professor Edward Wadie Said ମିଶନାରୀଙ୍କ ଆଚରଣ, ଚାକିରିତନ୍ତ୍ର ଏବଂ ଔପନିବେଶିକ ନୀତି ଉପରେ ସେମାନଙ୍କର ପ୍ରଭାବକୁ ଉଚିତ ସ୍ଥାନ ଦେଇ ନାହାନ୍ତି। ସେ କହିଛନ୍ତି, ପ୍ରାଚ୍ୟ ଓ ପାଶ୍ଚାତ୍ୟ ଭିତରେ ଥିବା ସମ୍ବନ୍ଧ ହେଲା ଶକ୍ତି, ଆଧିପତ୍ୟ ଓ ଅଲଗା ଅଲଗା ସ୍ତରରେ ଏକ ଜଟିଳ ପ୍ରଭୁତ୍ୱବାଦ।
ସେ ପ୍ରାଚ୍ୟବାଦକୁ ତିନୋଟି ସ୍ତରରେ ବିଭକ୍ତ କରିଛନ୍ତି। ଏହାକୁ ଦେଖିଲେ ବୁଝିହେବ ଯେ ଏଇ ବିଧା ଦ୍ୱାରା ସେମାନେ କିପରି ପୂର୍ବ ଉପନିବେଶଗୁଡ଼ିକୁ ଅତୀତରେ ଉପଯୋଗୀ ଏବଂ ଏବେ ପରଜୀବୀ କରିବାରେ ସଫଳ ହୋଇଛନ୍ତି।
(୧) ପ୍ରାଥମିକ ସ୍ତରରେ ଏଇ ବିଧା ଭାରତୀୟ ଦର୍ଶନର ଅସ୍ତିତ୍ୱ ଆଧାରରେ ସ୍ଥାପିତ। ଏହା ସ୍ପଷ୍ଟ କରିଛି ଯେ ଭାରତ ବିନା ଇତିହାସ କିମ୍ବା ବିନା ସଭ୍ୟତାର ଦେଶ ନୁହେଁ। ଏଥିରେ ସେମାନେ ଭାରତୀୟ ସଂସ୍କୃତି ଓ ଭାରତୀୟ ସଭ୍ୟତାର ମହିମା ଗାନ କରିବା ସହିତ ଏହାର ଆଲୋଚନା ମଧ୍ୟ କରିଛନ୍ତି।
(୨) ଭାରତୀୟ ଦର୍ଶନ ଛାଞ୍ଚରେ ଆଧୁନିକ ୟୁରୋପୀୟ ବିଚାରଗୁଡ଼ିକୁ ପକାଇବା। ଏହିପରି ଭେଦଭାବ ପ୍ରଥମରୁ ସେଥିରେ ରହି ଆସିଛି। ଏହି ଅଵଧାରଣାକୁ ଜେ ଜେ କ୍ଲାର୍କ ମଧ୍ୟ ଚିହ୍ନିତ କରିଛନ୍ତି। ସେ କହିଛନ୍ତି, "ପ୍ରାଚ୍ୟ ବିଚାର ଗୁଡ଼ିକ ପଶ୍ଚିମରେ ରାଜନୈତିକ, ନୈତିକ ଓ ଧାର୍ମିକ କ୍ଷେତ୍ରରେ ଆତ୍ମ ମନ୍ଥନ ଓ ବିଚାରର ନବୀନତା ପାଇଁ ପ୍ରୟୋଗ ହେଲା।
(୩) ପଶ୍ଚିମ ଓ ପୂର୍ବ ସହିତ ପରସ୍ପର ସମ୍ବାଦକୁ ମହତ୍ତ୍ୱ ଦେଇଛି।
ସଇଦଙ୍କ ଅନୁସାରେ ପ୍ରାଚ୍ୟବାଦ ସିଦ୍ଧାନ୍ତ ଓ ବ୍ୟବହାର ରୂପେ ଏକ ପାଶ୍ଚାତ୍ୟ ଅଵଧାରଣା ଅଟେ। ଯାହାର ପ୍ରୟୋଗ ୟୁରୋପୀୟମାନେ ନିଜ ପ୍ରଭାବ ବିସ୍ତାର, ପୁନଃସ୍ଥାପନ ଆଦି ଅନେକ ପ୍ରକାର ବିଭାଜନ କରି ଲୋକଙ୍କୁ ସୁହାଇବା ଭଳି କରୁଥିଲେ, ଯାହା ଦ୍ୱାରା ଲୋକମାନେ ତାଙ୍କ ନିୟନ୍ତ୍ରଣରେ ରହିବେ।
ଏହା ଏକ ପୂର୍ବ ନିୟୋଜିତ, ସୁବିଚାରିତ ରଣନୀତି ଅନୁସାରେ କରାଗଲା ଯାହା ଦ୍ୱାରା ପାଶ୍ଚାତ୍ୟ ବିଚାରର ଆଧିପତ୍ୟ ପ୍ରାଚ୍ୟ ବିଚାର ଓ ବ୍ୟବହାର ଉପରେ କରିହେବ।
ପାଶ୍ଚାତ୍ୟ ବିଦ୍ୱାନଙ୍କ ଏହି ଉପାୟ ତାଙ୍କ ପ୍ରଭୁତ୍ୱ ଓ ପ୍ରାଚ୍ୟବାଦ ସଂସ୍କୃତିର ଶୋଷଣର ଏକ ଲମ୍ବା ଇତିହାସର ପ୍ରତିନିଧିତ୍ୱ କରୁଛି।
୨୫.୧୦.୧୮

No comments:
Post a Comment