Thursday, 3 May 2018

*ବିଚାର ପ୍ରଣାଳୀ - ୨*

ୟୁରୋପ ଓ ଆମେରିକାରେ ଚଳି ଆସିଥିବା ଧର୍ମ ବିଶ୍ୱାସକୁ ଯଥେଷ୍ଟ ଭାବରେ ପ୍ରଭାବିତ କରିଥିଲା ବିଜ୍ଞାନ। ନବଜାଗରଣ କାଳଖଣ୍ଡରେ ପରିବର୍ତ୍ତନର ମାନସିକତା ଦେଖାଗଲା। ବିଜ୍ଞାନର ଅଭ୍ୟୁଦୟ ଚର୍ଚ୍ଚ ପ୍ରଶାସିତ  ଧର୍ମଯାଜକମାନଙ୍କର ଅବୈଜ୍ଞାନିକ ନିଷ୍କର୍ଷଗୁଡ଼ିକୁ ବହୁ ସଂଘର୍ଷ ପରେ ନିଷ୍ପ୍ରଭ କରିଦେଲା । ତର୍କ ଓ ବୁଦ୍ଧି ଆଧାରରେ ବିଶ୍ୱର ପ୍ରତ୍ୟେକ ସିଦ୍ଧାନ୍ତ ପ୍ରଭାବିତ ହେବାକୁ ଲାଗିଲା। ସେଥିରୁ ଧର୍ମ ମଧ୍ୟ ବାଦ ଗଲା ନାହିଁ। ସେକାଳରେ ସମାଜର ମାନ୍ୟତା ପ୍ରାପ୍ତ  ମୂଲ୍ୟବୋଧଗୁଡ଼ିକ ମଧ୍ୟ ନିଜର ସ୍ଥିତିକୁ ଦୃଢ଼ୀଭୂତ କରିବା ପାଇଁ କାଠଗଡ଼ାରେ ଛିଡ଼ା ହେବାକୁ ପଡ଼ିଲା।

Feminism, Gay rights, secularism, French revolution principles, Democratic rights, Existentialism ଆଦି ସମସ୍ତ ବିଚାର ଏହି  ସମୟରେ ଜନ୍ମ ନେଲେ। ଏକ ପ୍ରକାର କହିବାକୁ ଗଲେ ୟୁରୋପର ରାଷ୍ଟ୍ରବାଦ ମଧ୍ୟ ଏଇଠୁ ଜନ୍ମ ନେଲା ଏବଂ ଏହିଧାରା ଅନ୍ୟ ରାଷ୍ଟ୍ରମାନଙ୍କୁ ମଧ୍ୟ ପ୍ରଭାବିତ କଲା।

କେତେକ ପ୍ରଶାସନିକ ସୁବିଧା ପାଇଁ ୟୁରୋପରେ ସେକୁଲାରିଜିମ ଭଳି ଏକ ସ୍ୱତନ୍ତ୍ର ବିଚାରକୁ ପ୍ରଶାସନ ସହ ଯୋଡ଼ି ଦିଆଗଲା। ଆମର ଏଠି ସେକୁଲାରିଜିମର ବିକୃତ କଳ୍ପନା କାରଣରୁ ଯେପରି ସଂଖ୍ୟାଲଘୁ ତୁଷ୍ଟିକରଣ ଚାଲିଲା ଠିକ ସେହିପରି ସେଠାରେ ମଧ୍ୟ ଚାଲିଲା। Rotherham  ଗଣ ବଳାତ୍କାର କେସ କାରଣରୁ ଯେଉଁ ସତ୍ୟ ସାମନାକୁ ଆସିଲା ସେଥିରେ୧୯୯୭ ରୁ ୨୦୧୩ ଭିତରେ ୧୪୦୦ ନାବାଳିକାଙ୍କ ଉପରେ ଯୌନ ଶୋଷଣ ଓ ବଳାତ୍କାର ହୋଇଥିଲା। ବଳାତ୍କାର କରିଥିବା ଲୋକ ସବୁ ପାକିସ୍ଥାନୀ ମୁସଲମାନ ଥିଲେ। ଏହା ଉପରେ ଯେତେବେଳେ ଯାଞ୍ଚ ଆୟୋଗ ବସାଗଲା ସେତେବେଳେ କମିସନଙ୍କ ଆଗରେ  କେତେକ ପୁଲିସ ଅଧିକାରୀ କହିଲେ, "We thought it would be politically incurrect to act against minorities."We feared we will be called racist, they said.
କ୍ରମଶଃ....

୪. ୫. ୧୮

No comments: