Tuesday, 8 May 2018

*ଆମ ସଂସ୍କୃତିର.... - ୩*

ବାସ୍ତବରେ 'ସଂସ୍କୃତି' ଶବ୍ଦର ଭାରତୀୟ ଅଵଧାରଣାକୁ ଇଂରାଜୀ 'କଲଚର' ଶବ୍ଦ ପରିପୁଷ୍ଟ କରେ ନାହିଁ। ବୈଦିକ କାଳରୁ ଐତିହାସିକ ସାକ୍ଷ୍ୟ ସହିତ ଆଜି ବି ସଂସ୍କୃତି ଶବ୍ଦ ଏହାର ଅଭିପ୍ରାୟ ଓ ଏହାର ବୈଶ୍ବିକ ଭୂମିକାକୁ ସ୍ପଷ୍ଟ କରୁଛି। ଭାରତୀୟ ସଂସ୍କୃତି ବିଷୟରେ ଶୁକ୍ଳ ଯଜୁର୍ବେଦରେ ଏକ ଶ୍ଳୋକ ଅଛି -
ସା ପ୍ରଥମା ସଂସ୍କୃତିର୍ବିଶ୍ୱବାରା।
ବିଶ୍ୱର ବରଣ ଯୋଗ୍ୟ ଏହା ପ୍ରଥମ ଓ ଶ୍ରେଷ୍ଠ ସଂସ୍କୃତି ଅଟେ। ଏଥିରୁ ଏହା ମଧ୍ୟ ଜଣା ଯାଉଛି ଯେ ଭାରତୀୟ ସଂସ୍କୃତି ଆରମ୍ଭରୁ ହିଁ ବିଶ୍ଵନ୍ମୁଖ ରହି ଆସିଛି। ଏହା ବିଶ୍ୱକଲ୍ୟାଣର ଭୂମିକା ବହନ କରିଆସିଛି।
ଅନ୍ୟ ପଟେ ଦେଖିବା ପାଶ୍ଚାତ୍ୟ ଦେଶରେ ଯେଉଁ କଲଚରକୁ Francis Bacon (1561–1626)  ସ୍ବରୂପ ଦେଲେ, ଜର୍ମାନ ବିଦ୍ୱାନ Johann Gottfried Herder ରଙ୍ଗ ଦେଲେ, ଉନବିଂଶ ଶତାବ୍ଦୀର ଉତ୍ତରାର୍ଦ୍ଧରେ  Edward B. Tylor (1832-1917) ପରିଭାଷିତ କଲେ ଏବଂ କହିଲେ ଯେ ସଂସ୍କୃତିରେ ସମାଜ ଅର୍ଜିତ ଜ୍ଞାନ, ବିଶ୍ୱାସ, କଳା, ନୈତିକତା, ନିୟମ, ରୀତି, ଚଳଣୀ ସମାହିତ ହୋଇଛି। ଆଧୁନିକ କଲଚରର ଏହି ପରିଭାଷାରେ ସାର୍ବଭୌମୁକତାର ଅଭାବ ଓ ଆଞ୍ଚଳିକତାର ଆଗ୍ରହ ଥିଲା। ଶହେ ବର୍ଷ ପରେ ନ୍ୟୁ ଲେଫ୍ଟ ସମାଜଶାସ୍ତ୍ରୀ Fredric Jameson ଆଧୁନିକ କଲଚରକୁ ଆର୍ଥିକ ବର୍ଗ ଅନୁସାରେ high କଲଚର ଓ mass କଲଚର ରୂପେ ବିଭାଜିତ କରିଦେଲେ। ଯାହାଦ୍ୱାରା କଲଚର ଅର୍ଥଶକ୍ତିର ଅଧୀନ ହୋଇଗଲା। ଜେମସନ ଘୋଷଣା କଲେ ଯେ ବିଂଶ ଶତାବ୍ଦୀର ଷଷ୍ଠ ଦଶକ ପରେ କଲଚରର ଏତେ ଶକ୍ତିଶାଳୀ ବିସ୍ଫୋଟ ହେଲା ଯେ ଆର୍ଥିକ ଓ ରାଜନୀତି ମୂଲ୍ୟ କେବଳ ନୁହେଁ ବରଂ ମନୁଷ୍ୟର ମନୋବିଜ୍ଞାନ ଓ ତାର ବ୍ୟବହାର ବି ନେଣଦେଣ ବସ୍ତୁ ହୋଇଗଲା।
ଉଗ୍ର ଆଧୁନିକତାର ଲୋକପ୍ରିୟ କଲଚର ବଜାରର ବସ୍ତୁ ଅଟେ। ଏହା ବିକାଯାଏ । ଏଥିରେ ନିଷ୍ଠା, ନୈତିକତା ଓ ଗର୍ବ ପାଇଁ କୌଣସି ସ୍ଥାନ ନାହିଁ।
ଏଇଠି ଆମକୁ ଦେଖିବାକୁ ପଡ଼ିବ ଯେ ଆତ୍ମିକ ମୂଲ୍ୟକୁ ଧରି ରଖିବାର ଅର୍ଥ ପୋଷଣ କରୁଥିବା ଶବ୍ଦ ହେଉଛି ସଂସ୍କୃତି। ସବୁ ପ୍ରକାର ବିକ୍ରିଯୋଗ୍ୟ ବସ୍ତୁ ହେଲା କଲଚର। ତେଣୁ କଲଚରର ଅନୁବାଦକୁ ସଂସ୍କୃତି ମାନି ନେବା ସାଙ୍ଘାତିକ ଭୁଲ ହେବ।

କ୍ରମଶଃ....

୧୧. ୦୫. ୧୮

No comments: