ୟୁରୋପ ଓ ଆମେରିକାର ମାନସିକତାକୁ ପ୍ରଭାବିତ କରୁଥିବା ତୃତୀୟ ବିଚାର ପ୍ରବାହ ହେଲା ଯୁଦ୍ଧ ଓ ଯୁଦ୍ଧର ବିଭୀଷିକା। ୟୁରୋପରେ ଦ୍ଵିତୀୟ ବିଶ୍ୱଯୁଦ୍ଧ କାରଣରୁ ସେଠାରେ ହୋଇଥିବା ଯୁଦ୍ଧର ବିଧ୍ଵଂସୀ ଲୀଳା ତଥା ସେହି ବିଚାର ବିଶ୍ୱକୁ ବହୁ ଭାବରେ ପ୍ରଭାବିତ କରିଥିଲା। ଏହି ଯୁଦ୍ଧ କାରଣରୁ ପୂରା ୟୁରୋପୀୟ ଦେଶଗୁଡ଼ିକର ସାମ୍ରାଜ୍ୟ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଥିଲା। ଯାହା ସାମ୍ରାଜ୍ୟବାଦର ମଧ୍ୟ ଅନ୍ତ ଘଟାଇଥିଲା। ସେଠାକାର ପ୍ରସିଦ୍ଧ ଇଉରୋପୀୟ ସାହିତ୍ୟମାନଙ୍କରେ ଏହାର ପୂର୍ଣ୍ଣ ପ୍ରତିଛବି ଦେଖିବାକୁ ମିଳେ। COMBAT EUROPEAN THEATRE series ରେ( ଯାହାର ବିଶେଷତା ହେଲା ଯେ ସେଥିରେ ଯୁଦ୍ଧରେ ପ୍ରତ୍ୟକ୍ଷ ଭାବେ ଭାଗ ନେଇଥିବା ସୈନିକମାନଙ୍କର ଉପଲବ୍ଧି ବର୍ଣ୍ଣନା କରାଯାଇଛି। ) କ୍ୟାପ୍ଟେନ କ୍ରୀଚେଲ କହିଛନ୍ତି, "We who had fought this war could feel no pride. Victor's and vanquished, all were one. We were one with the crowds moving silently along the boulevards of Paris; the old women hunting through the still ruins of Cologne; the bodies piled like yellow Cordwood at Dachau; the dreadful vacant eyes of the beaten German soldiers; the white graves and the black crosses and the haunting melancholy of our hearts. All, all were one, all were the ghastly horror of what we had known, of what we had helped to do .... face it.. WE DID IT."
ଅର୍ଥାତ୍ - "ଆମେ ଯେଉଁମାନେ ଏଇ ଯୁଦ୍ଧ ଲଢ଼ିଲୁ ଏଥିରେ କିଛି ଗର୍ବ ଅନୁଭବ କରିବାର ନ ଥିଲା। ଯିଏ ହାରିଲା ଓ ଯିଏ ଜିତିଲା ଉଭୟଙ୍କର ଅନୁଭୂତି ସମାନ ଥିଲା। ଆମକୁ ଲାଗୁଥିଲା ପ୍ୟାରିସ ନଗରୀର ପ୍ରଶସ୍ତ ରାସ୍ତାରେ ଜନସ୍ରୋତ ଭିତରେ ଚାଲିଯାଉଥିବା ଲୋକଙ୍କ ଭିତରୁ ଆମେ ମଧ୍ୟ ଜଣେ ଜଣେ ଅକୀଞ୍ଚନ ନିର୍ମୂକ ପଥିକ। ଯୁଦ୍ଧବିଧ୍ୱସ୍ତ ନଗରୀର ପଚାଷଢ଼ା ଶବ ବିଗଳିତ ଦୂଷିତ ଜଳର ସ୍ରୋତ ଭିତରୁ ଜୀବନର ସମସ୍ତ ରଙ୍ଗ ହରାଇଥିବା ବୟସ୍କା ମହିଳାଟିଏ ଯେମିତି ଖୋଜୁଥିଲା ତାର ହଜିଯାଇଥିବା ସମ୍ପର୍କକୁ। ଯୁଦ୍ଧରତ ଜର୍ମାନୀ ସୈନିକର ମୃତ ଶରୀର ଯେଭଳି ଲଟକି ରହିଥିଲା ଭଗ୍ନ ପ୍ରାସାଦର ଲମ୍ବା ଲମ୍ବା ହରିଦ୍ର କାଠକଡ଼ିର ଇଲାକାରେ। ନିକଟରେ ଦେଖାଯାଉଥିଲା ଶ୍ୱେତ ଶୁଭ୍ର ବସ୍ତ୍ରାବୃତ୍ତ ଧାଡ଼ି ଧାଡ଼ି ସୁସଜ୍ଜିତ କବରର ମାଳ ଏବଂ ପରିସ୍ପୁଷ୍ଟ ଭାବରେ ତା ଉପରେ ଅଙ୍କିତ ହୋଇଥିବା କଳା ରଙ୍ଗର କ୍ରସ୍ ଚିହ୍ନ ଗୁଡ଼ିକ, ଯେମିତି ସେଗୁଡ଼ିକ ଥିଲା ବ୍ୟଥିତ କ୍ରନ୍ଦନରତ ହୃଦୟର ବିକଳତାରୁ ଉଦ୍ଭବ ଦୁଇଟି ଜୀବନ ରେଖାର ଅନ୍ତିମତାର ସଙ୍କେତ ଆଉ ଏହା ହିଁ ଥିଲା ଏହି ଭୟଙ୍କର ବିଶ୍ୱ ଯୁଦ୍ଧର ସମ୍ପୂର୍ଣ୍ଣ ନିଷ୍କର୍ଷ। ଅନୁଭୂତ ହେଉଥିଲା ଆମେ, ଆମେ ସମସ୍ତେ ଏକ ଏକ ଏହି ଅନ୍ତର୍ଦାହର, ଆତଙ୍କର ଏକ ଏକ ମୂଳ ବହ୍ନି ଶିଖା ଯାହା ଆମକୁ ଏ ଧ୍ଵଂସଲୀଳାରେ ପହଞ୍ଚାଇ ଦେଇଥିଲା। ଏବେ ଗୋଟିଏ ପଥ ହିଁ ଆମ ପାଇଁ ଉନ୍ମୁକ୍ତ ଅଛି ଯାହା ଆମେ କରିଥିଲୁ ତାକୁ ତିଳେ ତିଳେ ଭୋଗ କରିବା।"
ସତରେ ଏହା ଏକ ଯୁଦ୍ଧ ବିଧ୍ୱସ୍ତ ଅନୁତପ୍ତ ସୈନିକ ହୃଦୟର ସମାଜକୁ ଯୁଦ୍ଧର ଆତଙ୍କ ଭିତରୁ ନିବର୍ତ୍ତାଇବାର ବାର୍ତ୍ତା ନୁହେଁ କି ?
କ୍ରମଶଃ...
୫. ୫. ୧୮

No comments:
Post a Comment