Casper ମଧ୍ୟ ତାଙ୍କ Ueber die Wahrscheinliche Lebensdauer des Menschen ୧୮୩୫ ରେ କହିଛନ୍ତି - " କିଛି ବିଶିଷ୍ଟ ଅଞ୍ଚଳରେ ସେଠାର ଜନ ସଂଖ୍ୟାର ପ୍ରଭାବ ସେଠାକାର ଜୀବନକାଳର ଦୀର୍ଘତା ଓ ମୃତ୍ୟୁ ସଂଖ୍ୟା ଉପରେ ଅବଶ୍ୟ ପଡ଼ିଥାଏ। କାରଣ ଜନ୍ମ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ସମାନ ଭାବରେ ଚାଲିଥାଏ। ସବୁବେଳେ ଓ ସର୍ବତ୍ର ଜନ୍ମ ଓ ମୃତ୍ୟୁ ସଂଖ୍ୟା ବଢ଼େ ବା କମେ। ଏହି କଥାକୁ ନିଃସନ୍ଦେହ ରୂପେ ସିଦ୍ଧ କରିବା ପାଇଁ ସେ ଭିନ୍ନ ଭିନ୍ନ ଦେଶ ଓ ଭିନ୍ନ ଭିନ୍ନ ପ୍ରାନ୍ତରୁ ପ୍ରମାଣ ସଂଗ୍ରହ କରିଥିଲେ। ଏହା ମଧ୍ୟ ଅସମ୍ଭବ ଯେ ମୋର ଅକାଳ ମୃତ୍ୟୁରେ ଓ ମୋର ଯାହା ସହିତ କୌଣସି ସମ୍ବନ୍ଧ ନ ଥିଲା ତାଙ୍କୁ ବିବାହ କରି ଅନେକ ସନ୍ତାନ ଉତ୍ପତ୍ତି କରିବା ଦ୍ୱାରା କୌଣସି ଭୌତିକ କାର୍ଯ୍ୟ କାରଣ ସମ୍ବନ୍ଧ ଥିବ। ଏହିପରି ଏଠାରେ ଆଧ୍ୟାତ୍ମିକତାକୁ ଅସ୍ବୀକାର କରିବା ଭଳି ଦେଖାଯାଉ ନାହିଁ ଓ ନିଶ୍ଚୟାତ୍ମକ ରୂପେ ଭୌତିକ ଘଟଣାକୁ ବୁଝିଲା ଭଳି ତାତ୍କାଳିକ କାରଣ ମିଳିଯାଇଥାଏ। ପ୍ରତ୍ୟେକ ନବଜାତ ପ୍ରାଣୀ ନୂଆ ଜୀବନ ପାଇ ସଜ ଓ ପ୍ରଫୁଲ୍ଲିତ ହୋଇ ଆସନ୍ତି ଓ ପ୍ରକୃତିର ମୁକ୍ତ ଅବଦାନ ଭାବେ ଉପଭୋଗ କରନ୍ତି। ପରନ୍ତୁ ମୁକ୍ତ ଦାନ ଭାବେ କିଛି ବି ଦିଆଯାଏ ନାହିଁ। କିଛି ବି ଦିଆଯାଇ ପାରିବ ନାହିଁ। ଏହି ସଜ ଜୀବନର ମୂଲ୍ୟ ବୃଦ୍ଧାବସ୍ଥାରେ ମୃତ୍ୟୁ ଦ୍ୱାରା ଦିଆଯାଏ। ଯେଉଁ ଜୀବନର ନାଶ ହୋଇଗଲା, ଏହାର ଭିତରେ ସେହି ଅବିନାଶୀ ବୀଜ ଥାଏ। ଯାହା ଦ୍ୱାରା ନୂଆ ଜୀବନ ଅଙ୍କୁରିତ ହୋଇଛି। ସେ ଦୁଇଟି ଯାକ ଜୀବନ ଏକ ଅଟେ।"
କ୍ରମଶଃ...
୧୨. ୮. ୧୮

No comments:
Post a Comment