ହେ ଆମେରିକାର ମାଆମାନେ ! ମୁଁ ଯାହା କହିଲି, ସେ ବିଷୟରେ ଟିକେ ବିଚାର କରନ୍ତୁ, ହୃଦୟର ଅନ୍ତସ୍ଥଳରୁ ଟିକେ ଭାବନ୍ତୁ, କ'ଣ ସତରେ ଆପଣ ନାରୀ ହେବାକୁ ଚାହୁଁଛନ୍ତି ? ଏହା ହେବା ପାଇଁ କୌଣସି ଜାତି କିମ୍ବା କୌଣସି ଦେଶ ପ୍ରତିବନ୍ଧକ ହୋଇପାରେ ନାହିଁ। କୋୖଣସି ପ୍ରକାରର ରାଷ୍ଟ୍ରୀୟ ଗୌରବର ମିଥ୍ୟା ଅଭିମାନ ଏଥିପାଇଁ ଆବଶ୍ୟକ ନାହିଁ। ଜୀବନ ଅତ୍ୟନ୍ତ କ୍ଷଣଭଙ୍ଗୁର। ଏଇ ଦୁଃଖ ଓ ସନ୍ତପ୍ତପୂର୍ଣ୍ଣ ସଂସାରରେ କାହା ପାଇଁ ଅଭିମାନ କରିବା ? ସ୍ରଷ୍ଟାଙ୍କ ଅନନ୍ତ ଶକ୍ତି ପାଖରେ ଏଇ କ୍ଷୁଦ୍ର ମାନବ ଅତ୍ୟନ୍ତ ତୁଚ୍ଛ। ଆପଣମାନଙ୍କୁ ମୁଁ ଏକ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନ ପଚାରିଛି - "କଣ ଆପଣମାନେ ଜାଣନ୍ତି ଯେ ନାରୀ ମାତୃତ୍ୱ ପଦ ପ୍ରାପ୍ତ କରି ପଵିତ୍ରତାର ଗୌରବ ପ୍ରାପ୍ତ କରେ ? ଆପଣମାନେ ହୃଦୟର ସହ ଏହାକୁ ଗମ୍ଭୀର ଭାବରେ ବିଚାର କରନ୍ତୁ। ଯଦି ଆପଣଙ୍କର ଏଇ ବିଚାର ଉପରେ ଆସ୍ତା ନାହିଁ ତେବେ ଆପଣଙ୍କ ବିବାହ ମିଥ୍ୟା, ଆପଣଙ୍କ ନାରୀତ୍ବ ନିରର୍ଥକ ଓ ଆପଣଙ୍କ ଶିକ୍ଷା ବେକାର। ଯଦି ଆପଣଙ୍କ ସନ୍ତାନ ଭଗବାନଙ୍କ ପୂଜା, ପ୍ରାର୍ଥନା ଓ ତପସ୍ୟା ବିନା ଜନ୍ମ ନିଏ ତେବେ ସେ ସଂସାର ପାଇଁ ଅଭିଶାପ ସିଦ୍ଧ ହେବ।"
ଆପଣମାନେ ନାରୀତ୍ବର ଭିନ୍ନ ଭିନ୍ନ ଆଦର୍ଶର ତୁଳନା କରନ୍ତୁ। ମାତୃତ୍ୱ ପରେ ଆପଣଙ୍କ ଉତ୍ତରଦାୟୀତ୍ୱ ଅତ୍ୟନ୍ତ ମହାନ ହୋଇଯିବ। ଏଇ ମାତୃତ୍ୱର ନିଅଁ ଉପରେ ଆପଣଙ୍କ ଜୀବନକୁ ଗଢ଼ନ୍ତୁ। ଆପଣମାନେ କହି ପାରିବେ କି ଏଇ ସଂସାରରେ ମାଆର ସ୍ଥାନ କାହିଁକି ଏତେ ଉଚ୍ଚରେ ? ଆମ ଶାସ୍ତ୍ର କହେ ଯେ ମାତାର ମହାନତା ସେଇଥିରେ ଅଛି -
ସେ ଯେତେବେଳେ ସନ୍ତାନକୁ ଗର୍ଭରେ ରଖୁଛି, ସେ ସମୟରେ ତାହାର ସମସ୍ତ ବିଚାରର ପ୍ରଭାବ ତାହାର ସନ୍ତାନ ଉପରେ ପଡୁଛି। ତାହାହିଁ ତାହାର ସନ୍ତାନର ଶୁଭ ଓ ଅଶୁଭ ପ୍ରକୃତି ତିଆରି କରିଥାଏ। ତାହାର ସନ୍ତାନକୁ ଦେବତା ବା ଅସୁର ପଦରେ ଆସୀନ କରାଇଥାଏ। ଆପଣ ଶହ ଶହ ମହାବିଦ୍ୟାଳୟରେ ପଢ଼ନ୍ତୁ, ସଂସାରର ସମସ୍ତ ବିଦ୍ୱାନ ସଙ୍ଗେ ମିଶନ୍ତୁ, କିନ୍ତୁ ମାତୃଗର୍ଭରେ ପାଇଥିବା ସଂସ୍କାର ଏ ସବୁଠୁଁ ଉଚ୍ଚରେ। ତାହା ହିଁ ସନ୍ତାନପାଇଁ ଅଧିକ କଲ୍ୟାଣଦାୟୀ ହୋଇଥାଏ।
ଶାସ୍ତ୍ର କହେ -
ବାଳକ ଜନ୍ମରୁ ହିଁ ଦେବତା କିମ୍ବା ଅସୁର ହୋଇ ଜନ୍ମ ନିଏ। ଶିକ୍ଷା ଆଦିର ସ୍ଥାନ ପରେ ଆସେ। କିନ୍ତୁ ଏ ସବୁର ପ୍ରଭାବ ଗୌଣ। ମାତୃଗର୍ଭରେ ଆପଣ ଯାହା କିଛି ପାଇଥିବେ ସେଇତକ ଆପଣଙ୍କୁ ଦେବ ବା ଦାନବ ତିଆରି କିରିଦେଇଥାଏ। ଯଦି ଆପଣଙ୍କୁ ମାଆ ରୋଗୀ ଶରୀର ଦେଇଛି, ତେବେ ଯେତେ ଔଷଧ ଭଣ୍ଡାର ଖାଲି କରିଦେବା ପରେ ବି ଆପଣ ନିରୋଗ ରହି ପାରିବେ ନାହିଁ। ଆପଣ ମୋତେ ଗୋଟିଏ ସୁସ୍ଥ ଶରୀର ଦେଖାଇ ପାରିବେ, ଯେଉଁ ଶରୀର ମାଆ ରୋଗୀ ଶରୀର ରୂପେ ଜନ୍ମ ଦେଇଛି ? ଗୋଟେ ବି ପାଇବେ ନାହିଁ। ଆମେ ପ୍ରଚଣ୍ଡ ସତ୍ ପ୍ରବୃତ୍ତି ବା କୁପ୍ରବୃତ୍ତି ସହ ଜନ୍ମ ନିଅନ୍ତି। ଆମେ ଜନ୍ମରୁ ଦେବତା ବା ଅସୁର ହୋଇ ଜନ୍ମ ହୋଇଥାନ୍ତି। ଶିକ୍ଷା ଆଦିର ପ୍ରଭାବ ଗୌଣ। ଏହା ହିଁ କଟୁ ସତ୍ୟ।
କ୍ରମଶଃ...
୪. ୩. ୧୮

No comments:
Post a Comment