିଥାଏ। ସେତେବେଳେ ମହାବିଦ୍ୟାଳୟର ସରକାରୀ ଚାକିରୀ ତାଙ୍କ ସ୍ୱାଧୀନ ଚିନ୍ତା ତଥା ସ୍ୱତନ୍ତ୍ର ଅଭିବ୍ୟକ୍ତି ପାଇଁ ବାଧା ହୋଇ ଛିଡ଼ା ହୋଇଥିଲା। ତେଣୁ ସେ ମହାବିଦ୍ୟାଳୟ ଚାକିରୀ ଛାଡ଼ିଦେଲେ। ସେ ୧୯୩୮ ପର୍ଯ୍ୟନ୍ତ ଉର୍ଦୁ କାବ୍ୟସାଧନା ଚଳାଇ ରଖିଥିଲେ। ତାତ୍ସହିତ ପାର୍ଶିରେ ମଧ୍ୟ ଲେଖୁଥିଲେ। କିନ୍ତୁ ସେ କାବ୍ୟରେ ପୂର୍ବ ଭଳି ଭାରତ ତଥା ଭାରତୀୟତାର ଗନ୍ଧ ନ ଥିଲା। ତଥା ୟୁରୋପ ଏବଂ ୟୁରୋପୀୟ ସାମ୍ରାଜ୍ୟବାଦର ବିରୋଧୀ ମହମ୍ମଦ ଇକବାଲଙ୍କୁ ୧୯୨୨ରେ ଇଂରେଜ ସରକାର ସାର ଉପାଧି ଦେଲେ। ତାକୁ ମଧ୍ୟ ସେ ସ୍ୱୀକାର କଲେ। ଫଳରେ ସେ ସାର ମହମ୍ମଦ ଇକବାଲ ଭାବେ ପରିଚିତ ହେଲେ। ଯଦି ସେ ପୂର୍ବ ଭଳି ରାଷ୍ଟ୍ରୀୟ ବିଚାରର କବି ଭାବେ ଲୋକପ୍ରିୟ ହୋଇଥାନ୍ତେ ତେବେ ଇଂରେଜ ସରକାର ତାଙ୍କୁ ସାର ଉପାଧିରେ ବିଭୂଷିତ କରି ନ ଥାନ୍ତା। ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ଏହି ଅଳଙ୍କାର ତାଙ୍କୁ ଭାରତୀୟ ରାଷ୍ଟ୍ରବାଦର ବିରୋଧ କାରଣରୁ ନା ତାଙ୍କ କବି ପ୍ରତିଭା କାରଣରୁ ?
ସମ୍ଭବତଃ "ଅସରାରେ ଖୁଦୀ" ପୁସ୍ତକର ଇଂରାଜୀ ଅନୁବାଦକୁ ପୁରସ୍କୃତ କରିବା ପାଇଁ ଇଂରେଜଙ୍କ ଇଚ୍ଛା ଥିଲା ରାଷ୍ଟ୍ରବାଦର ପ୍ରଖର ବିରୋଧୀ କବିକୁ ସମ୍ମାନିତ କରି ଇସ୍ଲାମୀ ଜାଗରଣର ଉଗ୍ର ଚେତନାର ଉଦୀପ୍ତ ରଖିବା ପାଇଁ। ସେଥିପାଇଁ ତ ରାଷ୍ଟ୍ରୀୟ ଆନ୍ଦୋଳନ ଅନେକ ସମୟରେ ବାଧା ପ୍ରାପ୍ତ ହେଉଥିଲା।

ଆଧୁନିକ ଭାରତୀୟ ରାଜନୈତିକ ଚିନ୍ତନ ଶୀର୍ଷକ ପୁସ୍ତକର ୪୬୩ ପୃଷ୍ଠାରେ ଇତିହାସ ଓ ରାଜନୀତି ଶାସ୍ତ୍ରର ପ୍ରଖ୍ୟାତ ବିଦ୍ୱାନ ଡ. ବିଶ୍ୱନାଥ ପ୍ରସାଦ ବର୍ମା ଲେଖିଛନ୍ତି - "ତୌହୀଦ(ଏକେଶ୍ୱରବାଦ)ର ସିଦ୍ଧାନ୍ତ ଅନୁସାରେ ସେ ବିଶ୍ୱ ଏକତାର ନିଷ୍କର୍ଷ ପ୍ରସ୍ତୁତ କରିଛନ୍ତି। ତାଙ୍କ ଦୃଷ୍ଟିରେ ଇସଲାମ ହେଉଛି ନା ରାଷ୍ଟ୍ରବାଦ ନା ସାମ୍ରାଜ୍ୟବାଦ ବରଂ ଏକ ରାଷ୍ଟ୍ରସଙ୍ଘ। ରାଜନୀତି ଉଦ୍ଦେଶ୍ୟକୁ ପୂରଣ କରିବାପାଇଁ ଇସଲାମ ଜାତୀୟ ବିବିଧତାକୁ ସ୍ୱୀକାର କରେ କିନ୍ତୁ ଶେଷରେ ଏହା ମାନବ ଏକତାକୁ ମଧ୍ୟ ବିଶ୍ୱାସ କରେ। ଇକବାଲ ମହୋଦୟ "ଆଦି ଇସଲାମ କୋ ୱାାପସ ଚଲୋର ନାରା ଦେଇଥିଲେ। ସେ ମଧ୍ୟ ମୁସଲିମ ଭାଇଚାରାର ଧାରଣାକୁ ଦୃଢ଼ୀଭୂତ କରିବାପାଇଁ "ମିିଲ୍ଲତେ ତୌହୀଦ" ଧାରଣାର ସାମାଜିକ ଓ ରାଜନୈତିକ ଦୃଷ୍ଟିଭଙ୍ଗିକୁ ବ୍ୟକ୍ତ କରିଥିଲେ। କାବା ହେଉଛି ଏହି ଏକତାର ଭୋଗୋଳିକ କେନ୍ଦ୍ରର ପ୍ରତୀକ।

କ୍ରମଶଃ.....

୨୩. ୮. ୧୮

No comments: