ଭାରତର ସ୍ୱାଧୀନତା ସଂଗ୍ରାମରେ ଉପନିବେଶବାଦର ସେହି ସମସ୍ତ ବିଚାର ଓ ସାମାଜିକ ଦର୍ଶନକୁ ବିରୋଧ କରାଯାଇଥିଲା ଯାହା ମନୁଷ୍ୟ ମନୁଷ୍ୟ ଭିତରେ ଭେଦଭାବ ଓ ପରସ୍ପର ବିଦ୍ୱେଷ ତିଆରି କରେ। ଫାଶୀବାଦ, ନାଜିବାଦ, ବଂଶବାଦ, ରଙ୍ଗଭେଦ ଆଦି ବିଚାରକୁ ଭାରତର ଲୋକେ ଶତ୍ରୁ ବୋଲି ବୁଝି ବିରୋଧ କରିଥିଲେ। ସେତେବେଳେ ଭାରତର ଆଧ୍ୟାତ୍ମିକ ଚେତନାକୁ ଧ୍ୱସ୍ତ କରିଦେବାର ପ୍ରବଳ ଚେଷ୍ଟା ହୋଇଛି। ଚାର୍ଲସ୍ ଗ୍ରାଣ୍ଟ (1746-1823) ଯେଉଁ ନୀତିକୁ ଆପଣେଇବା ପାଇଁ ପରାମର୍ଶ ଦେଇଥିଲେ ତାହାର ଉଦ୍ଦେଶ୍ୟ ଥିଲା ଖ୍ରୀଷ୍ଟୀୟ ବା ଇଭାଞ୍ଜେଲିକାଲ ପଦ୍ଧତିର ଶିକ୍ଷା। Essence of personal identity as we know it,ର ଭାବନା ତିଆରି କରାଅ। ଅର୍ଥାତ୍ ସିଧା ଆମ ଶାସନକୁ ମାନ ନ କହି ଗୁଡ଼ାଏ କଳା ଇଂରେଜ ଶିକ୍ଷା ମାଧ୍ୟମରେ ତିଆରି କରିଦିଅ ଯେଉଁମାନେ ବାଧ୍ୟ ହେବେ ଆମର ଗୁଣଗାନ କରିବା ପାଇଁ। ତାଙ୍କୁ ଜଣାଥିଲା ଏହା ସ୍ଲୋ ପଏଜନ ଭଳି କାମ କରିବ। ଶାସନ ପ୍ରଣାଳୀର ଦୁଷ୍ପ୍ରଭାଵ ଓ ଆର୍ଥିକ ଶୋଷଣକୁ ଲୋକମାନେ ତ ପ୍ରତ୍ୟକ୍ଷ ଅନୁଭବ କରିପାରୁଥିଲେ, ଦେଖିପାରୁଥିଲେ; କିନ୍ତୁ ସେଇଭିତରେ ଶିକ୍ଷା ପଦ୍ଧତି ବଦଳାଇ ଶିକ୍ଷା ମାଧ୍ୟମରେ ବିଚାର ଓ ସଂସ୍କୃତି ଉପରେ ହେଉଥିବା ଗରିଲା ଆକ୍ରମଣକୁ ସାଧାରଣ ଲୋକ ବୁଝିବା ଅସମ୍ଭବ ଥିଲା । ଆଂଶିକ ରୂପେ ହେଉ ମଧ୍ୟ ତାହାର ପ୍ରଭାବ ଜଣା ପଡୁଥିଲା। ସେ ସମୟର କଥା ସାହିତ୍ୟରେ ମଧ୍ୟ ଏହାର ସ୍ପଷ୍ଟ ଛବି ଅଙ୍କିତ ହୋଇଛି। ଆମେ ଫକୀରମୋହନଙ୍କ ଗପରେ ଏ ସବୁର ସ୍ପଷ୍ଟ ଆଭାସ ପାଇଥାଉ।
ସବୁଠୁ ବଡ଼ କଥା ହେଲା ସେମାନେ ଏଠୁ ପେଡ଼ି ପୁଟୁଳି ବାନ୍ଧି ଗଲା ପରେ ମଧ୍ୟ ସେମାନଙ୍କ ବିଚାର, ଚିନ୍ତନ, ଶିକ୍ଷା ପଦ୍ଧତି, ସମାଜ ବିଜ୍ଞାନ ଆଦିକୁ ନିଜ ଅନୁକୂଳ କରିଦେଇ ଗଲେ। ଆମ ମାଷ୍ଟରମାନେ ସେମାନଙ୍କ ନାଁ ନ ନେଲେ ପାଠ ପଢ଼ାଇବା ଅସମ୍ଭବ ହୋଇ ପଡୁଥିଲା। ଆମ ମାଷ୍ଟର ମାନଙ୍କ ମାଷ୍ଟର ସେହି ସାହେବ ମାନଙ୍କୁ ବୁଝିବାକୁ ଆମକୁ କେତେ ଦଶକ ଲାଗିଗଲା।
ପ୍ରକୃତରେ ଏଇ ସାହେବମାନେ ହେଲେ ସେହି ଆତଙ୍କି ଉପନିବେଶବାଦୀଙ୍କ ପାଖରେ ଚାକିରୀ କରିଥିବା ଲୋକ। ଯେଉଁମାନେ ସେତେବେଳେ ଲୋକମାନଙ୍କୁ ଅତ୍ୟାଚାର କରୁଥିଲେ, ମୁନିବ ଭକ୍ତି ଦେଖାଇ ଆର୍ଥିକ ଶୋଷଣ କରୁଥିଲେ। ତତ୍ସହିତ ଲେଖା ମାଧ୍ୟମରେ ବିଦେଶୀ ଭକ୍ତି ତିଆରି କରିବାରେ ଏମାନେ ସିଦ୍ଧହସ୍ତ ଥିଲେ। ଭିଖୁ ପାରିଖ ସେଇଭଳି ଦୁଇ ଜଣ ବିଦ୍ୱାନଙ୍କ ଉଦାହରଣ ଆମ ସମ୍ମୁଖରେ ରଖିଛନ୍ତି। ଜଣେ ହେଲେ ଜନ ଲକ୍ (୧୬୩୨– ୧୭୦୪ )
ଆଉ ଜଣେ ହେଲେ ଜେ. ଏସ. ମିଲ (୧୮୦୬ - ୧୮୭୩)।
ଆମ ମାଷ୍ଟରମାନେ ଏ ଦୁହିଁଙ୍କୁ ଉଦାରବାଦ ଓ ଲୋକତନ୍ତ୍ରର ଜନକ ବୋଲି ପଢ଼ାଇଥାନ୍ତି।
କ୍ରମଶଃ...
୨. ୧୦. ୧୮

No comments:
Post a Comment