ଯେମିତି ବର୍ତ୍ତମାନ ଜୀବନର ପ୍ରବୃତ୍ତିଗୁଡ଼ିକୁ ଅତୀତର ଜ୍ଞାନପୂର୍ବକ କରାଯାଇଥିବା ପ୍ରଚେଷ୍ଟା ଦ୍ୱାରା ବୁଝା ଯାଇଛି ସେଥିରେ ଭାରତବର୍ଷର ପୁନର୍ଜନ୍ମବାଦୀ ଓ ବର୍ତ୍ତମାନର ବିକାଶବାଦୀ ଏକମତ ଅଟନ୍ତି। ଅନ୍ତର କେବଳ ଏତିକି ଯେ ହିନ୍ଦୁମାନେ ଆଧ୍ୟାତ୍ମବାଦୀ ହୋଇଥିବାରୁ ସେମାନଙ୍କୁ ଜୀବାତ୍ମାର ଜ୍ଞାନ ପ୍ରଚେଷ୍ଟା ଦ୍ୱାରା ବୁଝାଇଥାନ୍ତି ଓ ବିକାଶବାଦୀମାନେ ଯେଉଁମାନେ ଭୌତିକତାରେ ବିଶ୍ୱାସ କରନ୍ତି ସେମାନଙ୍କୁ ପିତାଙ୍କ ଠାରୁ ପୁତ୍ରକୁ ଆସୁଥିବା ଆନୁବଂଶିକ ସଂକ୍ରମଣ ଦ୍ୱାରା ବୁଝାଯାଇଥାଏ। ଯିଏ ଶୁନ୍ୟଠୁ ଉତ୍ପତ୍ତି ହେବାର ସିଦ୍ଧାନ୍ତକୁ ମାନନ୍ତି ସେମାନଙ୍କ କଥା କେହି ଗ୍ରହଣ କରନ୍ତି ନାହିଁ।
ଏବେ ବିବାଦ କେବଳ ପୁନର୍ଜନ୍ମବାଦୀ ଓ ଭୌତିକବାଦୀ ମାନଙ୍କ ଭିତରେ ରହିଲା। ପୁନର୍ଜନ୍ମବାଦୀ ଲୋକ ମାନନ୍ତି ଯେ ସବୁ ଅନୁଭବ ପ୍ରବୃତ୍ତି ରୂପେ ଅନୁଭବ କରୁଥିବା ଜୀବାତ୍ମାରେ ସଂଗୃହୀତ ହୋଇ ରହୁଥାଏ ଓ ତାହା ଅବିନାଶୀ ଜୀବାତ୍ମାର ପୁନର୍ଜନ୍ମ ଦ୍ୱାରା ସଂକ୍ରମିତ ହୁଏ। ଭୌତିକବାଦୀମାନେ ସବୁ କର୍ମଗୁଡ଼ିକର ଆଧାର - ବୀଜାଣୁଙ୍କ କୋଷ ଦ୍ୱାରା ତାହାର ସଂକ୍ରମଣର ସିଦ୍ଧାନ୍ତକୁ ମାନନ୍ତି।
ଏହିପରି ଆମପାଇଁ ପୁନର୍ଜନ୍ମର ସିଦ୍ଧାନ୍ତ ବହୁତ ମହତ୍ତ୍ୱପୂର୍ଣ୍ଣ ହୋଇଯାଏ। କାରଣ ପୁନର୍ଜନ୍ମର ଓ ବୀଜାଣୁ ଦ୍ୱାରା ଆନୁବଂଶିକ ସଂକ୍ରମଣ ମଧ୍ୟରେ ଯେଉଁ ବିବାଦ ଅଛି ତାହା ଯଥାର୍ଥରେ ଆଧ୍ୟାତ୍ମିକତା ଓ ଭୌତିକତାର ବିବାଦ ଅଟେ। ଯଦି ବୀଜାଣୁ ଦ୍ଵାରା ଆନୁବଂଶିକ ସଂକ୍ରମଣ ସମସ୍ୟାକୁ ସମାଧାନ କରିବା ପାଇଁ ପୂର୍ଣ୍ଣତଃ ପର୍ଯ୍ୟାପ୍ତ ତେବେ ତ ଭୌତିକତା ହିଁ ଅପରିହାର୍ଯ୍ୟ ଓ ଆତ୍ମା ର ସିଦ୍ଧାନ୍ତ ର କୌଣସି ଆବଶ୍ୟକତା ନାହିଁ। ଯଦି ତାହା ପର୍ଯ୍ୟାପ୍ତ ନୁହେଁ ତେବେ ପ୍ରତ୍ୟେକ ଆତ୍ମା ନିଜ ସହିତ ଏଇ ଜନ୍ମରେ ନିଜ ଅତୀତର ଅନୁଭବକୁ ନେଇ ଆସିଥାଏ ଏହି ସିଦ୍ଧାନ୍ତ ପୂର୍ଣ୍ଣତଃ ସତ୍ୟ ଅଟେ। ପୁନର୍ଜନ୍ମ ବା ଭୌତିକତା - ଏହି ଦୁଇ ଭିତରୁ କୌଣସି ଗୋଟିକୁ ମାନିବା ଛଡ଼ା ଅନ୍ୟ କୌଣସି ଉପାୟ ନାହିଁ। ପ୍ରଶ୍ନ ହେଉଛି ଆମେ କାହାକୁ ମାନିବା ?
୧୯. ୮. ୧୮

No comments:
Post a Comment