ସ୍ୱାଧୀନତା ପୂର୍ବରୁ ସମ୍ବାଦପତ୍ରଗୁଡ଼ିକ ନିଜର ରାଷ୍ଟ୍ରୀୟ ତଥା ସାମାଜିକ ଦାୟିତ୍ୱ ନିର୍ବାହ କରି ଜନମାନସରେ ରାଷ୍ଟ୍ରୀୟତାର ଜୁଆର ସୃଷ୍ଟି କରିଥିଲେ। ୧୮୫୭ର ସଂଗ୍ରାମ ଅସଫଳ ହେବାର ପ୍ରମୁଖ କାରଣ ହେଲା ସେତେବେଳେ ଆମ ଦେଶରେ ସମ୍ବାଦପତ୍ରର ଅଭାବ। ସେତେବେଳେ ହାତ ଗଣତି କେତୋଟି ସମ୍ବାଦପତ୍ର ଥିଲା। ସେ ସବୁ ଇଂରେଜଙ୍କ କ୍ରୁର ଦୃଷ୍ଟିରୁ ମଧ୍ୟ ବାଦ ପଡୁ ନ ଥିଲା।
ଜେମ୍ସ ଅଗଷ୍ଟ ହିକିଙ୍କ ଦ୍ୱାରା ୨୯ ଜାନୁଆରୀ ୧୭୮୦ରେ ପ୍ରଥମେ ଛାପାଗଲା 'ବେଙ୍ଗଲ ଗେଜେଟ ଅଫ କଲକତା ଜେନେରାଲ ଏଡ଼ଭାଇଜରୀ।' ଏଥିରେ ଇଂରେଜ ସରକାରଙ୍କୁ ସମାଲୋଚନା କରାଯିବାରୁ ହିକି ଜେଲ ଗଲେ।
୩୦ ମେ ୧୮୨୬ରେ ଯୁଗଳ କିଶୋର ଶୁକ୍ଳଙ୍କ ଦ୍ୱାରା ପ୍ରଥମ ହିନ୍ଦୀ ସମ୍ବାଦପତ୍ର 'ଉଦନ୍ତ ମାର୍ତ୍ତଣ୍ଡ' ଛପାଗଲା।
ଏହା ମଧ୍ୟ ଇଂରେଜଙ୍କ ଦମନ ନୀତି କାରଣରୁ ଚାଲି ପାରିଲା ନାହିଁ।
୧୮୫୭ର ସଂଗ୍ରାମ ଅସଫଳ ହୋଇଯିବା କାରଣରୁ ଭାରତର ଶାସନ ଇଷ୍ଟ ଇଣ୍ଡିଆ କମ୍ପାନୀ ଠାରୁ ବ୍ରିଟିଶ ପାର୍ଲ୍ୟାମେଣ୍ଟ ହାତକୁ ଚାଲିଗଲା। ଦେଶକୁ ଲୁଟିବା ଓ ଶୋଷଣ କରିବା ତାଙ୍କର ନୀତି ହୋଇଗଲା।
ଆଉ ଏକ ପ୍ରତିଜ୍ଞା ପତ୍ର ହିନ୍ଦୀରେ ୨୩ ମାର୍ଚ୍ଚ ୧୮୭୪ରେ ଛପାଇଲେ ଭାରତେନ୍ଦୁ ହରିଶ୍ଚନ୍ଦ୍ର 'କବିବଚନ ସୁଧା' ନାମରେ। ସେଥିରେ ସେ ସ୍ବଦେଶୀ ଚେତନାର ଶଙ୍ଖନାଦ କଲେ।
ଏହାପରେ ଅନେକ ସମ୍ବାଦପତ୍ର ପତ୍ରିକା ଜନ୍ମନେଲେ ଓ ଇଂରେଜ ଅତ୍ୟାଚାର ବିରୋଧରେ ଜନମତ ଗଢ଼ି ତୋଳିଲେ।
ବିଭିନ୍ନ ଭାଷାର ପତ୍ର ପତ୍ରିକାରେ ରାଷ୍ଟ୍ରୀୟତା ଓ ସ୍ବଦେଶୀ ଚିନ୍ତନ ଚରମ ଅବସ୍ଥାରେ ଥିଲା।
ଏବେ ଏହା ବିଲୁପ୍ତ ପ୍ରାୟ।
ଯେଉଁ ରାଷ୍ଟ୍ରବାଦ, ସାଂସ୍କୃତିକ ଚିନ୍ତନ ଓ ସ୍ବଦେଶୀ ଭାବନା ଭାରତର ସମ୍ବାଦପତ୍ର ମାନଙ୍କର ଆଧାର ଥିଲା, ତାହା ଏବେ ବିଦେଶୀ ନିବେଶ ଦ୍ୱାରା ପ୍ରଭାବିତ ହୋଇ
ରାଷ୍ଟ୍ରବାଦ ଅନ୍ତର୍ରାଷ୍ଟ୍ରୀୟ ଶାନ୍ତି ପାଇଁ ବାଧକ
ସାଂସ୍କୃତିକ ଚେତନା ରାଷ୍ଟ୍ରୀୟ ଏକତା ପାଇଁ ବିପଦ
ସ୍ବଦେଶୀ ଭାବନା ବୈଶ୍ବିକରଣ ବା ବଜାରିକରଣର ବାଟ ଓଗାଳୁଛି
ବୋଲି
ପ୍ରଚାର କରିବାରେ ଲାଗିଛି।
କ୍ରମଶଃ...
୧୪. ୩. ୧୮

No comments:
Post a Comment