Thursday, 3 May 2018

*ବିଚାର ପ୍ରଣାଳୀ -୧*

ଏଥିରେ ଗୋଟିଏ ବିଚାରଧାରା ଚର୍ଚ୍ଚ ଦ୍ୱାରା ପ୍ରଭାବିତ। ଆଜି ଇଉରୋପରେ ଚର୍ଚ୍ଚର ପ୍ରଭାବ ପତନମୁଖୀ; ପରନ୍ତୁ ମଧ୍ୟଯୁଗର ଇତିହାସରେ ଏହା ଅତ୍ୟନ୍ତ ପ୍ରଭାବୀ କ୍ଷମତା କେନ୍ଦ୍ର ଥିବାରୁ ଏବେ ବି ତାର ପ୍ରଭାବ ରହିଛି। ଏବେ କିଛିଦିନ ପୂର୍ବେ ଗୋଟିଏ ବିବାଦିତ ବହି "The Hindus: An alternative history" ର ଉଦାହରଣ ଯଦି ନେବା ତେବେ ଆମେ ପାଇବା ଯେ ଏହାର ଲେଖିକା Wendy Doniger ଶିକାଗୋ ବିଶ୍ୱବିଦ୍ୟାଳୟର 'Divinity School' ରେ ପ୍ରାଧ୍ୟାପକ ଅଛନ୍ତି। ସେହି Divinity School କଣ ? ଏହା ହେଉଛି ମିସନାରୀଙ୍କ କେନ୍ଦ୍ର। ଏଠାରେ ଫାଦର, ବିସପ ଆଦି ମିଳନ୍ତି। ହାଭାର୍ଡ ଓ ଅନ୍ୟ କେତେକ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରେ ଏଇଭଳି  Divinity School ଖୋଲାଯାଇଛି। କୁହାଯାଏ ଯେ ଏଠାରେ ରିଲିଜିଅନକୁ ଚିକିତ୍ସା ପୂର୍ବକ ପଢ଼ାଯାଏ। କିନ୍ତୁ ବାସ୍ତବିକତା ହେଉଛି ଖ୍ରୀଷ୍ଟିଆନ ବ୍ୟତୀତ ସେଠାରେ ବାକି ସବୁ ରିଲିଜିଅନ ପ୍ରତି ଅଶ୍ରଦ୍ଧା ତିଆରିର ଚିକିତ୍ସା କରାଯାଏ। କାରଣ ମଧ୍ୟଯୁଗରେ ହାଭାର୍ଡ ଭଳି କିଛି ଶିକ୍ଷା ସଂସ୍ଥାନ ଚର୍ଚ୍ଚ ଦ୍ବାରା ପ୍ରାରମ୍ଭ ହୋଇଥିଲା। ଚର୍ଚ୍ଚ ଦ୍ୱାରା ନିର୍ମିତ ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହେଉଥିବା ଛାତ୍ର ସମାଜରେ ପ୍ରଭାବ ବିସ୍ତାର କରିଛନ୍ତି। ରିଓ ଅଲମ୍ପିକରେ Sacred heart school ର ଛାତ୍ରମାନେ ସ୍ୱର୍ଣ୍ଣ ପଦକ ଜିତୁଛନ୍ତି। ଏପରି ପୂର୍ବ ଛାତ୍ରଙ୍କ ନେଟ ୱାର୍କ ଦ୍ୱାରା ଚର୍ଚ୍ଚ ଆଜି ମଧ୍ୟ ତାର ପ୍ରଭାବ ବଜାୟ ରଖିଛି। ଏଥିପାଇଁ ଟେରେସାଙ୍କୁ ସନ୍ଥ ଘୋଷଣା କରିବା କାର୍ଯ୍ୟକ୍ରମରେ ଆମେରିକା, ଇଂଲଣ୍ଡ ସହିତ ଅନେକ ଦେଶ ନିଜ ନିଜର ପ୍ରତିନିଧି ମଣ୍ଡଳ ପଠାଇଥିଲେ। ଭାରତରୁ ତ ତିନିଟି ପ୍ରତିନିଧି ମଣ୍ଡଳ ଯାଇଥିଲା। ୧)- ଭାରତ ସରକାରର, ୨)- ଦିଲ୍ଲୀ ରାଜ୍ୟ ସରକାରର, ୩)- ପଶ୍ଚିମବଙ୍ଗ ରାଜ୍ୟ ସରକାରର। ଭାରତ ସରକାରଙ୍କ ପ୍ରତିନିଧି ମଣ୍ଡଳରେ ଜଷ୍ଟିସ କୁରିଅନ ଜୋସେଫ ଯାଇଥିଲେ।

କ୍ରମଶଃ...

୩. ୫. ୧୮

No comments: