ରାଘବ ଚୌଧୁରୀ କହିଲେ, "ଏତେ ଗୁଡ଼ିଏ ଘାଣ୍ଟ ଚକଟ ଭିତରେ ଆମ ସର୍ଭିସ ବଦଳି ଯାଇଥିବ, ଅବସ୍ଥା ଅନୁସାରେ ମଣିଷ ବି ବଦଳନ୍ତି, ସଂସ୍ଥା ବଦଳେ। ବଦଳି ଖୋଜୁଥିବା ଲୋକଟି ଚାହୁଁଥିବ ଯେ କେଉଁଠିକୁ ଗଲେ କେମତି ଚଳିଲେ ବିପଦ ପଡ଼ିବ ନାହିଁ, ବରଂ ନିଜର ଲାଭ ହେବ। ଏବେ ଭାବନ୍ତୁ ଦେଶର ଚିତ୍ରଟା। ପାଖେ ସାଧାରଣ ଲୋକ କଷ୍ଟ ଭୋଗୁଛି, ଆଶା କରୁଛି, ଅଧୀର ହେଉଛି। ପାଖେ ନିର୍ବାଚିତ ନେତାମାନଙ୍କର ଚିନ୍ତା କଣ କଲେ କ୍ଷମତା ମିଳିବ, ରହିବ, ଫେର ମିଳିବ, କାଳେ ପୁଣି ନ ମିଳେ ସେଦୃଷ୍ଟିରୁ ଭବିଷ୍ୟତ ପାଇଁ କିଛି ଦମ୍ଭ ସଂସ୍ଥାନର ବ୍ୟବସ୍ଥା। ଏହା ଭିତରେ ଆପଣ ବି ଏକ ସ୍ଥାନ ଖୋଜନ୍ତୁ ଆପଣଙ୍କ ଆଦର୍ଶବାଦ ପାଇଁ।
Wednesday, 17 July 2019
Subscribe to:
Post Comments (Atom)

No comments:
Post a Comment