ଏବେ ଆମେ ଆଉ ଏକ ଜାତିଙ୍କ ବିଷୟରେ ଆଲୋଚନା କରିବା, ଯାହାଙ୍କ ପାଇଁ ଈଶ୍ୱର ଦୟାନିଧାନ ଓ ସର୍ବବ୍ୟାପୀ ପୁରୁଷ ଅଟନ୍ତି, ଯାହାଙ୍କ ପାଇଁ ଅନେକ ପ୍ରକାଶମାନ ଦୟାଳୁ ଓ ସହାୟକ ଦେବତା ରୂପେ ପ୍ରକଟ ହୁଅନ୍ତି, ମାନବ ଜାତିରେ ସର୍ବପ୍ରଥମେ ଯିଏ ଈଶ୍ୱରଙ୍କୁ ପିତା ବୋଲି ସମ୍ବୋଧନ କରି କହିଲେ, "ହେ ଭଗବାନ ! ମୋ ହାତ ଧରି ମୋତେ ସେମିତି ନେଇ ଚାଲ ଯେପରି ପିତା ନିଜ ସ୍ନେହୀ ପୁତ୍ରକୁ ନେଇଯାଇଥାଏ"; ଯିଏ ଜୀବନକୁ ଆଶାମୟ ବୋଲି ମାନେ ତଥା ଜୀବନକୁ ନିରାଶପୂର୍ଣ୍ଣ ବୋଲି ଭାବେ ନାହିଁ, ଯାହାଙ୍କ ଧର୍ମ, ଉନ୍ମାଦ ଓ ଆବେଶପୂର୍ଣ୍ଣ ଜୀବନ ଦୁଃଖୀ ମନୁଷ୍ୟର ମୁହଁରେ ସହଜ ଭାବେ ବାହାରି ଆସୁଥିବା ଆହା ଶବ୍ଦ ଭଳି ନ ଥିଲା ବରଂ ଯାହାର ବିଚାର ସବୁଜ ଶସ୍ୟକ୍ଷେତ୍ର, ଉଦ୍ୟାନ ଓ ଅରଣ୍ୟର ସୁବାସରେ ସୁବାସିତ ହୋଇ ଆମକୁ ପ୍ରାପ୍ତ ହୁଏ, ଯାହାଙ୍କ ସ୍ତୁତିପୂର୍ଣ୍ଣ ଗୀତ - ସୂର୍ଯ୍ୟଦେବଙ୍କ ପ୍ରଥମ କିରଣରେ ପ୍ରକାଶିତ ଏଇ ସୁନ୍ଦର ସଂସାରକୁ ଅଭିନନ୍ଦିତ କରିବା ସମୟରେ ପକ୍ଷୀମାନଙ୍କ କଣ୍ଠରୁ ଝରି ପଡୁଥିବା ମଧୁର ସ୍ୱର ଭଳି ସ୍ବାଭାବିକ, ସ୍ୱତନ୍ତ୍ର, ଆନନ୍ଦପୂର୍ଣ୍ଣ - ଏବେ ବି ଅନେକ ଶତାବ୍ଦୀ ଭିତର ଦେଇ ସ୍ୱର୍ଗରୁ ଆସୁଥିବା ନୂତନ ଆହ୍ୱାନ ଭଳି ଆମକୁ ଝଙ୍କୃତ କରୁଛି - ସେହି ଆର୍ଯ୍ୟ ଋଷିଗଣ କହିଛନ୍ତି -
"ମୋତେ ସେହି ମରଣରହିତ, ବିନାଶରହିତ ସୃଷ୍ଟି ପାଖରେ ପହଞ୍ଚାଇ ଦିଅ, ଯେଉଁଠି ସୂର୍ଯ୍ୟଙ୍କ ପ୍ରକାଶ ଓ ସନାତନ ତେଜ ଉଜ୍ଵଳିତ ହେଉଥିବ।
ମୋତେ ସେଇଠି ଅମର କରିଦିଅ, ଯେଉଁଠି ରାଜା ଵିଵସ୍ଵାନଙ୍କ ପୁତ୍ର ରହୁଥିବେ, ଯେଉଁଠି ସ୍ୱର୍ଗର ଗୁପ୍ତ ମନ୍ଦିର ଥିବ।
ମୋତେ ସେହି ରାଜ୍ୟରେ ଅମର କରିଦିଅ ଯେଉଁଠି ଶ୍ରବଣ କରି କରି ସେମାନେ ନାଚି ଉଠୁଥିବେ।
ଅନ୍ତସ୍ଥିତ ସ୍ୱର୍ଗର ତୃତୀୟ ମଣ୍ଡଳରେ ଯେଉଁଠି ସାରା ସୃଷ୍ଟି ପ୍ରକାଶପୂର୍ଣ୍ଣ, ମୋତେ ସେହି ଆନନ୍ଦମୟ ସାମ୍ରାଜ୍ୟରେ ଅମର କରିଦିଅ।"
ଏହା ହିଁ ଆର୍ଯ୍ୟଙ୍କ ସବୁଠୁ ପୁରୁଣା ଗ୍ରନ୍ଥ 'ଋଗ୍ ବେଦ ସଂହିତା' ର ପ୍ରାର୍ଥନା ମନ୍ତ୍ର ଅଟେ।
କ୍ରମଶଃ...
୭. ୮. ୧୮

No comments:
Post a Comment