Friday, 5 October 2018

*ଦାସତାର ପ୍ରଭାବ*

ଜଗତିକରଣର ଯେଉଁ ପ୍ରକ୍ରିୟା ଏବେ ଚାଲିଛି ତାହା ଔପନିବେଶିକ ସଂସ୍କୃତି ଓ ବିଚାରରୁ ମୁକ୍ତ ହେବାର ପ୍ରକ୍ରିୟାରେ ବାଧା ଦେଉଛି। ଯଦି କେହି ତାଙ୍କର ବିରୋଧ କରେ ତେବେ ଆମେରିକା ଓ ୟୁରୋପର ବୁଦ୍ଧିଜୀବୀ ତାଙ୍କୁ ସେହିପରି ବେକାର ଯୁକ୍ତି ବୋଲି କହି ଆଡ଼େଇ ଦେଉଛନ୍ତି ଯେପରି ବ୍ୟବହାର ସେମାନେ ସ୍ୱାଧୀନତା ସମୟରେ ରାଷ୍ଟ୍ରବାଦୀଙ୍କ ପ୍ରତି କରିଥିଲେ।

କେବଳ ରାଜନୈତିକ ସ୍ୱାଧୀନତା ସମ୍ପୂର୍ଣ୍ଣ ସ୍ୱାଧୀନତା ନୁହେଁ। ଉପନିବେଶବାଦ କେବଳ ଭୌତିକ ସାମଗ୍ରୀ ତଥା ରାଜ୍ୟ ରାଜନୀତି ଉପରେ ଅଧିକାର ନ ଥିଲା ବରଂ ଏହା  ସ୍ଥାନୀୟ ସଂସ୍କୃତି  ଯାହା  ଦେଶର ବ୍ୟକ୍ତିଙ୍କୁ ନିଜର ଭୂଗୋଳ, ଇତିହାସ, ପରିବେଶ ଓ ଆକାଂକ୍ଷା ହିସାବରେ ଗଢ଼େ, ପରିଭାଷିତ କରେ ଏବଂ ସେହି ସମାଜକୁ ଏକ ବିଶିଷ୍ଟ ପରିଚୟ ଦିଏ, ତାକୁ ନିଜ ଅଧୀନରେ ରଖିଥିଲେ। ବାସ୍ତବରେ ଉପନିବେଶବାଦୀ ତତ୍ତ୍ୱ ଦେଶଜ ସଂସ୍କୃତିକୁ ନଷ୍ଟ କରିଦେବାର ଏକ ବଡ଼ ଅଭିଯାନ ଥିଲା। ଯାହା ଦ୍ୱାରା ସ୍ଥାୟୀ 'ଦାସ ଭାବ' ଲୋକଙ୍କ ଭିତରେ ତିଆରି କରାଯାଇ ପାରିବ।

ଫେସବୁକରେ, ହ୍ଵାଟସ୍ଅପରେ ଗୋଟେ ବାର୍ତ୍ତା ବୁଲୁଛି, ଆପଣମାନେ ପରିଚିତ ଥିବେ -
We call everybody by title *Sir*
It is interesting to know what is meant by the word *Sir*.?
*'Slave I Remain (SIR)'*
The British during their rule wanted all Indians to address them as *Sir*
Even after 71 years of independence, we still keep calling everyone *Sir*
Even American President is addressed *Mr. President* not *Sir*.....!!😎.
*MANY PEOPLE DO NOT KNOW THE REAL MEANING OF THIS WORD*

ଏଠାରେ ଆଉ ଏକ ଉଦାହରଣ ଦିଆଯାଇ ପାରେ। ଆମ ଦେଶର ବନବାସୀ ସମାଜର ଏକ ଜୀବନ ଶୈଳୀ ଅଛି। ପ୍ରକୃତି ପ୍ରେମ, ପ୍ରକୃତି ସହ ନିକଟତା, ପ୍ରକୃତି ପୂଜା ତାଙ୍କ ଜୀବନର ବୈଶିଷ୍ଟ୍ୟ ଅଟେ। ସେମାନଙ୍କ ଜୀବନଶୈଳୀରେ କେତେ ପ୍ରକାର ନ୍ୟୁନତା ବାହାର କରାଯାଇ ପାରେ ଓ ତାକୁ ସୁଧୁରା ଯାଇ ପାରେ। କିନ୍ତୁ ଉପନିବେଶବାଦୀମାନେ ତାଙ୍କୁ ଯେଉଁ ପ୍ରକାର ପରିଭାଷିତ କଲେ ତାହା ସେମାନଙ୍କ ରୁଗ୍ଣ ମାନସିକତାର ସବୁଠୁ ବଡ଼ ଉଦାହରଣ।

