Saturday, 18 August 2018

*ହିନ୍ଦୁ ସିଦ୍ଧାନ୍ତ...*

ନ୍ୟାୟବାଦୀ ତତ୍ୱଜ୍ଞମାନେ ପୁନର୍ଜନ୍ମ ସପକ୍ଷରେ ସର୍ବଦା ତର୍କ ଉପସ୍ଥାପନ କରିଥାନ୍ତି, ଯାହା ଆମକୁ ନିଶ୍ଚୟାତ୍ମକ ବୋଲି ପ୍ରତୀତ ହୋଇଥାଏ। ସେ ତର୍କ ହେଲା -
"ଆମର ଅନୁଭବ ଲୁପ୍ତ ବା ନଷ୍ଟ ହୁଏ ନାହିଁ।"
ଆମର କୃତିଗୁଡ଼ିକ(କର୍ମ) ଯଦିଓ ଦେଖିବାକୁ ଆମ ଆଗରେ ନ ଥାଏ ତଥାପି "ଅଦୃଷ୍ଟ" ଭାବେ ଆମ ପାଖରେ ରହିଯାଏ। ଏହା ଧୀରେ ଧୀରେ ଆମ ଭିତରେ "ପ୍ରବୃତ୍ତି" ର ରୂପ ଧାରଣ କରେ। ଛୋଟ ଛୋଟ ପିଲା ମଧ୍ୟ ନିଜ ସାଥିରେ କିଛି ପ୍ରବୃତ୍ତି ଯଥା - ମୃତ୍ୟୁର ଭୟ, ଧରି  ଆସିଥାନ୍ତି।

ଯଦି ପ୍ରବୃତ୍ତି ବାରମ୍ବାର କରା ଯାଉଥିବା କର୍ମର ପରିଣାମ, ତେବେ ଯେଉଁ ପ୍ରବୃତ୍ତିକୁ ସାଙ୍ଗରେ ନେଇ ଆମେ ଜନ୍ମ ଧାରଣ କରିଛନ୍ତି, ତାକୁ ବୁଝିବା ପାଇଁ ସେହି କାରଣର ମଧ୍ୟ ଉପଯୋଗ କରିବା ଉଚିତ। ଏହା ସ୍ପଷ୍ଟ ଯେ ସେ ପ୍ରବୃତ୍ତି ଗୁଡ଼ିକ ଆମେ ଏ ଜନ୍ମରେ ପ୍ରାପ୍ତ କରି ନାହାନ୍ତି, ଅର୍ଥାତ୍ ଏହାର ମୂଳ ଆମକୁ ଗତ ଜନ୍ମରେ ଖୋଜିବାକୁ ହେବ। ଏହା ମଧ୍ୟ ଜଣାପଡ଼େ ଯେ ଆମ ପ୍ରବୃତ୍ତି ଭିତରୁ କିଛି ମନୁଷ୍ୟ କରିଥିବା କର୍ମର ପରିଣାମ ଅଟେ। ଯଦି ଏହା ସତ୍ୟ ହୋଇଥାଏ, ଯଦି ଆମେ ସେହି ପ୍ରବୃତ୍ତି ଗୁଡ଼ିକୁ ସାଥିରେ ନେଇ ଜନ୍ମ ହୋଇଥାଉ ତେବେ ଏହା ସିଦ୍ଧ ହେଉଛି ଯେ ଏ ସବୁ ପ୍ରବୃତ୍ତିର କାରଣ ହେଲା ଗତ ଜନ୍ମର ଆମ କୃତକର୍ମ। ଅର୍ଥାତ୍ ଆମର ଏଇ ଜନ୍ମ ପୂର୍ବରୁ ଆମେ ସେହି ମାନସିକ ଭୂମିକାରେ ଥିବା, ଯାହାକୁ ଆମେ ମାନବ ଭୂମିକା ବୋଲି କହିପାରିବା।

କ୍ରମଶଃ...

୧୮. ୮. ୧୮

No comments: