ଭାରତର ଇତିହାସ, ସଂସ୍କୃତି, ସାହିତ୍ୟ ଏବଂ କଳା ବର୍ଷ ବର୍ଷ ବ୍ୟବଧାନର ବିବିଧ ଗତିବିଧିର ସ୍ୱ ନିର୍ମିତ ସ୍ବର୍ଣ୍ଣିମ ପରିଣାମ ଅଟେ। ଵିଦେଶୀ ଆକ୍ରମଣକାରୀଙ୍କ ଦୁର୍ଦ୍ଦାନ୍ତ ଆକ୍ରମଣ ତଥା ଜନ ଧନ ହାନି କେତେ କାଳ ଧରି ହେବା ସତ୍ତ୍ୱେ ଭାରତବର୍ଷର ମୌଳିକ ଚିନ୍ତନ ଏବଂ ତାହାର ସଂସ୍କୃତି, ସାହିତ୍ୟ ଓ କଳା ସର୍ବଦା ଅକ୍ଷୁର୍ଣ୍ଣ ରହି ଆସିଛି। ଯାହାର ଅଧୋଗତିକୁ ଭାରତର ମହର୍ଷି ତଥା ମୁନି ଋଷିମାନେ ସର୍ବଦା ଉର୍ଦ୍ଧ୍ଵଗତି ପ୍ରଦାନ କରିଛନ୍ତି। ଯେଉଁଥିରେ ଆଧ୍ୟାତ୍ମିକ ଚେତନାର ଅଭୂତପୂର୍ବ ଯୋଗଦାନ ରହିଥାଏ। ଅନେକ ଗରୁ, ସନ୍ଥ, ମହାପୁରୁଷ ଯଥା ନାନକ, କବୀର, ତୁଳସୀ, ସୂର, ରହୀମ, ରସଖାନ, ଗୋରଖନାଥ ଆଦିଙ୍କ ସାତ୍ତ୍ଵିକ ଅଭିବ୍ୟକ୍ତି କାବ୍ୟ ଭାବରେ ଜନ ମାନସକୁ ସୁସଂସ୍କୃତ କରିବାରେ ଓ ବିକୃତିରୁ ବଞ୍ଚାଇବାରେ ସହଯୋଗ କରିଛି। ସନ୍ଥମାନଙ୍କ ଦିବ୍ୟବାଣୀ ଓ ଅଭିବ୍ୟକ୍ତିର ପରିଣାମସ୍ୱରୂପ ଅନେକ ମୂଲ୍ୟବାନ ସଦଗ୍ରନ୍ଥ ଆଜି ଆମପାଇଁ ଉପଲବ୍ଧ। ଯାହା ଜନ ମାନସକୁ ସୁଖୀ ଜୀବନଯାପନ କରିବା ପାଇଁ ବତୀଘର ଭଳି କାର୍ଯ୍ୟ କରୁଛି।
ଭାରତର ପ୍ରଥମ ସାହିତ୍ୟ ବେଦ। ଯାହା ଈଶ୍ୱର ପ୍ରଦତ୍ତ ଅର୍ଥାତ ଅପୌରୁଷେୟ ଓ ବିଶିଷ୍ଟ ଯୋଗ ଚେତନା ମାଧ୍ୟମରେ ଋଷି ମୁନିଙ୍କ ଦ୍ୱାରା ଉଦଘାଟିତ ହୋଇଛି।
ଏହା ସଂସ୍କୃତ ଭାଷାରେ ରଚିତ। ସବୁ ପ୍ରକାର ଜ୍ଞାନର ମୂଳସ୍ରୋତ ଏଥିରେ ରହିଛି। ଯାହାକୁ ବୁଝିବା ଓ ବୁଝାଇବାର ଚେଷ୍ଟା ଚିନ୍ତକ ତଥା ବିଦ୍ୱାନମାନେ କରିଆସିଛନ୍ତି।
କ୍ରମଶଃ....
୧୭.୩.୧୮

No comments:
Post a Comment