ଭାରତୀୟ ଲୋକେ ନିଜର ଅଧିକାଂଶ ଉତ୍ତମ ଶକ୍ତି ଆତ୍ମାର ଅନ୍ୱେଷଣରେ ଲଗାଇଦେଲେ। ସେମାନଙ୍କର ଉଦ୍ଦେଶ୍ୟ ଥିଲା ଯେ ଏଇ ବୁଦ୍ଧି ଶକ୍ତି ଯୁକ୍ତ ମନୁଷ୍ୟର ଯଥାର୍ଥ ସ୍ୱରୂପ କଣ ? ଫଳତଃ ସେମାନଙ୍କୁ ଅନୁଭବ ହେଲା ଯେ ଏଇ ଶରୀରଠୁ ଊର୍ଦ୍ଧ୍ଵରେ ଓ ତାଙ୍କ ପୂର୍ବଜ ଯାହାଙ୍କ ତେଜସ୍ୱୀ ଶରୀରର ଆକାଂକ୍ଷା କରିଥିଲେ ତା' ଠୁ ବି ଊର୍ଦ୍ଧ୍ୱରେ 'ଯଥାର୍ଥ ମାନବ' ହେଉଛି ସେହି ସତ୍ୟ ତତ୍ତ୍ୱ, ସେ ହିଁ ବ୍ୟକ୍ତି ଅଟେ, ଯିଏ ଏଇ ଶରୀରରୂପୀ ଆବରଣ ବା ବସ୍ତ୍ରକୁ ଧାରଣ କରିନିଏ ଓ ପୁଣି ଏହି ବସ୍ତ୍ର ଜରାଜୀର୍ଣ୍ଣ ହେଲେ ଏହାକୁ ତ୍ୟାଗ କରିଦିଏ।
କଣ ଏହି ତତ୍ତ୍ୱ ସୃଷ୍ଟି କରାଗଲା ? ଯଦି ସୃଜନର ଅର୍ଥ ହୁଏ ଯେ କିଛି ନ ଥିଲା ଓ ସେଥିରୁ ଗୋଟିଏ ନୂତନ ବସ୍ତୁ ତିଆରି କରାଗଲା ତେବେ ତାର ଉତ୍ତର ନିଶ୍ଚିତ ହେବ - "ନା"।
ଏହି ଆତ୍ମା ଜନ୍ମ ରହିତ ଓ ମରଣ ରହିତ, ଏହି ଆତ୍ମା କୌଣସି ପ୍ରକାର ସମ୍ମିଶ୍ରଣ ବା ସଂଯୋଗ ଦ୍ୱାରା ତିଆରି ହୋଇ ନାହିଁ, ବରଂ ସ୍ୱତନ୍ତ୍ର ବ୍ୟକ୍ତିମତ୍ତା ଅଟେ। ଏଥିପାଇଁ ନା ତାକୁ ସୃଷ୍ଟି କରାଯାଇ ପାରିବ ନା ତାକୁ ନାଶ କରାଯାଇ ପାରିବ। ସେ ତ ଭିନ୍ନ ଭିନ୍ନ ଅବସ୍ଥା ଦେଇ ଯାତ୍ରା କରିଥାଏ।
ସ୍ଵଭାବତଃ ଏହି ପ୍ରଶ୍ନ ଉଠୁଛି ଯେ ସେ ଏତେ ସମୟ ଥାଏ କେଉଁଠି ? ହିନ୍ଦୁ ତତ୍ତ୍ୱଦର୍ଶୀ କହନ୍ତି - "ସେ ଭୌତିକ ଦୃଷ୍ଟିରୁ ଭିନ୍ନ ଭିନ୍ନ ଶରୀରରେ ପ୍ରବେଶ କରିଥାଏ ବା ଯଥାର୍ଥରେ ତାତ୍ତ୍ଵିକ ଦୃଷ୍ଟିରୁ ଦେଖିଲେ ଭିନ୍ନ ଭିନ୍ନ ମାନସିକ ଭୂମିକାରେ ପ୍ରବେଶ କରୁଥାଏ।"
ହିନ୍ଦୁ ଦାର୍ଶନିକ ଲୋକେ ଯେଉଁ ପୁନର୍ଜନ୍ମ ସିଦ୍ଧାନ୍ତ ବାହାର କଲେ, ସେଥିପାଇଁ ବେଦର ଉପଦେଶ ଛଡ଼ା ଆଉ କିଛି ପ୍ରମାଣ ଅଛି କି ?
ହଁ, ଏପରି ଅନେକ ପ୍ରମାଣ ଅଛି ଯେପରି ଅନ୍ୟ ସବୁ ସର୍ବମାନ୍ୟ ସିଦ୍ଧାନ୍ତ ପାଇଁ ଥାଏ। ପରନ୍ତୁ ଆମେ ପ୍ରଥମେ ଦେଖିବା ଯେ ୟୁରୋପୀୟ ମାନେ ଏ ବିଷୟରେ କ'ଣ କହିଛନ୍ତି।
କ୍ରମଶଃ...
୧୦. ୮. ୧୮

No comments:
Post a Comment