Tuesday, 8 May 2018

ରାଷ୍ଟ୍ର ରାଜ୍ୟ

ଆମ ରାଷ୍ଟ୍ର ତଥା ଆମ ସମାଜ ନିଜର ସୁବିଧା ପାଇଁ ରାଜ୍ୟ ଭଳି ଏକ ବ୍ୟବସ୍ଥା ଛିଡ଼ା କରିଛି।  ଭାରତୀୟ ଚିନ୍ତନ ଅନୁସାରେ ରାଜ୍ୟର ଭୂମିକା ବା ଅଧିକାର ସୀମିତ ଅଟେ। ରାଷ୍ଟ୍ର ସର୍ବୋପରି। ମୌଳିକ ଅଟେ। ରାଜ୍ୟ ସର୍ବୋପରି ନୁହଁ। ସମାଜର ସମସ୍ତ ଆବଶ୍ୟକତା ରାଜ୍ୟ ପୂରା କରିବ ଏଭଳି କଲ୍ୟାଣକାରୀ ରାଜ୍ୟର ଚିନ୍ତା ଭାରତୀୟ ଚିନ୍ତନ ନୁହଁ।

ଶ୍ରୀ ରବୀନ୍ଦ୍ରନାଥ ଠାକୁର ୧୯୦୬ ରେ "ସ୍ବଦେଶୀ ସମାଜ"ରେ ମରୁଡ଼ି ସମୟରେ କିପରି ପାଣି ପାଇଁ ବଙ୍ଗାଳୀମାନେ ଇଂରେଜ ସରକାରକୁ ହାତ ପାତିଛନ୍ତି ଯାଚନା କରିଛନ୍ତି ସେ ବିଷୟରେ ଲେଖିଛନ୍ତି
"ବଙ୍ଗାଳୀ ମାନଙ୍କର ଆଜି କଣ ହୋଇ ଯାଇଛି ଯେ ସେମାନେ ପାଣି ପାଇଁ ଇଂରେଜ ମାନଙ୍କୁ ଯାଚନା କରୁଛନ୍ତି? ଚା ଓ ମଦ ର୍ ତୃଷ୍ଣା ତ୍ ସେ ତିଆରି କରିଛନ୍ତି, ହୁଏତ ତାକୁ ଦେବାରେ ସେମାନେ ସମର୍ଥ ହୋଇପାରିବେ, କିନ୍ତୁ ପାଣି ବ୍ୟବସ୍ଥା ଇଂରେଜ ଭାରତ ଆସିବାର ପୂର୍ବରୁ କେଉଁ କାଳରୁ ରହି ଆସିଛି। ତାକୁ ଆମେ ଆମରି ବ୍ୟବସ୍ଥାରେ ପାଇ ପାରିବ। କଲ୍ୟାଣକାରୀ ରାଜ୍ୟ ଏହା ଭାରତୀୟ ଚିନ୍ତନ ନୁହେଁ।

ସେ ସ୍ବଦେଶୀ ସମାଜର ପରିଭାଷା ଦେଇ କହିଛନ୍ତି ଯେ ଯେଉଁ ସମାଜ ନିଜର ଆବଶ୍ୟକତା ପାଇଁ ରାଜ୍ୟ ଉପରେ ବେଶୀ ନିର୍ଭର କରୁନଥିବ, ନିଜର ଆବଶ୍ୟକତା ନିଜେ ପୂରା କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ତିଆରି କରିପାରୁଥିବ ତାହା ହିଁ ସ୍ବଦେଶୀ ବିଚାର ଓ ତାହା ହିଁ ଭାରତୀୟ ଚିନ୍ତନ ଅଟେ।
1947 ରେ ଭାରତ ଦୁଇ ଖଣ୍ଡ ହୋଇ ଭାରତ ଓ ପାକିସ୍ଥାନ ଦୁଇଟି ଦେଶ ତିଆରି ହେଲା। ତା ସହିତ ଦୁଇଟି ଅଲଗା ଅଲଗା ସମ୍ବିଧାନ ମଧ୍ୟ ପ୍ରଣୀତ ହେଲା। ଭାରତର ସମ୍ବିଧାନ ଅଳ୍ପସଂଖ୍ୟକଙ୍କୁ ସମ୍ମାନର ସହ ବଞ୍ଚିବା ପାଇଁ ସବୁ ବ୍ୟବସ୍ଥା କରିଥିବା ବେଳେ ପାକିସ୍ଥାନ ସମ୍ବିଧାନ ଏପରି କିଛି ବ୍ୟବସ୍ଥା କଲା ନାହିଁ। ଏହା ସୂଚାଉଛି ଯେ ଯେଉଁଠି ଭାରତୀୟ ବିଚାର ବା ହିନ୍ଦୁ ବିଚାର ରହିଲା ସେଠାରେ ପ୍ରତ୍ୟେକ ମାନବ, ଜୀବ, ଜନ୍ତୁର ବିଚାର ହେଲା। ଯେଉଁଠି ହିନ୍ଦୁ ବିଚାର ମରିଗଲା, ସେଠାରେ ହିନ୍ଦୁ ନାମଧାରୀ ମନୁଷ୍ୟ ମଧ୍ୟ ବାଦ ପଡ଼ିଲେ ନାହିଁ। ଲକ୍ଷ ଲକ୍ଷ ସଂଖ୍ୟାରେ ହିନ୍ଦୁଙ୍କୁ ହତ୍ୟା କରାଗଲା ଓ ଏବେ ସେ ଦେଶ ହିନ୍ଦୁ ଶୁନ୍ୟ କରିବାକୁ ମସୁଧା ଚାଲିଛି।

No comments: