Friday, 31 August 2018

*ବିମାନ ବନ୍ଦରରେ ମସଜିଦ*

ପ୍ରସିଦ୍ଧ ଲେଖିକା ତସଲିମା ନସରିନ ତାଙ୍କ ଲେଖାରେ ବାସ୍ତବ ଘଟଣାକୁ ଲୋକଲୋଚନକୁ ଆଣୁଥିବାରୁ ତାଙ୍କୁ ନିଜ ବଙ୍ଗଳାଦେଶର ଜେହାଦୀମାନେ ଜୀବନରୁ ମାରିଦେବାର ଫତୱା ଜାରି କରି ଦେଶରୁ ନିର୍ବାସିତ କରିଛନ୍ତି। ସେ ଏବେ ଭାରତର କୋଲକାତାରେ ଅସ୍ଥାୟୀ ଭାବେ ଅବସ୍ଥାନ କରୁଛନ୍ତି।  ଗତ ୮ ଅଗଷ୍ଟର ଦୈନିକ ଜାଗରଣରେ ସେ ଲେଖିଛନ୍ତି -

କୋଲକାତା ବିମାନ ବନ୍ଦରର ଦ୍ଵିତୀୟ ରନ ୱେ ପାଖରେ ମସଜିଦ ହଟାଇବାର ବିଷୟକୁ ଶୀତଳ ଭଣ୍ଡାରରେ ରଖାଯାଇଛି। ଏଠାରୁ ମସଜିଦ ହଟାଇବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରର ନେତାମାନେ 'ଦାରୁଲ ଉଲୁମ'ଙ୍କ ନେତାଙ୍କ ସହ କଥା ହେଉଛନ୍ତି।
ରାଜ୍ୟ, କେନ୍ଦ୍ର ଓ ମସଜିଦ କମିଟିରେ ଏଇ ବିଷୟକୁ ନେଇ ଅନେକ ବୈଠକ ହୋଇଥିଲେ ମଧ୍ୟ ତାର କିଛି ସମାଧାନ ହୋଇପାରୁ ନାହିଁ।

ସମସ୍ତଙ୍କୁ ଜଣା ଯେ ବିମାନ ରନ ୱେ ଆଗରୁ ମସଜିଦ ହଟାଇ ଦେବା ଉଚିତ। କିନ୍ତୁ ତାହାକୁ ହଟାଇବା ସମ୍ଭବ ହେଉ ନାହିଁ। କାରଣ ମୁସ୍ଲିମ ନେତା ମସଜିଦ ହଟାଇବା ସପକ୍ଷରେ ନାହାନ୍ତି।

କୋଲକାତା ବିମାନ ବନ୍ଦର ଆରମ୍ଭରୁ ସେହି ମସ୍ଜିଦ ରନ ୱେ ସମ୍ମୁଖରେ ଅଛ। ପ୍ରତିଦିନ ୩୦-୪୦ ଲୋକ ବିମାନ ବନ୍ଦର ଦେଇ ମସ୍ଜିଦରେ ନମାଜ ପଢ଼ିବା ପାଇଁ ଯାଆନ୍ତି। ଏହି ସଂଖ୍ୟା ବଢ଼ି ଶୁକ୍ରବାର ଦିନ ୧୦୦ ପାଖାପାଖି ହୋଇଯାଏ।

ମସଜିଦ ରନ ୱେ ସମ୍ମୁଖରେ ଛିଡ଼ା ହୋଇଛି। ସାଧାରଣ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆବଶ୍ୟକ ସ୍ଥଳେ ଗୀର୍ଜା ଘର, ସାୟନେଗାଁଗ୍ (ୟହୂଦୀ ପୂଜାସ୍ଥଳ), ପାଗୋଡ଼ା, ମନ୍ଦିର ଆଦିକୁ ହଟାଇବାକୁ ପଡ଼ିଥାଏ। କିନ୍ତୁ ଏଠାରେ ମସଜିଦ ହଟାଇବାର କଥା ଉଠିଲେ ଝଗଡ଼ା ହୋଇଥାଏ।

ବାଂଲାଦେଶର ରୋହିଙ୍ଗିଆ ଶିବିରରେ ପାଖା ପାଖି ୨,୫୦୦  ମସ୍ଜିଦ୍ ଓ ମାଦ୍ରାସା ତିଆରି ହୋଇଗଲା। ସେଠାକୁ ରାତିରେ ମୌଲବୀ ମାନେ ପଢ଼ାଇବାକୁ ଯାଇ  ମିଆଁମାର ନ ଫେରିବାକୁ ଶିକ୍ଷା ଦେବା ସହ ଜେହାଦୀ କାର୍ଯ୍ୟ ପାଇଁ ପ୍ରୋତ୍ସାହିତ କରିଥାନ୍ତି।  ସାମ୍ପ୍ରଦାୟିକ ଦୂଷିତ ରାଜନୀତି କରି କେବଳ ନିଜକୁ ବଞ୍ଚାଇଲେ ହେବ ନାହିଁ, ସମାଜ ଓ ରାଷ୍ଟ୍ରକୁ ମଧ୍ୟ ବଞ୍ଚାଇବାକୁ ପଡ଼ିବ।

୩୧. ୮. ୧୮

No comments: