Wednesday, 7 March 2018

*ମାର୍କ୍ସ ପୁତ୍ର*

ଦେଶ ସ୍ଵାଧୀନ ହେବାର ସତୁରୀ ବର୍ଷ ବିତିଗଲାଣି। କିନ୍ତୁ କିଛି ବୁଦ୍ଧିଜୀବୀ ଓ ଲୋକତାନ୍ତ୍ରିକ ଅଧିକାରକୁ ରକ୍ଷା କରିବାକୁ ଯାଇ ଦିନକୁ ଦିନ ଦୁର୍ବଳ ହୋଇଯାଉଥିବା ଗଣମାଧ୍ୟମ ଏ କଥା ସ୍ଥିର କରିପାରୁ ନାହାନ୍ତି ଯେ, ଦେଶ କ'ଣ ? ଦେଶପ୍ରେମ କ'ଣ ?
ଭାରତ ମାତା କିଏ ? ଦେଶଦ୍ରୋହୀ କାହାକୁ କହନ୍ତି ?

ଏମାନେ ଚାହୁଁଛନ୍ତି ଏ ପ୍ରଶ୍ନ ସେମିତି ରହିଥାଉ। ତେବେ ଏମାନଙ୍କର ବ୍ୟବସାୟ ଠିକ୍ ଚାଲିବ।

ଛୋଟ ଛୋଟ କଥାକୁ ପାହାଡ଼ ଭଳି ଥୋଇବା ଏମାନଙ୍କ ଦୈନନ୍ଦିନ କାମ ହୋଇଯାଇଛି।

ସକାଳେ ଘଟିଥିବା କୌଣସି ଏକ ଛୋଟ ଘଟଣାର ଉତ୍ତର ସନ୍ଧ୍ୟା ସୁଦ୍ଧା ସରକାରଙ୍କ ପାଟିରୁ ନ ବାହାର କରିବା ଯାଏ ଏମାନେ ଶାନ୍ତିରେ ରହିପାରୁ ନାହାନ୍ତି।

ଏମାନଙ୍କର ଛାତ୍ର ନେତାମାନେ ହେଲେ ଅତ୍ୟନ୍ତ ଉଦ୍ଦଣ୍ଡ। ତାଙ୍କ ପାଟିରୁ କଥା ନ ଛିଣ୍ଡୁଣୁ  କିଛି ରାଷ୍ଟ୍ରୀୟ ଦଳର ନେତା ଆଗୁଆ ତର୍କହୀନ ଭାଷା ଦ୍ୱାରା ଗଣ ମାଧ୍ୟମରେ ବଲବଲ ହୁଅନ୍ତି। ଏମାନଙ୍କର ଏହି ଚାରିଣିଆ ମୁଣ୍ଡଙ୍କ ବକ୍ତବ୍ୟ ପ୍ରମାଣ କରେ ଯେ ଏତେ ବର୍ଷର ପୁରଣା ଦଳଙ୍କ ପାଖରେ ମଧ୍ୟ ଦେଶ ବିକାଶ ସମ୍ବନ୍ଧୀୟ କୌଣସି ନୀତି ନାହିଁ, କୌଣସି ବିଚାର ବା ଯୋଜନା ନାହିଁ। ଏହି ଉଦ୍ଭଟ ତର୍କ ଦେଉଥିବା ଦଳକୁ ସେମାନଙ୍କର କୁଜି ନେତାଠାରୁ ଆରମ୍ଭ କରି ପାଠୁଆ ପ୍ରଫେସର ପର୍ଯ୍ୟନ୍ତ ଅନ୍ଧ ଭାବରେ ସମର୍ଥନ କରିଥାନ୍ତି। ରାଷ୍ଟ୍ରୀୟ ସ୍ତରରେ ଏ ପ୍ରକାର ପାଗଳାମୀ ଚିନ୍ତାର ବିଷୟ ହୋଇଛି। ଏଭଳି ଛାତ୍ର ନେତାଙ୍କୁ ଗଣ ମାଧ୍ୟମ ଏପରି ବଢ଼େଇ ଚଢ଼େଇ ପ୍ରଚାର କରନ୍ତି ଯେ ସତେ ଯେପରି ନୂଆ ବ୍ରହ୍ମାଙ୍କ ଅବତାର ଆସିଯାଇଛି।

ଏହା ଦ୍ୱାରା ସେଇ ନୂଆ ବ୍ରହ୍ମାଙ୍କର ବୁଦ୍ଧି ବିଭ୍ରାଟ ହୋଇ ଯାଇଥାଏ। ଯାହା ଫଳରେ ସେ ନିଜର ଦାୟୀତ୍ୱ ଯଥା - ନିଜ ଶିକ୍ଷା କ୍ଷେତ୍ରରେ ପାଠ୍ୟକ୍ରମ, ଶିକ୍ଷଣୀୟ ପରିବେଶ, ଶିକ୍ଷାର ଆୟ ବ୍ୟୟ ଅଟକଳ ତଥା ନିର୍ଦ୍ଧନ ଓ ପ୍ରତିଭାଶାଳୀ ବିଦ୍ୟାର୍ଥୀଙ୍କ ବିଷୟକୁ ପ୍ରଶାସନ ପାଖରେ ପହଞ୍ଚାଇବା କାମ ଭୁଲିଯାଏ। କାରଣ ତା ଆଗରେ ନେତାଗିରି ମହତ୍ତ୍ୱପୂର୍ଣ୍ଣ ହୋଇପଡ଼େ, ଅଥଚ ନିଜର ପରିଚୟରୁ ସେ ବଞ୍ଚିତ ହୋଇଯାଏ, ଏପରିକି ସେ ନିଜ ପ୍ରଫେସରଙ୍କୁ ମଧ୍ୟ ପଚାରିବାକୁ ସଙ୍କୋଚ କରି ନ ଥାଏ ଯେ, "ଆପଣ କେଉଁ ଦଳର ?"

ଏଇ ନୂତନ ପରମ ବୁଦ୍ଧିଜୀବୀ  ଯାଇ ସିଧା ସଳଖ ଭେଟେ ପଲିଟିବ୍ୟୁରୋର ବରିଷ୍ଠ ସଦସ୍ୟ କିମ୍ବା ରାଷ୍ଟ୍ରୀୟ ଦଳର ମୁଖିଆଙ୍କୁ।

କ୍ରମଶଃ....

୮. ୩. ୧୮

No comments: