ଚତୁର୍ପାର୍ଶ୍ୱର ପରିସ୍ଥିତି, ଅନାବଶ୍ୟକ ଖବର ଓ ପୂର୍ବାଗ୍ରହ ଥିବା ଦୂଷିତ ଧାରଣା ବେଳେବେଳେ ଅନେକ ସମ୍ପ୍ରଦାୟ ବା ପନ୍ଥମାନଙ୍କ ଭିତରେ ଅନିଶ୍ଚିତ ମତ ଓ ଅନ୍ଧ ବିଶ୍ୱାସ ସୃଷ୍ଟି କରିଦିଏ। ଫଳସ୍ୱରୂପ ଅତ୍ୟନ୍ତ ବିପରୀତ ଦିଶାରେ ପହଞ୍ଚି ଯାଇ ଅନେକ ବୃଦ୍ଧ ଲୋକ ସତ୍ୟର ଅନ୍ୱେଷଣକୁ ନିରାଶ ହୋଇ କେବଳ ଛାଡ଼ି ଦିଅନ୍ତି ନାହିଁ, ବରଂ ଏହାକୁ ନିଷ୍ଫଳ, ନିରୂପଯୋଗୀ ଓ ବେକାର ବୋଲି ଘୋଷିତ କରିଦିଅନ୍ତି। ପରନ୍ତୁ ସତ୍ୟ ତ ସେହିମାନଙ୍କୁ ପ୍ରାପ୍ତ ହୋଇଥାଏ, ଯେଉଁମାନେ ନିର୍ଭୟ ହୋଇ, ସାଧନାକୁ ବ୍ୟବସାୟ ନ କରି, ନିଷ୍ଠାପୂର୍ବକ ସତ୍ୟର ପୂଜା କରିଥାନ୍ତି। ପ୍ରକାଶ ସେହି ବ୍ୟକ୍ତିଙ୍କୁ ମିଳିଥାଏ, ଯିଏ ନିଜ ବୁଦ୍ଧି ଦ୍ୱାରା ସଚେଷ୍ଟ ହୋଇ ଉଦ୍ୟମ କରିଥାଏ ଏବଂ ସେହି ବ୍ୟକ୍ତି ବିନା ପ୍ରଚାରରେ ରାଷ୍ଟ୍ରର ଶ୍ରଦ୍ଧାର ପାତ୍ର ହୋଇଥାଏ। ଦାର୍ଶନିକ ତତ୍ତ୍ୱଦର୍ଶୀ ଲୋକମାନେ ମହାମନା ପୁରୁଷଙ୍କ ଦ୍ୱାରା ସତ୍ୟର ଅନ୍ୱେଷଣ ପାଇଁ ଇଚ୍ଛାପୂର୍ବକ କରିଥିବା ବିଶେଷ ସାଧନାର ଉଦାହରଣ ପ୍ରସ୍ତୁତ କରିଥାନ୍ତି। ଇତିହାସ ସାକ୍ଷୀ ଯେ ସତ୍ୟ ଧୀରେ ଧୀରେ କିପରି ସାରା ଜନତାଙ୍କ ମଧ୍ୟରେ ପ୍ରବିଷ୍ଟ ହୋଇଯାଏ।
ମନୁଷ୍ୟ ନିଜ ସମ୍ବନ୍ଧରେ ଯେତେ ସିଦ୍ଧାନ୍ତ ବାହାର କରିଛି, ସେ ସବୁ ଭିତରୁ ସର୍ବାଧିକ ପ୍ରଚଳିତ ସିଦ୍ଧାନ୍ତ ହେଲା ଶରୀର ଠାରୁ ଭିନ୍ନ ଅସ୍ତିତ୍ୱ ଥିବା ଅମର ଆତ୍ମାର। ଏପରି ଆତ୍ମାକୁ ମାନୁଥିବା ଅଧିକାଂଶ ବିଚାରବାନ ଲୋକ ଏହି ଆତ୍ମାର ପୂର୍ବ ଅସ୍ତିତ୍ୱରେ ମଧ୍ୟ ବିଶ୍ୱାସ କରି ଆସିଛନ୍ତି।
ବର୍ତ୍ତମାନ ସମୟରେ ମଧ୍ୟ ଅଧିକାଂଶ ଧାର୍ମିକ ଲୋକ ଏହି ବିଶ୍ୱାସ ରଖନ୍ତି ଏବଂ ସୁସମ୍ପନ୍ନ ଦେଶମାନଙ୍କରେ ଅତ୍ୟୁତ୍ତମ ବିଚାରବାନ ବ୍ୟକ୍ତି ମଧ୍ୟ ଏହାକୁ ସମର୍ଥନ କରନ୍ତି ଯଦିଓ ସେମାନେ ଆତ୍ମାର ପୂର୍ବ ଅସ୍ତିତ୍ୱର ବିଚାର ରଖୁଥିବା ବିରୋଧୀ ଧର୍ମରେ ଜନ୍ମ ନେଇଛନ୍ତି, ବଢ଼ିଛନ୍ତି। ଏହି ବିଶ୍ୱାସ ହେଉଛି ହିନ୍ଦୁ ଧର୍ମର ଆଧାର। ପୁରାତନ ମିଶର ବାସୀ ଲୋକ ଏହାକୁ ମାନୁଥିଲେ। ପୁରାତନ ଇରାନୀ ଲୋକ ମଧ୍ୟ ଏହି ବିଶ୍ୱାସକୁ ଗ୍ରହଣ କରିଥିଲେ। ୟୁନାନୀ ତତ୍ତ୍ୱବେତ୍ତା ଲୋକମାନେ ଏହାକୁ ତାଙ୍କ ଦର୍ଶନ ଶାସ୍ତ୍ରର ଆଧାର କରିଛନ୍ତି। ହିବୃମାନଙ୍କ ଭିତରେ ଫୈରିସ ଲୋକମାନେ ଏହାକୁ ସ୍ୱୀକାର କରିଛନ୍ତି। ମୁସଲମାନମାନଙ୍କ ଭିତରେ ପ୍ରାୟତଃ ସମସ୍ତ ସୁଫି ସନ୍ଥ ଏହାକୁ ମାନିନେଇଛନ୍ତି।
କ୍ରମଶଃ....
୨. ୮. ୧୮

No comments:
Post a Comment