ନୂତନ କରି ବିଶ୍ୱର ପାଶ୍ଚାତ୍ୟ ଇଲାକାରେ ଉପରୋକ୍ତ ପ୍ରସାରଧର୍ମୀ ଚାରିଟି ବିଚାରଧାରା ଉପରେ ବିଶ୍ୱବାସୀଙ୍କ ଆସ୍ଥା ବୃଦ୍ଧି ପାଇବାକୁ ଲାଗିଲା ବେଳେ ପ୍ରାଚୀନ କାଳରୁ ଚଳି ଆସିଥିବା ବିଶ୍ୱ କଲ୍ୟାଣକାରୀ ହିନ୍ଦୁତ୍ୱ ବିଚାରର ନିର୍ଭରଶୀଳତା ବିଶ୍ୱବାସୀଙ୍କ ଆଗରେ ଗୌଣ ପଡ଼ିଗଲା। କିନ୍ତୁ ପରବର୍ତ୍ତୀ ସମୟରେ ଦେଖାଗଲା ଯେ ଉପରୋକ୍ତ ସମସ୍ତ ବିଚାର ବିଶ୍ୱରେ ଦେଖାଦେଉଥିବା ସମସ୍ୟାଗୁଡ଼ିକର ସମାଧାନ କରିବେ କଣ ବରଂ ବିଶ୍ୱବାସୀଙ୍କୁ ଅଧିକ କ୍ଳିଷ୍ଟତା ଆଡ଼କୁ ନେବାରେ ଲାଗିଲେ।
ଜଗତ କଲ୍ୟାଣର ବିଚାର ହିନ୍ଦୁ ବିଚାର। ଏବେ ହିନ୍ଦୁତ୍ୱର ବୈଚାରିକ ଆନ୍ଦୋଳନ ଦୋ-ଛକିରେ ପଡ଼ି ନିବୃତ୍ତି ଚାହୁଁଥିଲା ବେଳେ ପୂର୍ବ ଆଲୋଚିତ ସଂକୀର୍ଣ୍ଣତାରେ ଭରି ରହିଥିବା ସମସ୍ତ ବିଚାରଧାରା ବିଶ୍ୱବାସୀଙ୍କୁ ସନ୍ତୁଷ୍ଟ କରିବାରେ ଅସାମର୍ଥ୍ୟ ପ୍ରକାଶ କରିବାରୁ ପୁନଃ ଭାରତୀୟ ହିନ୍ଦୁ ତାତ୍ତ୍ଵିକ ଚିନ୍ତନ ଆଡ଼କୁ ଲୋକେ ମୁହାଇବା ଆରମ୍ଭ କରିଛନ୍ତି। ବର୍ତ୍ତମାନ ହିନ୍ଦୁତ୍ୱ ବିଚାରରରେ ବିଶ୍ୱବାସୀଙ୍କ ଆସ୍ଥା ସ୍ଥାପନ କରିବାକୁ ହେଲେ ଏହି ବିଚାର ଧାରାକୁ ଅସୂୟା ଭାବ ପରିପୋଷଣ କରୁଥିବା ନ୍ୟସ୍ତ ସ୍ୱାର୍ଥ ସଂକୀର୍ଣ୍ଣ ଧର୍ମ ପ୍ରସାର ପାଇଁ କାମ କରୁଥିବା ଗୋଷ୍ଠୀଙ୍କ ସହ ସମ୍ମୁଖୀନ ହୋଇ ପ୍ରତିରୋଧ କରିବାକୁ ପଡ଼ିବ।
ବହୁତ ଦୂର ନୁହେଁ, ଏଇ ନିକଟ ଅତୀତକୁ ଅଧ୍ୟୟନ କଲେ ଆମେ ପାଇବା ହିନ୍ଦୁତ୍ୱ ବିଚାର କେତେ ପ୍ରଭାବୀ ଥିଲା। ୧୮୫୭ର ମୁକ୍ତି ସଂଗ୍ରାମରେ ଆମ ଦେଶରେ ବ୍ୟାପକ ବିଚାର ମନ୍ଥନ ପରିଦୃଷ୍ଟ ହେଲା। ଏହି ପୁନରୁତ୍ଥାନର କାର୍ଯ୍ୟ ୧୯୧୦ ଯାଏ ଚାଲିଲା। ଏହି ସମୟର ସମସ୍ତ କାର୍ଯ୍ୟ ହିନ୍ଦୁତ୍ୱନିଷ୍ଠ ଥିଲା। କିନ୍ତୁ ୧୯୨୦ ପରେ ଭାରତୀୟ ରାଜନୀତି ଭିନ୍ନ ମୋଡ଼ ନେଲା। ସେଥିପାଇଁ ସ୍ୱାଧୀନ ଭାରତରେ ହିନ୍ଦୁତ୍ୱକୁ ଉଚିତ ସ୍ଥାନ ମିଳିଲା ନାହିଁ।
ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟଙ୍କ ୧୯୦୨ରେ ପ୍ରକାଶିତ "A History of Hindu Chemistry from the Earliest Times to the Middle of Sixteenth Century" academically ଶ୍ରେଷ୍ଠ ପ୍ରତିପାଦିତ କରି ଆମ ଇତିହାସକୁ ହିନ୍ଦୁ ଇତିହାସ ବୋଲି ଲେଖିବାରେ ତାଙ୍କ ପାଖରେ ମୋଟେ ସଙ୍କୋଚ ଭାବ ନ ଥିଲା। ନାଗରୀ ପ୍ରଚାରିଣୀ ସଭା ଦ୍ୱାରା ପ୍ରକାଶିତ 'ହିନ୍ଦୁ ରାଜତନ୍ତ୍ର', ୧୬ ଖଣ୍ଡରେ ପ୍ରକାଶିତ 'ହିନ୍ଦୀ ସାହିତ୍ୟ କା ବୃହତ ଇତିହାସ' ଓ ଅନେକ ଅମୂଲ୍ୟ ପୁସ୍ତକ ଆଜି ଦୁଷ୍ପ୍ରାପ୍ୟ। ରାଧାକୁମୁଦ ମୁଖାର୍ଜୀଙ୍କ fundamental unity of India, Nationalism in Hindu culture ଭଳି ପୁସ୍ତକ ଆଜିର ପିଢ଼ି ଦେଖି ନ ଥିବେ।
ଖାଲି ଆମ ଦେଶରେ ନୁହଁ, ଏହି ସମୟରେ ପାଶ୍ଚାତ୍ୟ ଦେଶ ମାନଙ୍କରେ ମଧ୍ୟ ହିନ୍ଦୁତ୍ୱ ବିଚାରକୁ ପ୍ରାଧାନ୍ୟ ଦିଆଗଲା। ଜର୍ମାନ ଦେଶର ଦର୍ଶନ ଶାସ୍ତ୍ରର ପ୍ରଚଣ୍ଡ ପ୍ରତିଭାବାନ ପ୍ରଫେସର Wilhelm Halbfass (୧୯୪୦-୨୦୦୦) ଆକାଶ ତତ୍ତ୍ୱରେ ଭାରତୀୟ ଦର୍ଶନକୁ ମୂଳଭିତ୍ତି ଭାବେ ଗ୍ରହଣକରି କହିଛନ୍ତି, "ପ୍ରାରମ୍ଭରେ ଛାନ୍ଦଗ୍ୟ ଉପନିଷଦରେ କେବଳ ଅଗ୍ନି, ଜଳ ଓ ବାୟୁର ଉଲ୍ଲେଖ ମିଳୁଥିଲା। ପରେ ତୈତରୀୟ ଉପନିଷଦରେ ବାୟୁ, ଅଗ୍ନି, ଜଳ ଓ ପୃଥିବୀ ତତ୍ତ୍ୱ ଆକାଶ ତତ୍ତ୍ୱରୁ ଜନ୍ମ ହେଲେ ବୋଲି କୁହାଗଲା। ଏହା ସ୍ପଷ୍ଟରୂପେ ଚିନ୍ତନ ପ୍ରକ୍ରିୟାର ବିକାଶ ବୋଲି ଦର୍ଶାଉଛି। ପରେ ଅନ୍ୟ ଗ୍ରନ୍ଥମାନଙ୍କରେ ଆକାଶ ତତ୍ତ୍ୱର ଦୁଇଟି ଗୁଣ ଯଥା: ଶବ୍ଦର ବାହକ ଓ ଅନ୍ୟଟି ସମସ୍ତ ପ୍ରାଣୀଙ୍କୁ ଧାରଣ କରିଥିବା ସ୍ପେସ ବୋଲି କୁହାଯାଇଛି। ଦ୍ଵାଦଶ ଶତାବ୍ଦୀରେ ଶିବାଦିତ୍ୟ ତାଙ୍କ 'ସପ୍ତ ପଦାର୍ଥୀ' ଗ୍ରନ୍ଥରେ ଏହି ଆକାଶ, ଦିଗ ଓ ସମୟ ବସ୍ତୁତଃ ଏକ ବୋଲି କହିଥିଲେ। ଏହା ବ୍ୟତୀତ କିଛି ସାଂଖ୍ୟ, ଜୈନ ତଥା ବୌଦ୍ଧ ଗ୍ରନ୍ଥରେ ମଧ୍ୟ ଏହାର ଚର୍ଚ୍ଚା ଦେଖିବାକୁ ମିଳେ। ଉଲ୍ଲେଖନୀୟ କଥା ହେଲା ପାଶ୍ଚାତ୍ୟ ଚିନ୍ତନର ବିକାଶ ମଧ୍ୟ ଠିକ ଏଇ ପଦ୍ଧତିରେ ହେଇ ଆଇନଷ୍ଟାଇନଙ୍କ ସମୟ ପର୍ଯ୍ୟନ୍ତ ଅର୍ଥାତ୍ time-space continuumର ସଂକଳ୍ପନା ପର୍ଯ୍ୟନ୍ତ ବିଜ୍ଞାନ ପହଞ୍ଚିଛି।
ଏସବୁରୁ ଅନୁମିତ ହୁଏ ଯେ ଭାରତୀୟ ତତ୍ତ୍ୱଜ୍ଞାନ ବା ହିନ୍ଦୁତ୍ୱ ବିଚାରଧାରା ବୈଜ୍ଞାନିକତା, ଚିରନ୍ତନ ସତ୍ୟତା ଓ ଶୁଦ୍ଧତା ଉପରେ ଆଧାରିତ ହୋଇ ବିଶ୍ୱବାସୀଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରୁଛି।
୭. ୫. ୧୮

No comments:
Post a Comment