Thursday, 1 March 2018

ପ୍ରଭାତ ପ୍ରସାଦ

⛳ _*ସୁପ୍ରଭାତମ୍*_🌞 _*ବନ୍ଦେମାତରମ୍*_ ⛳
  🐌🌿🍁🐌llॐll🐇🐌🐚🐌
   *ଆଜି ଫାଲ୍ଗୁନ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥି*
          *କୁମ୍ଭ ୧୬ ଦିନ, ମଘା ସିଂହ ନକ୍ଷତ୍ର*
          *କୁମ୍ଭ ଚନ୍ଦ୍ର, ସୂର୍ଯ୍ୟ ଉତ୍ତରାୟଣ*
           *ବସନ୍ତ ଋତୁ ଯୁଗାବ୍ଦ-୫୧୧୯*
             *ବିକ୍ରମ ସମ୍ବତ୍ ୨୦୭୪*
           *ଇଂରାଜୀ ସନ୍ ୨୦୧୮ ମସିହା*
           *ମାର୍ଚ୍ଚ୍ ମାସ ୦୧ ତାରିଖ*
             🌾 *ଗୁ  ରୁ ବା   ର* 🌾⛳ 
   
       📣⛳🙏🚩🇮🇳🏹🔱🕉
     
   🌺🌴 [] []  *ସାହିତ୍ୟ ପ୍ରସାଦ* [] [] 🐚♻
ଓଠ ଖୋଲେ ଓଦା ମାଟି! କଥା କହେ କଅଁଳ କଦମ୍ବ
ବୀଣା ବାଜେ ବେଣୁ ବାଜେ ସ୍ବର ତୋଳେ ସଙ୍ଗତ ସଂସ୍କୃତି

ଉଷାର ଓଁକାରେ ଫୁଟେ ପୁଷ୍ପପୂତ ପୂଷାର ପ୍ରଣବ..
*ତୀର ତୁମ ତୀର୍ଥହୁଏ ଦାରୁ ଧରେ ଦିବ୍ୟ ଦେବ ମୂର୍ତ୍ତି*

ତୃଣେ ତୃଣେ ତପଶ୍ଚର୍ଯ୍ଯା  ଅଭିଷେକ ଅରଣ୍ୟେ ଅରଣ୍ୟେ
ଶସ୍ତ୍ର ଜଗେ ଶାସ୍ତ୍ର ତୁମ ଗୋତ୍ର ଜଗେ ଗୋଷ୍ଠର ଗୋଧନ

ସର୍ଜନାର ସ୍ତୋତ୍ରଶୁଭେ ଊର୍ଜନାର ଅୟୁତ ଅୟନେ
ସ୍ରୋତସ୍ବତୀ ସରସ୍ବତୀ ଶଂଖଶୁଭ୍ର ସଭ୍ୟତାର ସ୍ତନ

ହେ ଗତ ଭାରତବର୍ଷ!  ପ୍ରତ୍ଯାହୃତ ପୁଷ୍ପିତ ପ୍ରାର୍ଥନା
ଶ୍ଳୋକ ଆଜି ଶୋକ ହୁଏ, ବେଦ ତୁମ ପାଲଟେ ବେଦନା  ||
       
         ➖ _*କବି ଗିରିଜାକୁମାର ବଳୀୟାରସିଂହ*_
   🌼🌼🌼🌼🌼🌼🌼🌼🌼
           🌲 *ବନ୍ଦେ ଉତ୍କଳ ଜନନୀ* 🌳
             *ଜୟଜୟ ଶ୍ରୀ ଜଗନ୍ନାଥ*
     🌈 *ଦିନଟି ମଙ୍ଗଳମୟ  ହେଉ*🌈
         
  🐌🌿🍁🐌🐇💐🐌🐚🐌

No comments: