ତିବ୍ବତର ବୌଦ୍ଧ ବିହାରଗୁଡ଼ିକ ଠାରୁ ଚୀନର ବୌଦ୍ଧ ବିହାର ପର୍ଯ୍ୟନ୍ତ ଓ ସେଠାରୁ ପୁଣି ମଙ୍ଗୋଲିଆ ଦେଇ ଋଷର ଦକ୍ଷିଣ ସୀମା ସ୍ଥିତ ସାଇବେରିଆ ଅଞ୍ଚଳର ବୈକଲ ସରୋବର ନିକଟରେ ଥିବା ଏକ ଭବ୍ୟ ବୌଦ୍ଧ ବିହାର ପର୍ଯ୍ୟନ୍ତ ଆଜି ବି ଭାରତୀୟ ସଂସ୍କୃତିର ଜୟ ଯାତ୍ରା ଅବ୍ୟାହତ ରହିଛି। ବୈକଲରେ ବୌଦ୍ଧ ବିହାର ହେବା ପୂର୍ବରୁ ସେଠାରେ ଅଗ୍ନି, ଇନ୍ଦ୍ର ଆଦି ବୈଦିକ ଦେବତାମାନଙ୍କର ପୂଜା ହେଉଥିଲା। ସେଠାକାର ଗ୍ରନ୍ଥାଳୟରେ ବୌଦ୍ଧତନ୍ତ୍ର, ଜ୍ୟୋତିଷ, ଆୟୁର୍ବେଦ, ଶିଳ୍ପଶାସ୍ତ୍ରର ଗ୍ରନ୍ଥ ଓ ସିଦ୍ଧ କଣହପାଦ କୃତ ଗଣପତିଙ୍କ ଉପରେ ଚଉଦଟି ଗ୍ରନ୍ଥ ରହିଛି। ସାଇବେରିଆର ସେହି କ୍ଷେତ୍ରରେ ରାମାୟଣ ପାରାୟଣର ପ୍ରଥା ମଧ୍ୟ ଏଯାଏ ପ୍ରଚଳିତ ଅଛି। କାସ୍ପିୟାନ ସାଗରଠୁ ଋଷର ତୁର୍କମାନ ଗଣରାଜ୍ୟ ପର୍ଯ୍ୟନ୍ତ ଆମ ସନ୍ନ୍ୟାସୀମାନେ କାନ୍ଦାହାର(ଗାନ୍ଧାର)ଠୁ ଧର୍ମ ପ୍ରସାର ନିମିତ୍ତ ଯାତ୍ରା କରୁଥିଲେ। ତୁର୍କମେନିଆ, ଭାରତର ହରପ୍ପା ଓ ଲୋଥାଲରୁ ପ୍ରାପ୍ତ ଉତ୍ଖନନରୁ ତ୍ରୀମୂର୍ତ୍ତିର ମୁଦ୍ରା, ସ୍ୱସ୍ତିକ ଚିତ୍ରିତ ବାସନ କୁସନ ଇତ୍ୟାଦି ଏହାର ପ୍ରମାଣ। କହିବା ବାହୁଲ୍ୟ ଯେ ଆଠ ଶହ ବର୍ଷ ପୂର୍ବ ପର୍ଯ୍ୟନ୍ତ ଭାରତ ବିଶ୍ୱ ମାନସକୁ ଯେଉଁ ଜ୍ଞାନ ସଂସ୍କାର ଦେଇଆସିଥିଲା ତାହା ଆଜି ମଧ୍ୟ ବିଦ୍ୟମାନ। ସେମାନେ ଭାରତୀୟ ସଂସ୍କୃତିକୁ ପାଳନ କରିଆସୁଥିବାରୁ ଆଜି ମଧ୍ୟ ଗର୍ବିତ।
ଆମ ଭାରତର ସ୍ଥିତି କିନ୍ତୁ ଓଲଟା। କିଛି ଲୋକ କହୁଛନ୍ତି, "ମୁଁ ହିନ୍ଦୁ ଧର୍ମ ଛାଡ଼ି ବୌଦ୍ଧ ହୋଇଗଲି। ଆଉ କିଛି କହୁଛନ୍ତି ମୁଁ ବୌଦ୍ଧ ଧର୍ମ ଛାଡ଼ି ହିନ୍ଦୁ ହୋଇ ଗଲି।" ଏଥିରେ ଭିନ୍ନତା କ'ଣ ଅଛି ? ଉଭୟେ ତ ଏକ ସୂତ୍ରରେ ବନ୍ଧା। ତ୍ମହାତ୍ମା ବୁଦ୍ଧ କେଉଁଠି ହିନ୍ଦୁ ଧର୍ମୀୟ ଧାରାକୁ ବିରୋଧ କରି ନଥିଲେ ବରଂ ପ୍ରଚଳିତ ଧର୍ମଧାରାକୁ ସଂସ୍କାରିତ କରିବାରେ ସହାୟକ ହୋଇଥିଲେ।
କିଛି ବିଧର୍ମୀ ଆମ ଭାରତୀୟ ସଂସ୍କୃତିର ମୂଳଧାରାରେ ଆଘାତ ପହଞ୍ଚାଇବାରେ କୁଚେଷ୍ଟା କରୁଛନ୍ତି। ତନ୍ମଧ୍ୟରୁ ଏଠାରେ ପରସ୍ପରକୁ ବିରୋଧ କରାଇବାର ଚେଷ୍ଟା ଗୋଟିଏ। ବିଦେଶରେ କାହିଁକି ଭାରତରେ ମଧ୍ୟ ହିନ୍ଦୁ ଧର୍ମ ଧାରାରେ ଏକ ସଂକୀର୍ଣ୍ଣ ଧର୍ମୀୟ ଭିନ୍ନତା ସୃଷ୍ଟି କରିବାରେ ହୀନ ଚେଷ୍ଟା ଚାଲିଛି। ବାସ୍ତବିକ ହିନ୍ଦୁ ଧର୍ମର ମୁଖ୍ୟ ଅଙ୍ଗ ହେଲେ ବୌଦ୍ଧ, ଜୈନ, ଶିଖ..ଇତ୍ୟାଦି। ହିନ୍ଦୁ ଧର୍ମରେ ସଂସ୍କାର ଆଣିବାକୁ ଯାଇ ଅନେକ ସମୟରେ କିଛି ପରିବର୍ତ୍ତନକୁ ଉଦାରତାର ସହ ଗ୍ରହଣ କରାଯାଇଛି। ତା' ମାନେ ନୁହେଁ ଅଲଗା ଧର୍ମ ସୃଷ୍ଟି ହୋଇଗଲା। କିନ୍ତୁ ବଡ଼ କ୍ଷୋଭର କଥା କିଛି ବିଧର୍ମୀ କୁଚକ୍ରାନ୍ତକାରୀ ନିଜ ଧର୍ମର ପ୍ରସାର ପାଇଁ ଏକ ବୈଶ୍ବିକ ମୂଳ ସନାତନ ଧର୍ମର ଉତ୍ସକୁ ବିଭାଜିତ କରି ଦୁର୍ବଳ କରିବା ପାଇଁ ଅପଚେଷ୍ଟା ଚଳାଇଛନ୍ତି। ଯାହା ନିତାନ୍ତ ଅମୂଳକ ଓ ଏଥିପ୍ରତି ଆମେ ସତର୍କ ହେବା ଆବଶ୍ୟକ।
କ୍ରମଶଃ....
୧୫. ୫. ୧୮

No comments:
Post a Comment