ଉପନିଵେଶବାଦର ଭୁତ ଆମକୁ କବଳିତ କରି ରଖିଥିବା ବେଳେ ଆମେ ଯଦି ପ୍ରତ୍ୟକ୍ଷ ଉପନିବେଶବାଦୀଙ୍କ ଶାସନ ସମୟ କଥା ଚିନ୍ତା କରିବା ତେବେ ହୁଏତ ଆମକୁ ସେହି ଭୁତ କବଳରୁ ମୁକ୍ତ ହେବାର ଉପାୟ ମିଳିଯିବ। ସେତେବେଳେ ଆମ ସ୍ୱାଧୀନତା ସଂଗ୍ରାମୀମାନେ ଏହାକୁ କେବଳ ସଂଘର୍ଷ ଓ ରାଜନୀତି ଭିତରେ ସୀମିତ କରି ରଖି ନ ଥିଲେ। ସେମାନେ ଏହି ଆନ୍ଦୋଳନକୁ ବିଶ୍ୱର ସମସ୍ତ ବିଚାରଧାରା ଓ ସ୍ବଦେଶୀ ଦୃଷ୍ଟିକୋଣର ପ୍ରୟୋଗଶାଳା କରିଦେଇଥିଲେ। ଯେଉଁଥିପାଇଁ ଆମର ଏଠାରେ ବିଦେଶୀମାନଙ୍କ ଦ୍ୱାରା ଉପନିବେଶବାଦୀ ସଂସ୍କୃତିକୁ ଥୋପିବା କାମ ସମ୍ଭବ ହେଲା ନାହିଁ। ବିଦେଶୀ ଶାସନକୁ ବିରୋଧ କରିବା ସହିତ ବିଦେଶୀ ବିଚାରକୁ ସ୍ବଦେଶୀ ଅଵଧାରଣା ଦ୍ୱାରା ନିଷ୍ପ୍ରଭାବୀ କରିଦେବାର ନିରନ୍ତର ଚେଷ୍ଟା ଏହି ସ୍ବାଧୀନତା ସଂଗ୍ରାମୀ ତଥା କ୍ରାନ୍ତିକାରୀଙ୍କ ଦ୍ଵାରା ହୋଇଥିଲା। ବିପିନ ଚନ୍ଦ୍ର ପାଲଙ୍କ ରଚନା 'ଦ ସୋଲ ଅଫ ଇଣ୍ଡିଆ', ମହର୍ଷି ଅରବିନ୍ଦଙ୍କ 'ବନ୍ଦେ ମାତରମ' ଖବରକାଗଜରେ ପ୍ରକାଶିତ ବିଚାର ପ୍ରବାହ, ମହାତ୍ମା ଗାନ୍ଧୀଙ୍କ 'ହିନ୍ଦ ସ୍ୱରାଜ', ଲୋକମାନ୍ୟ ତିଳକଙ୍କ 'ଗୀତା ରହସ୍ୟ', ଓ ବଙ୍କୀମଚନ୍ଦ୍ରଙ୍କ 'ବନ୍ଦେ ମାତରମ', ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ 'ସତ୍ୟାର୍ଥ ପ୍ରକାଶ', ଲାଲା ଲଜପଜ ରାୟଙ୍କ 'ଦୁଃଖୀ ଭାରତ', କବିଗୁରୁ ରବୀନ୍ଦ୍ରନାଥ ଠାକୁରଙ୍କ 'ସ୍ବଦେଶୀ ମେଳା' ଇତ୍ୟାଦି ଗ୍ରନ୍ଥ ଭାରତୀୟ ସଭ୍ୟତାର ମୂଳ ଚେତନାକୁ ଜାଗ୍ରତ କରି ରଖିଥିଲା। ସ୍ୱାଧୀନତା ପରେ ସେହି ସାହିତ୍ୟକୁ ଦୁର୍ଲକ୍ଷ୍ୟ କରିବାରୁ ଆମର ସାଂସ୍କୃତିକ ଓ ବୌଦ୍ଧିକ ଧାରା କଳୁଷିତ ହୋଇଯାଇଛି। ଏ ସବୁ ସାହିତ୍ୟ ବହିକୁ ସଂଗ୍ରହ କରି ଆମେ ଥରେ ପଢ଼ିବା ଆବଶ୍ୟକ। ଏହି ସବୁ ସାହିତ୍ୟ ଆମର ଚେତନା, ମନ ଓ ବିବେକକୁ ତଥା ଆମର ସ୍ୱାଭିମାନକୁ ସତ୍ୟ ପଥରେ ନେଇଯିବାର କ୍ଷମତା ରଖିଛି।
୧. ୧୦. ୧୮

No comments:
Post a Comment