ସେମାନେ ଭାରତୀୟ ବନବାସୀଙ୍କୁ ଜଙ୍ଗଲୀ, ଅସଭ୍ୟ, ବର୍ବର ଓ ଅବୌଦ୍ଧିକ ସମୁଦାୟ ମାନି ତାଙ୍କର ବିଶିଷ୍ଟ ନାମକରଣ କଲେ। ଭାରତରେ ୧୮୭୨ରେ ସେମାନଙ୍କ ଦ୍ଵାରା  ପ୍ରଥମ ଜନଗଣନା ଆରମ୍ଭ ହେଲା। ସେଥିରେ ବନବାସୀ ସମୁଦାୟର ନାମକରଣ କରାଗଲା ଜୀଵବାଦୀ (ଏନିମିଷ୍ଟ)। ଏଭଳି ସେମାନଙ୍କୁ ନିମ୍ନ ସ୍ତରର ମାନି ସେମାନଙ୍କର ଆଧ୍ୟାତ୍ମିକ ଜୀବନ ପଦ୍ଧତି ଓ ଜୀବନ ଦର୍ଶନକୁ ନଷ୍ଟ କରିବାର ନିରନ୍ତର ଚେଷ୍ଟା କରାଗଲା। ୧୯୧୧ ଜନଗଣନା ପର୍ଯ୍ୟନ୍ତ ତାଙ୍କୁ ଜୀବବାଦୀ କୁହାଗଲା। ୧୯୨୧ ଜନଗଣନାରେ ସେମାନଙ୍କୁ ଜନଜାତି (ଟ୍ରାଇବ) ବୋଲି କୁହାଗଲା। ଏଇ ଦୁଇଟି ନାମକରଣ ପାଇଁ ସେମାନେ ତାଙ୍କ ଇତିହାସ ଓ ମାନବଶାସ୍ତ୍ରର ସାହାଯ୍ୟ ନେଇଥିଲେ। ସେଥିରେ 'ଟ୍ରାଇବ' ଶବ୍ଦ ବର୍ବର ଓ ଅସଭ୍ୟ ଜାତି ପାଇଁ ବ୍ୟବହାର ହୋଇଛି।
୧୮୭୨ ରୁ ୧୯୪୧ ପର୍ଯ୍ୟନ୍ତ ଆଠଟି ଜନଗଣନାର ବିବରଣ ଦେଖିଲେ ଜଣାପଡ଼ିବ ଯେ ସେମାନେ ବନବାସୀଙ୍କୁ କିପରି ହୀନ ଦୃଷ୍ଟିରେ ଦେଖୁଥିଲେ। ସେମାନଙ୍କ ପାଇଁ ଯଦି କୌଣସି ବ୍ରାହ୍ମଣ କର୍ମକାଣ୍ଡ ବା ଆଧ୍ୟାତ୍ମିକ ଅନୁଷ୍ଠାନ କରୁଥିଲେ ତେବେ ସେହି ବ୍ରାହ୍ମଣକୁ ଏହି ଉପନିବେଶବାଦୀମାନେ ପତିତ ବା ଡିଗ୍ରେଡେଡ ବ୍ରାହ୍ମଣ ବୋଲି କହୁଥିଲେ।

ଭାରତର ଭାଷାକୁ ସେମାନେ କହିଲେ ଭର୍ଣ୍ଣାକୁଲାର ଲାଙ୍ଗୁଏଜ ବା ଅସଭ୍ୟ ମାନଙ୍କ ଭାଷା।

ସ୍ୱାଧୀନତା ପରେ ଉପନିବେଶବାଦୀଙ୍କ ଦ୍ଵାରା ସ୍ଥାପିତ ଓ ବର୍ଣ୍ଣିତ ସିଦ୍ଧାନ୍ତକୁ ଯାହା ଭାରତ ପାଇଁ ଅପମାନ, କାଢ଼ି ଫିଙ୍ଗି ଦେବାର କଥା। କିନ୍ତୁ ହେଲା ନାହିଁ। କେଉଁଭଳିଭାବେ ଉପନିବେଶବାଦୀମାନେ ସ୍ୱାଧୀନ ଭାରତର ବୁଦ୍ଧିଜୀବୀ ମାନଙ୍କ ମାନସିକତାକୁ ଗୋଲାମ କରି ନିଜ ବୌଦ୍ଧିକ ଅନୁଗାମୀ କରି ରଖିଛନ୍ତି ସେ ବିଷୟରେ ଆମ ଦେଶର ଜଣେ ବିଶିଷ୍ଟ ସମାଜବିଜ୍ଞାନୀ ପ୍ରଫେସର ଆଶିଷ ନନ୍ଦି ବଡ଼ ସୁନ୍ଦର ଢଙ୍ଗରେ ବର୍ଣ୍ଣନା କରିଛନ୍ତି ତାଙ୍କ ବହି
"The Intimate Enemy: Loss and Recovery of Self Under Colonialism"ରେ।

କ୍ରମଶଃ....

୫.୧୦.୧୮

No comments: