Monday, 8 October 2018

*ସ୍ୱ-ଅର୍ଜିତ ଦାସତ୍ୱ*

ପୂର୍ବରୁ ଉପନିବେଶବାଦୀଙ୍କ ଦ୍ୱାରା କବଳିତ ହୋଇଥିବା ଦେଶମାନଙ୍କରେ  "ଉପନିବେଶ ମାନସିକତାରୁ ମୁକ୍ତି" ବିଷୟରେ ବିମର୍ଶ ହୋଇ ଆସିଛି। ଏହାର ସାଧାରଣ ଅର୍ଥ ହେଲା ସ୍ଥାନୀୟ ଚିନ୍ତନ ପ୍ରଣାଳୀ ଓ ପ୍ରକ୍ରିୟାରେ ବ୍ୟାପ୍ତ ଦାସତ୍ୱର ଭାବ ବା  ସାଧାରଣ କଥାକୁ ୟୁରୋପନିଷ୍ଠ ହୋଇ ବୁଝିବା ଓ କହିବାର  ଭାବକୁ ମନରୁ ଦୂରେଇ ଦେବା।

ଚାରିଶହ ବର୍ଷ ହେଲା ଲକ୍ଷେ ଚେଷ୍ଟା ପରେ ମଧ୍ୟ ସେମାନେ ଭାରତୀୟମାନଙ୍କ ମନରୁ  ଭାରତୀୟ ଭାବକୁ ହଟାଇ ପାରି ନାହାନ୍ତି।

ସାଧାରଣ ଲୋକେ ନିଜର ଆଧ୍ୟାତ୍ମିକ, ସାମାଜିକ ଓ ସାଂସ୍କୃତିକ ଦୃଷ୍ଟିକୋଣର ନିର୍ଦ୍ଧାରଣ ନିଜର ଭୋଗୋଳିକ ସୀମାର ସାଂସ୍କୃତିକ ଐତିହ୍ୟ, ଭାଷାଗତ ଉପଲବ୍ଧି ଓ ବୌଦ୍ଧିକ ସମ୍ପତ୍ତିକୁ ହିଁ ସନ୍ଦର୍ଭ କରି କରିଥାନ୍ତି।

କିନ୍ତୁ ଏହା ମଧ୍ୟ ସତ୍ୟ ଯେ ଆମ ଦେଶର ଏକ ବଡ଼ ବୌଦ୍ଧିକ ଜଗତ ଯିଏ ଇଂରାଜୀ ଭାଷା, ସାହିତ୍ୟ, ୟୁରୋପୀୟ ସାମାଜିକ ଦର୍ଶନ ଓ ତାଙ୍କ  ବୁଦ୍ଧିଜୀବୀଙ୍କ ପ୍ରତି ସମର୍ପଣ ଭାବ ରଖି କାମ କରିଚାଲିଛି ଯେଉଁଥିପାଇଁ ତାହାର ଆତ୍ମସାତ୍ ହୋଇଯାଇଛି ଯେ ୟୁରୋପୀୟ ଚିନ୍ତନ ହିଁ ସବୁଠୁ ଶ୍ରେଷ୍ଠ ଏବଂ  ଆମେ ତାଙ୍କରି ସାହାଯ୍ୟରେ ଆମ ବୁଦ୍ଧି, ବିବେକ ଓ ଭାବନା ଏପରିକି ବ୍ୟବହାର ପ୍ରଣାଳୀକୁ ସଜେଇ ପାରିବା। ଏହା କେବଳ ବୌଦ୍ଧିକ ଆଳସ୍ୟ ନୁହେଁ, ଏହା କେବଳ ପରାଜୟ ନୁହେଁ, ବରଂ ଏହାକୁ ସ୍ୱ ଅର୍ଜିତ ଦାସତ୍ୱ କହିବା ଠିକ ହେବ ଯାହା ତାଙ୍କୁ ସୀମିତ ପରିସରରେ ରହି ବୁଦ୍ଧିଜୀବୀ ହେବାର ଅବସର ଦେଇଛି। ଦାସତ୍ୱ ଦ୍ୱାରା ଜଣେ ବ୍ୟକ୍ତି ତାହାର ମୌଳିକତାକୁ ହରାଇ ବସେ। ଏଥିରେ ସ୍ୱାମୀ ବା ପ୍ରଭୁ ଭକ୍ତି ବା ସ୍ୱାମୀ ପ୍ରତି ପ୍ରତିବଦ୍ଧତା ବହୁତ କାମ କରେ। ସ୍ୱାମୀଙ୍କ ବିରୋଧରେ ଶୁଣିବା ତାଙ୍କୁ ଅସହ୍ୟ ହୁଏ। ଏପରି ଦର୍ଶନ ଆମେ ଭାରତୀୟ ସମାଜବିଜ୍ଞାନୀ ଓ ବୁଦ୍ଧିଜୀବୀଙ୍କ ଭିତରେ ଦେଖିପାରିବା। ଆଉ କିଛି ଅଛନ୍ତି ସେମାନେ ୟୁରୋପୀୟ ବିଚାରକୁ ସିଧା ମାନନ୍ତି ନାହିଁ, ପ୍ରତିବାଦ କରନ୍ତି, କିନ୍ତୁ ଟିକେ ଭିତିରେଇ ଦେଖିଲେ ଜଣା ପଡ଼ିବ ଏମାନଙ୍କ ବିଚାର ସେଇ ୟୁରୋପୀୟଙ୍କ ଅଧିଷ୍ଠାନରୁ  ଆସିଛି। ଅନ୍ୟ କେଉଁଠି ନୁହେଁ ନାମୀ ଦାମୀ ଖବରକାଗଜ ସ୍ତମ୍ଭରେ ଏମାନେ ବେଶୀ ଦୃଶ୍ୟମାନ।

କ୍ରମଶଃ...

୮.୧୦.୧୮

No comments: